Posted inଜାତୀୟ

ମମତାଙ୍କୁ ସ୍ବାଗତ କଲେ ଅଖିଳେଶ

ଲକ୍ଷ୍ନୌ,୫।୧୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଜାତୀୟ ରାଜନୀତିରେ ଟିଏମ୍‌ସିର ପତିଆରା ବୃଦ୍ଧିକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପକୁ ସ୍ବାଗତ କରିଛନ୍ତି। ମମତା ଜାତୀୟ ସ୍ତରରେ ବିରୋଧୀ ସାମ୍ମୁଖ୍ୟର ନେତୃତ୍ୱ ନେଲେ ସେଥିରେ ସାମିଲ ହେବେ ବୋଲି ଅଖିଳେଶ ସଙ୍କେତ ଦେଇଛନ୍ତି। କାରଣ ୟୁପିରୁ ଭାଜପାକୁ ହଟାଇବାକୁ ଚାହୁଁଥିବା ଅଖିଳେଶଙ୍କ ପାଇଁ କଂଗ୍ରେସ ନେତୃତ୍ୱ ଗ୍ରହଣୀୟ ନୁହେଁ ।
୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକିଥିବାବେଳେ ରାଜ୍ୟରୁ ଭାଜପା ସରକାରକୁ ହଟାଇ କ୍ଷମତାକୁ ଫେରିବା ସମାଜବାଦୀ ପାର୍ଟି (ଏସ୍‌ପି) ମୁଖିଆ ଅଖିଳେଶ ଯାଦବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏଥିଲାଗି ସେ ଛୋଟ ବିରୋଧୀ ଦଳଗୁଡ଼ିକୁ ନେଇ ୟୁପିରେ ଏକ ପ୍ଲାଟ୍‌ଫର୍ମ ତିଆରି କରୁଛନ୍ତି। ଏଭଳି ସମୟରେ ଜାତୀୟ ରାଜନୀତିରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପତିଆରା ବୃଦ୍ଧିକୁ ଦେଖି ଅଖିଳେଶ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପକୁ ସ୍ବାଗତ କରିଛନ୍ତି। ମମତାଙ୍କ ନେତୃତ୍ୱରେ ଜାତୀୟ ସ୍ତରରେ ଏକ ବିକଳ୍ପ ରାଜନୈତିକ ସାମ୍ମୁଖ୍ୟ ଗଠନ ହେଲେ ଏସ୍‌ପି ସେଥିରେ ସାମିଲ ହୋଇପାରେ ବୋଲି ଅଖିଳେଶ ସଙ୍କେତ ଦେଇଛନ୍ତି। କାରଣ ଉଭୟ ମମତା ଓ ଅଖିଳେଶଙ୍କ ବଡ଼ଶତ୍ରୁ ଭାଜପା ହୋଇଥିବାବେଳେ କଂଗ୍ରେସ ନେତୃତ୍ୱକୁ ସ୍ବୀକାର କରି ବାଟ ଚାଲିବାକୁ ଦୁହେଁ ନାରାଜ।
ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଦିନରେ ଦୁଇ ବଡ଼ ଜାତୀୟ ଦଳ ଭାଜପା ଏବଂ କଂଗ୍ରେସ ପାଇଁ ସବୁଠୁ ବଡ଼ ଅଡ଼ୁଆ ସାଜିବାକୁ ଯାଉଛନ୍ତି, ଯାହାର ଫାଇଦା କେବଳ ଆଞ୍ଚଳିକ ଦଳଗୁଡ଼ିକୁ ମିଳିପାରେ। ମମତା ନିକଟରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ଆଉ ନାହିଁ କହି କଂଗ୍ରେସର ରାଜନୈତିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଟିଏମ୍‌ସି ନେତ୍ରୀଙ୍କ ଏହି ମନ୍ତବ୍ୟ ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟିର ଏକ ସଙ୍କେତ ବୋଲି ବିଶ୍ଳେଷକମାନେ ବିବେଚନା କରୁଛନ୍ତି। ସେପଟେ ୟୁପିରୁ ଯୋଗୀ ସରକାରଙ୍କୁ ହଟାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ଅଖିଳେଶ ମାରାଥନ୍‌ ରାଲି କରି ଭାଜପା ବିରୋଧରେ ଲୋକଙ୍କୁ ତତାଉଛନ୍ତି। ଏହି କ୍ରମରେ ଅଖିଳେଶ ଶୁକ୍ରବାର ଝାନ୍ସିରେ ଖବରଦାତାଙ୍କୁ ସମ୍ବୋଧିତ କରି କହିଥିଲେ, ମମତାଙ୍କୁ ସ୍ବାଗତ। ପଶ୍ଚିମବଙ୍ଗରେ ଭାଜପା ଯେପରି ମୂଳପୋଛ ହୋଇଗଲା ଏଠାକାର ଭୋଟର ଗୈରିକ ଦଳକୁ ସେପରି ହଟାଇଦେବେ। ସମାଜବାଦୀ ପାର୍ଟି ଆରମ୍ଭ କରିଥିବା ପୂର୍ବାଞ୍ଚଳ ଏକ୍ସପ୍ରେସଓ୍ବେକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବା ହାସ୍ୟାସ୍ପଦ କଥା। ଭାଜପା ତାଙ୍କ ଅମଳରେ କରାଯାଇଥିବା ପ୍ରକଳ୍ପଗୁଡ଼ିକର ଶ୍ରେୟ ନେବାକୁ ଉଦ୍ୟମ କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସମାଲୋଚନା କରିଥିଲେ।
ଏହି ଅବସରରେ ଅଖିଳେଶ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନ ଥିଲେ। ଉତ୍ତର ପ୍ରଦେଶର ଜନତା କଂଗ୍ରେସକୁ ଗ୍ରହଣ କରିବେ ନାହିଁ। ଆସନ୍ତା ନିର୍ବାଚନରେ ଏହି ଦଳକୁ ଶୂନ ଆସନ ମିଳିବ ବୋଲି ସେ କହିଥିଲେ। ପ୍ରକାଶ ଯେ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ମୋରାଦାବାଦରେ ଏକ ସଭାକୁ ସମ୍ବୋଧନ ଅବସରରେ ଲଖିମପୁର ଖେରି ହିଂସା ପ୍ରସଙ୍ଗରେ ଅଖିଳେଶଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ଏସ୍‌ପି ଏବଂ କଂଗ୍ରେସ ଏକାଠି ଲଢ଼ିଥିଲେ। ଉତ୍ତର ପ୍ରଦେଶ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଦେଇଥିବାରୁ କଂଗ୍ରେସ ସହ ମେଣ୍ଟକୁ ନେଇ ଆମର ଭଲ ଅନୁଭୂତି ନାହିଁ ବୋଲି ଅଖିଳେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?