Posted inଫୁରସତ

ବିବାହର ୧୭ ଦିନ ପରେ ସ୍ବାମୀ ନେଲେ ଏଭଳି ନିଷ୍ପତ୍ତି; ନବବିବାହିତା ସ୍ତ୍ରୀଙ୍କୁ ପ୍ରେମିକଙ୍କ ପାଖକୁ ପଠାଇବାକୁ …

ରାଞ୍ଚି: ପ୍ରେମରେ ପାଗଳ ପ୍ରେମୀଙ୍କ ଅନେକ କାହାଣୀ ଆପଣ ଶୁଣିଥାଇପାରନ୍ତି, ହେଲେ ରାଞ୍ଚିର ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ପାଖକୁ ପଠାଇବାକୁ ନେଇ ଚର୍ଚ୍ଚାରେ। କେବଳ ଏତିକି ନୁହେଁ ଉକ୍ତ ପ୍ରେମିକଙ୍କୁ ସ୍ତ୍ରୀଙ୍କୁ ଦେବା ପୂର୍ବରୁ ସେ ପୋଲିସ ଷ୍ଟେଶନରେ ଏକ ଚୁକ୍ତି କରିଥିଲେ। ଏହି ପ୍ରକ୍ରିୟା ଶେଷ ହେବା ପରେ ନବବିବାହିତ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କୁ ହସ୍ତାନ୍ତର କରାଯାଇଥିଲା।

ରାଞ୍ଚି ସୁଖଦେବନଗରରେ ରହୁଥିବା ଜଣେ ଯୁବତୀ ନିକଟସ୍ଥ ଚିପ୍ରାର ଜଣେ ଯୁବକଙ୍କୁ ବିବାହ କରିଥିଲେ। ହେଲେ ସେ ବିବାହ ପରେ ସ୍ବାମୀଙ୍କ ନିକଟତର ହେବା ତ ଦୂରର କଥା ପାଖ ମାଡ଼ି ନ ଥିଲେ। ୧୭ ଦିନ ପରେ ସୁଯୋଗ ମିଳିବା କ୍ଷଣି ସେ ଘରୁ ପଳାଇ ଯାଇଥିଲେ। ଉକ୍ତ ଯୁବକଙ୍କ ଘରଲୋକ ଜାଣିବା ପରେ ଯୁବତୀଙ୍କ ପରିବାରଲୋକଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ସନ୍ଦେହ ଆଧାରରେ ତୁରନ୍ତ ଯୁବତୀଙ୍କ ପୁରୁଣା ପ୍ରେମିକଙ୍କ ଘରେ ସମସ୍ତେ ପହଞ୍ଚିବା ପରେ ସେଠାରେ ତାଙ୍କୁ ପାଇଥିଲେ। ସେଠାରେ ଉଭୟ ପରିବାରଲୋକେ ନବବିବାହିତାଙ୍କୁ ବହୁତ ବୁଝାଇଥିଲେ। ହେଲେ ସେ ପ୍ରଥମେ ଫେରିବାକୁ ମନା କରିଥିଲେ। ପରେ ବହୁ ମନାଇବା ପରେ ଶାଶୁଘରକୁ ଆସିଥିଲେ। ସେଠାରେ ରହିବାକୁ ମଧ୍ୟ ସେ ପ୍ରସ୍ତୁତ ନ ଥିଲେ। ଧିରେ ଧିରେ ସେ ସ୍ବାମୀ ଓ ପରିବାରସଦସ୍ୟଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଥିଲେ। ଏହାପରେ ପୁଅ ମଧ୍ୟ ବଧୂ ସହ ରହିବାକୁ ମନା କରିଦେଇଥିଲେ।

ଶେଷରେ ସେ ପତ୍ନୀ ପୂର୍ବରୁ ଜଣଙ୍କୁ ପ୍ରେମ କରୁଥିବା ଜାଣିଥିଲେ। ପରିବାରଲୋକେ ତାଙ୍କୁ ବାଧ୍ୟରେ ବିବାହ କରାଇଥିବା ବରର ମା’ ଜାଣିଥିଲେ। ବିବାହ ପରେ ମଧ୍ୟ ସେ ନିଜ ପ୍ରେମିକଙ୍କ ସହ ଲଗାତାର ଫୋନରେ କଥା ହେଉଥିଲେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ପ୍ରେମିକଙ୍କ ପାଖକୁ ପଠାଇବାକୁ ନିଶ୍ଚିତ କରିଥିଲେ। ପୋଲିସ ଷ୍ଟେଶନରେ ଏକ ଚୁକ୍ତିନାମା କାଗଜ ପ୍ରସ୍ତୁତ କରାଯାଇଥିଲା। ସେଥିରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ରହିବାକୁ ରାଜି ଥିବା ନେଇ କହିଥିଲେ। ତାହା ହିଁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri