ଜିଲାରେ ୨୭୦ ଏମ୍‌ଏମ୍‌ ବର୍ଷା ରେକର୍ଡ

ଜଗତ୍‌ସିଂହପୁର ଅଫିସ, ୫ା୧୨: ବାତ୍ୟା ‘ଜୱାଦ’କୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହା ଦୁର୍ବଳ ହେବା ଖବର ମିଳିବା ପରେ ଲୋକଙ୍କୁ କିଛିମାତ୍ରାରେ ଆଶ୍ୱସ୍ତି ମିଳିଛି। କିନ୍ତୁ ପ୍ରବଳ ବର୍ଷା ଆଶଙ୍କାଥିବାରୁ ଚାଷ ଉଜୁଡ଼ିିବା ଚିନ୍ତାଘାରିଛି। ଶୁକ୍ରବାର ଅପରାହ୍ନରୁ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ମଧ୍ୟରାତ୍ର ପରଠାରୁ ଏହି ପରିମାଣ ବଢିଥିଲେ ସୁଦ୍ଧା ସେଭଳି କିଛି ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ ଶନିବାର ସକାଳ ୯ଟା ସୁଦ୍ଧା ଜିଲାରେ ହାରାହାରି ୩୩.୭୫ ଏମ୍‌ଏମ୍‌ (ମିଲିମିଟର) ବର୍ଷା ରେକର୍ଡ କରାଯାଇଛି। ସେଥିରୁ ଏରସମା ବ୍ଲକ ଅଞ୍ଚଳରେ ସର୍ବାଧିକ ୭୬ ଏମ୍‌ଏମ୍‌ ବର୍ଷା ହୋଇଛି। କୁଜଙ୍ଗରେ ୪୪, ନାଉଗାଁରେ ୩୬. ଜଗତ୍‌ସିଂହପୁରରେ ୩୫, ବାଲିକୁଦାରେ ୩୨, ତିର୍ତ୍ତୋଲରେ ୨୦, ରଘୁନାଥପୁରରେ ୧୫ ଓ ବିରିଡ଼ିରେ ୧୨ ଏହିପରି ମୋଟ ୨୭୦ ଏମ୍‌ଏମ୍‌ ବର୍ଷା ରେକର୍ଡ କରାଯାଇଛି। ଅପରାହ୍ନ ସୁଦ୍ଧା ଜିଲାର ୩୫୯ ଜଣଙ୍କୁ ୧୩ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେଥିରୁ ଏରସମା ବ୍ଲକର ୪୨, ବାଲିକୁଦା ୨, ନାଉଗାଁ ୩୦ ଓ ଜଗତ୍‌ସିଂହପୁର ପୌରାଞ୍ଚଳର ୨୮୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ ତିର୍ତ୍ତୋଲ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀରଙ୍କୁ କୁଜଙ୍ଗ ଓ ପାରାଦୀପ ପୌରାଞ୍ଚଳ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କୁ ବାଲିକୁଦା, ଏରସମା ଦାୟିତ୍ୱ ଦିଆଯାଇଛି। ସେହିପରି ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳଙ୍କୁ ବିରିଡ଼ି, ରଘୁନାଥପୁର, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କୁ ଜଗତ୍‌ସିଂହପୁର ବ୍ଲକ ଓ ପୌରାଞ୍ଚଳ ଏବଂ ଅତିରିକ୍ତ ଉପଜିଲାପାଳ ଦେବୀ ପ୍ରସାଦ ମହାନ୍ତିଙ୍କୁ ନାଉଗାଁ ବ୍ଲକ ତଦାରଖ ସହ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଜିଲାପାଳ ପାରୁଲ ପଟାୱାରିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରିଲିଫ, ଉଦ୍ଧାର କାର୍ଯ୍ୟ ପରିଚାଳିତ ହେଉଛି। ଜିଲାର ୧୧୪ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮୫ ଜଣ ସନ୍ତାନ ଜନ୍ମ ଦେଇଛନ୍ତି। ସେଥିରେ ୪୨ କନ୍ୟା ଓ ୪୩ ଜଣ ପୁତ୍ର ସନ୍ତାନଥିବା ଜଣାପଡ଼ିଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପାରାଦୀପ ଓ ଏରସମା ଅଞ୍ଚଳରେ ପୃଥକ ଭାବେ ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମହଜୁଦ୍‌ ରହିଛନ୍ତି। ଏଥିସହ ୨ ଓଡ୍ରାଫ ଓ ୧୪ ଅଗ୍ନିଶମ ବାହିନୀଙ୍କୁ ଉଦ୍ଧାର ଓ ଜରୁରୀ ସେବା ପାଇଁ ନିୟୋଜିତ କରାଯାଇଛି। ଜିଲାର ୪୫ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ସମେତ ସ୍କୁଲ ଘର, ଅଙ୍ଗନୱାଡି ଗୃହ, କଲ୍ୟାଣ ମଣ୍ଡପ ଆଦି ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକସ୍ଥଳେ ତଳୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri