Posted inଫୁରସତ

ବିବାହର ୧୭ ଦିନ ପରେ ସ୍ବାମୀ ନେଲେ ଏଭଳି ନିଷ୍ପତ୍ତି; ନବବିବାହିତା ସ୍ତ୍ରୀଙ୍କୁ ପ୍ରେମିକଙ୍କ ପାଖକୁ ପଠାଇବାକୁ …

ରାଞ୍ଚି: ପ୍ରେମରେ ପାଗଳ ପ୍ରେମୀଙ୍କ ଅନେକ କାହାଣୀ ଆପଣ ଶୁଣିଥାଇପାରନ୍ତି, ହେଲେ ରାଞ୍ଚିର ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ପାଖକୁ ପଠାଇବାକୁ ନେଇ ଚର୍ଚ୍ଚାରେ। କେବଳ ଏତିକି ନୁହେଁ ଉକ୍ତ ପ୍ରେମିକଙ୍କୁ ସ୍ତ୍ରୀଙ୍କୁ ଦେବା ପୂର୍ବରୁ ସେ ପୋଲିସ ଷ୍ଟେଶନରେ ଏକ ଚୁକ୍ତି କରିଥିଲେ। ଏହି ପ୍ରକ୍ରିୟା ଶେଷ ହେବା ପରେ ନବବିବାହିତ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କୁ ହସ୍ତାନ୍ତର କରାଯାଇଥିଲା।

ରାଞ୍ଚି ସୁଖଦେବନଗରରେ ରହୁଥିବା ଜଣେ ଯୁବତୀ ନିକଟସ୍ଥ ଚିପ୍ରାର ଜଣେ ଯୁବକଙ୍କୁ ବିବାହ କରିଥିଲେ। ହେଲେ ସେ ବିବାହ ପରେ ସ୍ବାମୀଙ୍କ ନିକଟତର ହେବା ତ ଦୂରର କଥା ପାଖ ମାଡ଼ି ନ ଥିଲେ। ୧୭ ଦିନ ପରେ ସୁଯୋଗ ମିଳିବା କ୍ଷଣି ସେ ଘରୁ ପଳାଇ ଯାଇଥିଲେ। ଉକ୍ତ ଯୁବକଙ୍କ ଘରଲୋକ ଜାଣିବା ପରେ ଯୁବତୀଙ୍କ ପରିବାରଲୋକଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ସନ୍ଦେହ ଆଧାରରେ ତୁରନ୍ତ ଯୁବତୀଙ୍କ ପୁରୁଣା ପ୍ରେମିକଙ୍କ ଘରେ ସମସ୍ତେ ପହଞ୍ଚିବା ପରେ ସେଠାରେ ତାଙ୍କୁ ପାଇଥିଲେ। ସେଠାରେ ଉଭୟ ପରିବାରଲୋକେ ନବବିବାହିତାଙ୍କୁ ବହୁତ ବୁଝାଇଥିଲେ। ହେଲେ ସେ ପ୍ରଥମେ ଫେରିବାକୁ ମନା କରିଥିଲେ। ପରେ ବହୁ ମନାଇବା ପରେ ଶାଶୁଘରକୁ ଆସିଥିଲେ। ସେଠାରେ ରହିବାକୁ ମଧ୍ୟ ସେ ପ୍ରସ୍ତୁତ ନ ଥିଲେ। ଧିରେ ଧିରେ ସେ ସ୍ବାମୀ ଓ ପରିବାରସଦସ୍ୟଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଥିଲେ। ଏହାପରେ ପୁଅ ମଧ୍ୟ ବଧୂ ସହ ରହିବାକୁ ମନା କରିଦେଇଥିଲେ।

