Home Left

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫,୪୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୮୬୪ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଗତ ଦୁଇ ତିନି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୨ହଜାର ତଳେ ରହୁଛି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟରେ ୧,୯୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି।…

ଅଜବ ସଂଯୋଗ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଥିବା ଦୁଇ ବୋଲର କ୍ରିଷ୍ଣାପା ଗୌଥମ ଓ ଚେତନ ସାକାରିୟାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଜବ ସଂଯୋଗ। ଦୁହେଁ ପଦାର୍ପଣ ମ୍ୟାଚ୍‌ରେ ହାତେଇଛନ୍ତି ଉଇକେଟ।…

ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓଙ୍କ ସମ୍ପର୍କ ନାହିଁ : ଏସ୍‌ପି

ପାରଳାଖେମୁଣ୍ଡି,୨୪ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି। ସୌମ୍ୟଙ୍କୁ ଷଡ଼ଯନ୍ତ୍ର କରି ପୋଡ଼ି ହତ୍ୟା କରାଯାଇଛି ଓ ଏଥିରେ ଡିଏଫ୍‌ଓଙ୍କ ସମ୍ପୃକ୍ତି ଥିବା ପରିବାର ଲୋକେ ପ୍ରଥମରୁ ଅଭିଯୋଗ କରି ଆସୁଥିଲେ।…

ଖରାପ ଫିଲ୍ଡିଂ ଛଡ଼ାଇ ନେଲା ସିରିଜ୍‌ ମୂଳପୋଛ ସୁଯୋଗ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। କିନ୍ତୁ ଖରାପ ଫିଲ୍ଡିଂ ଭାରତ ହାତରୁ ସିରିଜ୍‌ ମୂଳପୋଛ କରିବାର ସୁଯୋଗ ଛଡ଼ାଇ ନେଲା। ଗୋଟିଏ କି ଦୁଇଟି ନୁହେଁ ଭାରତୀୟ ଫିଲ୍ଡରମାନେ ବାରମ୍ବାର କ୍ୟାଚ୍‌…

ଅଧା ରହିଗଲା ଜଗା ଦର୍ଶନ

ଖଇରା,୨୩।୭(ଡି.ଏନ.ଏ): ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ମାଟିଆଳପଦା ଗ୍ରାମର ନବବିବାହିତା ପ୍ରଦୀପ ଗିରିଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ତେବେ ସ୍ତ୍ରୀ ମାମିନା ଜେନାଙ୍କ ସହ ପୁରୀ ଯାଇ ଜଗା ଦର୍ଶନ ପରିବାର ଇଚ୍ଛା ଅଧାରେ ରହିଯାଇଛି।…

୩୦ ବର୍ଷ ପରେ ତିବ୍ବତରେ ଚାଇନା ମୁଖ୍ୟ

ବେଜିଂ,୨୩ା୭: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତିବ୍ବତକୁ ଆକସ୍ମିକ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ତିବ୍ବତ ଯାତ୍ରା। ଏନେଇ ଚାଇନାର ସରକାରୀ ଚ୍ୟାନେଲ ସିସିଟିଭି ପକ୍ଷରୁ ଶୁକ୍ରବାର ଏକ ଭିଡିଓ ଜାରି କରାଯାଇଛି। ଜିନ୍‌ପିଙ୍ଗ୍‌…

ପର୍ନଫିଲ୍ମ ମାମଲାରେ ଶିଳ୍ପାଙ୍କୁ ପଚରାଉଚୁରା

ମୁମ୍ବାଇ,୨୩।୭: ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ବିକ୍ରି ମାମଲାରେ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ସମ୍ପର୍କରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ କ୍ରାଇମ୍‌ ବ୍ରାଞ୍ଚ୍‌। ପୋଲିସ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ କୁନ୍ଦ୍ରାଙ୍କ ବାସଭବନରେ ପହଞ୍ଚିଥିଲା।…

ପ୍ରଥମ ଦିନରେ ନିରାଶ କଲେ ତୀରନ୍ଦାଜ

ଟୋକିଓ,୨୩।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ଭାରତୀୟ ତୀରନ୍ଦାଜ ନୀରାଶ କରିଛନ୍ତି। ମହିଳା ତୀରନ୍ଦାଜ ଦୀପିକା କୁମାରୀ ଓ ପୁରୁଷ ପ୍ରତିଯୋଗୀ ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ ର଼୍ୟାଙ୍କିଙ୍ଗ୍‌ ରାଉଣ୍ଡ ପ୍ରତିଯୋଗିତାରେ ଶୁକ୍ରବାର ଅବତୀର୍ଣ୍ଣ ହୋଇଥିଲେ। ଆଶାନୁଯାୟୀ…

ପ୍ରେମିକା ଗର୍ଭବତୀ ଜାଣିବା ପରେ ପ୍ରେମିକ ଫେରାର

ଚଣ୍ଡିଖୋଲ,୨୩।୭(ଡି.ଏନ.ଏ): ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି। ଶାରୀରିକ ସମ୍ପର୍କ ପରେ ପ୍ରେମିକା ଗର୍ଭବତୀ। ପ୍ରେମିକାଙ୍କୁ ପ୍ରତାରଣା ଦେଇ ପ୍ରେମିକ ଫେରାର। ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୨୧୪/୨୧) ରୁଜ୍ଜୁ କରି…

ମହଙ୍ଗା ପଡ଼ିପାରେ ବିନା ମାସ୍କରେ ପରେଡ୍‌

ଟୋକିଓ,୨୩।୭: ଜାପାନର ରାଜଧାନୀସ୍ଥିତ ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ପ୍ରାୟ ବିନା ମାସ୍କରେ ପରେଡ୍‌ କରିଛନ୍ତି କିର୍ଗିଜସ୍ତାନ ଓ ତାଜିକସ୍ତାନ ଦଳ। କେବଳ ଜଣେ କିର୍ଗିଜସ୍ତାନ ଆଥ୍‌ଲେଟ୍‌ ମାସ୍କ ପିନ୍ଧିଥିବାବେଳେ ଦଳର ପତାକାଧାରୀଙ୍କ ସମେତ ୧୪ ସଦସ୍ୟଙ୍କୁ…

ମମତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଟିଏମ୍‌ସିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଂସଦୀୟ ଦଳ ଅଧ୍ୟକ୍ଷା ହେବାକୁ ଯାଉଛନ୍ତି। ଟିଏମ୍‌ସି ସୁପ୍ରିମୋଙ୍କ ସୋମବାର ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଶୁକ୍ରବାର ଦଳୀୟ ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ଏନେଇ ଘୋଷଣା କରିଛନ୍ତି। ଟିଏମ୍‌ସିର ସୁଦୀପ ବନ୍ଦୋପାଧ୍ୟାୟଙ୍କଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri