Posted inଖେଳ

ଟିମ୍‌ ଇଣ୍ଡିଆରେ ହୋଇପାରେ ୨ ପରିବର୍ତ୍ତନ

କଲମ୍ବୋ,୨୨।୭: ଶ୍ରୀଲଙ୍କାରେ ଥିବା ଯୁବ ଭାରତୀୟ ଦଳ ଦିନିକିଆ ସିରିଜ୍‌କୁ ଆଗୁଆ ଜିତିନେଇଛି। ପ୍ରଥମ ମ୍ୟାଚ୍‌ରେ ଯୁବ ବ୍ୟାଟ୍ସମ୍ୟାନମାନେ ସେମାନଙ୍କ କ୍ଲାସ ଓ ଟେମ୍ପରାମେଣ୍ଟର ପରିଚୟ ଦେଇଥିଲେ। ଦ୍ୱିତୀୟ ଦିନିକିଆରେ ଅତ୍ୟଧିକ ଚାପରେ ଭାରତକୁ ଜିତାଇଥିଲେ ଦୀପକ ଚହର ଓ ଭୁବନେଶ୍ୱର କୁମାର। ଏକଦା ଅସମ୍ଭବ ମନେ ହେଉଥିବା ବିଜୟଲକ୍ଷ୍ୟକୁ ୫ ବଲ ପୂର୍ବରୁ ହାସଲ କରି ନେଇଥିଲା ଟିମ୍‌ ଇଣ୍ଡିଆ। ଏହି ଦୁଇ ବିଜୟ ଯୋଗୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଭାରତୀୟ ଦଳ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ୩ୟ ତଥା ଅନ୍ତିମ ଦିନିକିଆ ଖେଳିବ। ଏହାକୁ ମିଶାଇ ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଖରେ ମାତ୍ର ୪ଟି ସୀମିତ ଓଭର ମ୍ୟାଚ୍‌ ରହିଛି। ଏଣୁ କୋଚ୍‌ ରାହୁଲ ଡ୍ରାଭିଡ୍‌ ଦୁଇ ନୂଆ ଯୁବ ପ୍ରତିଭାଙ୍କୁ ଅନ୍ତିମ ଦିନିକିଆରେ ସୁଯୋଗ ଦେଇପାରନ୍ତି।

ପ୍ରଥମ ମ୍ୟାଚ୍‌ରେ ଆଟାକିଂ ବ୍ୟାଟିଂର ଦର୍ଶନ କରାଇଥିବା ପୃଥ୍ବୀ ଶ’ ଦ୍ୱିତୀୟ ମ୍ୟାଚ୍‌ରେ ସ୍ପିନରଙ୍କ ବଲରେ ଫସୁଥିବା ଦେଖିବାକୁ ମିଳିଥିଲା। ଏଣୁ ତାଙ୍କ ଯାଗରେ ଦେବଦତ୍ତ ପାଡିକଲ ଓ ରୁତୁରାଜ ଗାଏକ୍ୱାଡଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ଏହାବାଦ୍‌ ଆହତ ଜନିତ ସମସ୍ୟା କାରଣରୁ ପ୍ରଥମ ଦିନିକିଆ ଲାଗି ଉପଲବ୍ଧ ନ ଥିବା ସଞ୍ଜୁ ସାମସନ ଏବେ ପୂରା ଫିଟ୍‌। ପଦାର୍ପଣ ଅପେକ୍ଷାରେ ଥିବା ସଞ୍ଜୁ ସମ୍ଭବତଃ ମନୀଷ ପାଣ୍ଡେଙ୍କ ସ୍ଥାନ ନେଇପାରନ୍ତି। କିନ୍ତୁ ମନୀଷ ଗତ ଦୁଇଟି ଦିନିକିଆରେ ଭଲ ବ୍ୟାଟିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇନ୍ଦୁମତୀ ମହିଳା ଫୁଟ୍‌ବଲ ଦଳର ଅଧିନାୟିକା

ନୂଆଦିଲ୍ଲୀ, ୨ା୪ (ପି.ଟି.)-ଉଜବେକିସ୍ତାନ ଓ ବେଲାରୁଷ ବିପକ୍ଷ ମ୍ୟାଚ ପାଇଁ ଇନ୍ଦୁମତୀ କାଥିରିସାନଙ୍କୁ ଭାରତୀୟ ମହିଳା ଫୁଟ୍‌ବଲ ଦଳର ଅଧିନାୟିକା ମନୋନୟନ କରାଯାଇଛି। ଭାରତୀୟ ଦଳ...

ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ’

ନୂଆଦିଲ୍ଲୀ, ୧୫।୫(ପି.ଟି.)- ଇଂଲଣ୍ଡର ସୁଇଂ ବୋଲିଂ କଣ୍ଡିଶନରେ ଭାରତର ଶିଖର ଧାଓ୍ବନଙ୍କ ବ୍ୟାଟିଂ ଟେକ୍ନିକ୍‌ ସଫଳ ହେବାନେଇ ଆଶଙ୍କା ରହିଛି। ମାତ୍ର ଏହାକୁ ନେଇ ଚିନ୍ତିତ...

ଜେଲ୍‌ରେ ଫୁଟବଲ ଟୁର୍ନାମେଣ୍ଟ ଖେଳିବେ ରୋନାଲ୍ଡିନୋ

କ୍ଲୋରିଣ୍ଡା,୧୪।୩- ପୂର୍ବତନ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ଏବେ ପାରାଗୁଏର ଏକ ଜେଲ୍‌ରେ ଅଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରାୟତଃ ଫୁଟବଲ...

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ରଶଂସାରେ ପୋତିଲେ ସଚିନ: କହିଲେ ‘ସେ ଲିଡର୍‌, ପରିସ୍ଥିତି ଯେମିତି ହେଉନା କାହିଁକି…’

ମୁମ୍ବାଇ,୨୧।୮: ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି। ହିତ ଏବେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଓପନର୍‌...

ଆର୍‌ସିବିି ବିଜୟ ପରେ ମାତ୍ର ୩ଟି ଶବ୍ଦ କହିଲେ ଏବି ଡି ଭିଲିୟର୍ସ

କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ (ଆରସିବି) ୧୪ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଛି।...

ଟସ୍‌ ଜିତିଲା ରାଜସ୍ଥାନ ରୟାଲ୍ସ

ପୁଣେ,୧୫।୫: ଆଇପିଏଲ ୨୦୨୨ରେ ଆଉ ଅଳ୍ପ କିଛି ଲିଗ ମ୍ୟାଚ ବାକି ଅଛି। ପ୍ଲେ ଅଫ ପାଇଁ ରେସ୍‌ ମଧ୍ୟ ରୋଚକ ସ୍ଥିତିରେ ପହଞ୍ଚିଛି। ଏହି...

୩ ନୂଆ ଭେନ୍ୟୁରେ ହୋଇପାରେ ଆଇପିଏଲ୍‌ ୨୦୨୦

ନୂଆଦିଲ୍ଲୀ,୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନୂଆ ଦଳ ସାମିଲ ହେବା ପାଇଁ ୨୦୨୧ ସିଜନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ୨୦୨୦ ସଂସ୍କରଣ...

ଚଳିତ ସପ୍ତାହରେ ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ହୋଇପାରେ: ଆୟୋଜକ

ଟୋକିଓ,୩୦।୩ (ଏଏଫପି)- କୋଭିଡ-୧୯ ଆତଙ୍କ କାରଣରୁ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଐତିହାସିକ ନିଷ୍ପତ୍ତି ନେଇଛି। ତେବେ...

Advertisement
Archives

Model This Week