ଶେଷରେ ସେ ପତ୍ନୀ ପୂର୍ବରୁ ଜଣଙ୍କୁ ପ୍ରେମ କରୁଥିବା ଜାଣିଥିଲେ। ପରିବାରଲୋକେ ତାଙ୍କୁ ବାଧ୍ୟରେ ବିବାହ କରାଇଥିବା ବରର ମା’ ଜାଣିଥିଲେ। ବିବାହ ପରେ ମଧ୍ୟ ସେ ନିଜ ପ୍ରେମିକଙ୍କ ସହ ଲଗାତାର ଫୋନରେ କଥା ହେଉଥିଲେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ପ୍ରେମିକଙ୍କ ପାଖକୁ ପଠାଇବାକୁ ନିଶ୍ଚିତ କରିଥିଲେ। ପୋଲିସ ଷ୍ଟେଶନରେ ଏକ ଚୁକ୍ତିନାମା କାଗଜ ପ୍ରସ୍ତୁତ କରାଯାଇଥିଲା। ସେଥିରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ରହିବାକୁ ରାଜି ଥିବା ନେଇ କହିଥିଲେ। ତାହା ହିଁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧୂମପାନ କରୁଛି ବାଘୁଣୀ ! ଭାଇରାଲ ଭିଡିଓ ଦେଖିଲେ ଚକିତ ହେବେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭର ଏକ ବାଘୁଣୀର ଭିଡିଓ ଏବେ ଭାଇରାଲ ହେଉଛି। ଏହା ପଛର କାରଣଟି ହେଲା ବାଘୁଣୀର ମୁହଁରୁ ବାହାରୁଥିବା ଧୂଆଁ।...

ପୋକରେ ତିଆରି ଆମଲେଟ୍‌: ବାସ୍ନାରେ ଟାଣି ହୋଇ ଚାଲି ଆସନ୍ତି ଲୋକେ

ଆମିଷ ଖାଉଥିବା ମଣିଷ ନିଶ୍ଚିତଭାବେ ଆମଲେଟ୍‌ ଖାଇଥିବେ। ତେବେ ଭିଏତ୍‌ନାମ, ହାନୋଇରେ ପ୍ରସ୍ତୁତ ହେଉଥିବା ଏକ ସ୍ବତନ୍ତ୍ର ପ୍ରକାରର ଆମଲେଟ୍‌ ବୋଧହୁଏ ସମସ୍ତଙ୍କ ପକ୍ଷେ ଖାଇବା...

ହାତୀ ମୃତ୍ୟୁରେ ଭାବୁକ ହେଲେ ରତନ ଟାଟା; କହିଲେ ନ୍ୟାୟ ମିଳୁ

ତିରୁଭାନନ୍ତପୁରମ,୪।୬:କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ...

ଏମିତି ଗାର୍ଡେନ୍‌, ଯାହାକୁ ପୋଷାକ ଭାବେ ପିନ୍ଧି ହେବ

କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ...

ଜନ୍ମଦିନର ଥିମ୍‌ ‘ଅନ୍ତିମ ସଂସ୍କାର’

ନୂଆଦିଲ୍ଲୀ: ଜନ୍ମଦିନ ସମସ୍ତଙ୍କ ପାଇଁ ସବୁବେଳେ ଖାସ୍‌ ହୋଇଥାଏ। ସେହି ଦିନକୁ ସମସ୍ତେ ଧୁମ୍‌ଧାମ୍‌ରେ ମନେଇଥାନ୍ତି, ଯେପରି ସବୁଦିନ ପାଇଁ ତାହା ମନେରହିବ। ହେଲେ ଏଠାରେ...

ଚାଲାଣ କଟିବା ଭୟରେ କୁକୁର କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ଲୋକମାନେ ସୋସିଆଲ ମିଡିଆରେ କୁକୁର ସହ ଜଡ଼ିତ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି। କାରଣ କୁକୁର ଏମିତି ଏକ ପ୍ରାଣୀ, ଯିଏ କି ମଣିଷର ଅତି...

ଏହି ଗାଁର ୮୦ ପ୍ରତିଶତ କୃଷକ କୋଟିପତି

ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ, ତଥାପି ଏଠାରେ ଏଭଳି ଏକ ଗାଁ ରହିଛି। ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ...

ତାରରେ ଝୁଲି ବିବାହ କଲେ ଏହି ଯୋଡ଼ି, ଫଟୋ ଭାଇରାଲ

ଅନେକ ଲୋକଙ୍କୁ କିଛି ଭିନ୍ନ କରି ଦେଖାଇବାର ନିଶା ଘାରିଥାଏ। ଏଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏଇ ଯେମିତି ଜର୍ମାନୀର ଏକ...

Advertisement
Archives

Model This Week