Posted inଜାତୀୟ

ପଞ୍ଜାବ କଂଗ୍ରେସ କଳହରେ ଲାଗିବ ବ୍ରେକ୍‌!

ଚଣ୍ଡିଗଡ଼,୨୨ ।୭: ପଞ୍ଜାବ ପ୍ରଦେଶ କଂଗ୍ରେସର ନବନିଯୁକ୍ତ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଉପସ୍ଥିତ ରହିବେ । ପଞ୍ଜାବର ଏଆଇସିସି ପ୍ରଭାରୀ ହରିଶ ରାୱତ କହିଛନ୍ତି ଶୁକ୍ରବାର ସମସ୍ତ କଂଗ୍ରେସ ନେତା ଅମରିନ୍ଦର ସିଂଙ୍କ ନେତୃତ୍ୱରେ ସିଦ୍ଧୁଙ୍କୁ ସ୍ୱାଗତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ସୂଚନା ଦେଇଛନ୍ତି କି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକ, ଏମ୍‌ପି ଓ ଦଳର ବରିଷ୍ଠ ପଦାଧିକାରୀଙ୍କୁ ସକାଳ ୧୦ଟାରେ ଚା’ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହାପରେ ସମସ୍ତେ ନୂଆ ପିପିସିସି ଟିମର ସ୍ଥାପନା ପାଇଁ ପଞ୍ଜାବ କଂଗ୍ରେସ ଭବନ ଯିବାର କାର୍ଯ୍ୟକ୍ରମ ରହିଛି । ଆହୁରି ମଧ୍ୟ ସୂଚନା ମିଳିଛି କି ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପାଖାପାଖି ୬୦ ବିଧାୟକଙ୍କ ଦସ୍ତଖତ ଥିବା ନିମନ୍ତ୍ରଣ ପତ୍ର ପଠାଇଛନ୍ତି ଏହାସହ ଅଲଗା ପତ୍ର ବି ଲେଖିଛନ୍ତି । ସେ କହିଛନ୍ତି ଏଥିରେ ମୋର କିଛି ନିଜର ସ୍ୱାର୍ଥ ନାହିଁ, ଏହା ଜନହିତର ଏଜେଣ୍ଡା ତେଣୁ ଘରର ସବୁଠାରୁ ବରିଷ୍ଠ ସଦସ୍ୟ ଭାବେ ଆପଣ ନିଶ୍ଚିତ ଆସିବେ । ସୂଚନାଯୋଗ୍ୟ, ସିନ୍ଧୁ ଓ ଅମରି୍‌ନ୍ଦରଙ୍କ ମଧ୍ୟରେ ଲାଗି ରହିଥିବା ତୁତୁମେମେ ଭିତରେ ଦଳର ହାଇ କମାଣ୍ଡ କିଛିଦିନ ପରେ ସିଦ୍ଧୁଙ୍କୁ ପ୍ରଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ଦେଇଛନ୍ତି । ଯାହାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସହଜରେ ଗ୍ରହଣ କରିପାରୁ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଚ୍ଚୋଟ ଟିକସଦାତାଙ୍କୁ ମୋଦିଙ୍କ ନୂଆ ଉପହାର

ନୂଆଦିଲ୍ଲୀ, ୧୩।୮: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଟିକସ ବ୍ୟବସ୍ଥାରେ...

ପ୍ରଗତି ମଇଦାନରେ ଅତିଥିଙ୍କ ଉପରେ ନଜର ରଖିବ ଆଇଏଏଫ୍‌ର ୨୪ ହେଲିକପ୍ଟର

ନୂଆଦିଲ୍ଲୀ,୭।୯: ୧୮ତମ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେଉଥିବା ବିଦେଶୀ ଅତିଥିମାନଙ୍କ ପାଇଁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା...

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ...

ଅମ୍ଲଦୋଷ ଦୂର କରେ ମହୁମିଶା ପଇଡ ପାଣି

ଶରୀର ପାଇଁ ପଇଡ ପାଣି ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍‌ ସି’ ଏବଂ ଆଣ୍ଟିଇକ୍ସିଡାଣ୍ଟ୍‌ ଥାଏ, ଯାହା ରୋଗପ୍ରତିରୋଧକ କ୍ଷମତାକୁ ମଜଭୁତ୍‌ କରିଥାଏ। ପଇଡ ପାଣିରେ...

୧୮ହଜାର ପକ୍ଷୀଙ୍କୁ ନୂଆ ଜୀବନ ଦେଲେ ସୀମା ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୨।୭: ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାରେ ଚୋରା ଚାଲାଣ ହେଉଥିବା ବିରଳ ପ୍ରଜାତିର କଇଁଛ ଓ...

ଚାଇନା-ପାକିସ୍ତାନ ତିକ୍ତତା ମଧ୍ୟରେ ପଞ୍ଜାବ ସୀମାରେ ଭାରତ ନିୟୋଜିତ କଲା ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ,୨୧ ।୧୨: ଆକାଶ ମାର୍ଗରେ ଆକ୍ରମଣ ଆଶଙ୍କା କରି ଦେଶ ତା’ର ପ୍ରଥମ ଏୟାର ଡିଫେନ୍ସ ସିଷ୍ଟମକୁ ପଞ୍ଜାବ ସୀମାରେ ନିୟୋଜିତ କରିଛି । ଭାରତୀୟ...

ବାଚସ୍ପତି ପଦ ଛାଡି ମନ୍ତ୍ରୀ ଭାବେ ନେଲେ ଶପଥ

ଗାନ୍ଧିନଗର,୧୬ ।୯: ଗୁଜରାଟରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ହେଲେ ତା’ପୂର୍ବରୁ ବଡ ଧରଣର ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ...

ଭାରତରେ ଜଣେ କରୋନା ସଂକ୍ରମିତଙ୍କ ଦ୍ୱାରା ୪ ସୁସ୍ଥ ଲୋକଙ୍କୁ ସଂକ୍ରମଣ ହେବା ଆଶଙ୍କା: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସାମାଜିକ ଦୂରତା ପାଇଁ ଏଭଳି କରାଯାଇଛି। ଏହାଦ୍ୱାରା ସଂକ୍ରମଣର ଆଶଙ୍କା କମ୍‌...

Advertisement
Archives

Model This Week