ଫସଲ ନଷ୍ଟ ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୫ା୧୨: କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ହୋଇଛି। ତଟାଞ୍ଚଳରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ମିଳିଛି। ଇତିମଧ୍ୟରେ ୧୭୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜିଲାର ୭୩ ଜଣ ଗର୍ଭବତୀଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଥଇଥାନ କରାଯାଇଛି।
ରାଜନଗର ବ୍ଲକ ଅଞ୍ଚଳର ସୁଦର୍ଶନ ରାଉତ କହିଛନ୍ତି, ସମୁଦ୍ର ଜୁଆର ଅମାବାସ୍ୟା ତିଥି ଯୋଗୁ ଉତ୍ତାଳ ହୋଇଛି। ୧ ମିଟରରୁ ଅଧିକ ଉଚ୍ଚ ଜୁଆର ତଟାଞ୍ଚଳକୁ ଆସୁଛି। ସାତଭାୟା ସମେତ, ତାଳଚୁଆ, ରଙ୍ଗଣୀ, ଗୁପ୍ତି, ଖରିନାଶୀ, କଂସାର ବଡଦାଣ୍ଡୁଆ, ସୁନିତି ଆଦି ତଟାଞ୍ଚଳବାସୀ ଉଚ୍ଚ ଜୁଆରକୁ ନେଇ ଭୟରେ ଅଛନ୍ତି। ବାତ୍ୟା ପ୍ରକୋପରେ ଅଧିକ ଜୁଆର ଆସିଲେ ସ୍ଥାନୀୟ ଅଞ୍ଚଳକୁ ମାଡି ଆସିବାର ସମ୍ଭାବନା ଅଛି। ଫଳରେ ଚାଷ କ୍ଷତିଗ୍ରସ୍ତ ହେବା ସହ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ହେବ।

ମହାକାଳପଡ଼ା ବ୍ଲକ ଜମ୍ବୁ ଅଞ୍ଚଳର ପ୍ରତାପ ଜେନା କୁହନ୍ତି, ଝିପିଝିପି ବର୍ଷା ଖରିଫ ଧାନ ଓ ପନିପରିବା ପାଇଁ ବିପଦ ହୋଇଛି। ଖରିଫ ଧାନ ଅମଳ ହୋଇନାହିଁ। ପାଚିଲା ଧାନ କ୍ଷେତରେ ଅଧିକ ଦିନ ପାଣି ଜମି ରହିଲେ ପାଚିଲା ଧାନ ଗଜା ହୋଇଯିବ। ସେହିପରି ପନିପରିବା ଚାଷୀ ଋଣ ସୁଝିବା ଚିନ୍ତାରେ ଅଛନ୍ତି। ରାଜକନିକାର ପ୍ରତିମା ସାମଲ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ମୁଁ ମଧ୍ୟ ୯ମାସର ଗର୍ଭବତୀ ଥିବାରୁ ସରପଞ୍ଚଙ୍କ ଅନୁରୋଧ ରକ୍ଷା କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ଚଳିତ ବର୍ଷ ସେ ନିଜର ଓ ଭାଗରେ ପ୍ରାୟ ୧୫ ଏକର ଜମିରେ ଖରିଫ ଧାନ ଚାଷ କରିଛନ୍ତି। ଏଥିସହିତ କିଛି ଜମିରେ ବିରି ଓ ମୁଗ ବିହନ ପକାଇଛନ୍ତି। ବାତ୍ୟା ସତର୍କତା ସମ୍ପର୍କରେ ଜାଣିବା ପରେ କେତେଜଣ କୃଷି ଶ୍ରମିକଙ୍କୁ ଲଗାଇ ଦରପାଚିଲା ଧାନ କ୍ଷେତରୁ କାଟିଛନ୍ତି। ତେବେ ସେହି ଧାନର ସଂରକ୍ଷଣ ପାଇଁ ସମୟ ମିଳିଲା ନାହିଁ। ଜିଲାରେ ଆବଶ୍ୟକ ଅନୁଯାୟୀ ହାର୍ଭେଷ୍ଟର ଓ କୃଷି ଶ୍ରମିକ ମିଳୁନାହାନ୍ତି। ଲଗାଣ ବର୍ଷା ହେଲେ ଫସଲ ନଷ୍ଟ ହେବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ବାତ୍ୟାର ମୁକାବିଲା ସମ୍ପର୍କରେ ଜିଲା ଜରୁରୀକାଳୀନ ଅଧିକାରୀ ହେମଲତା ବାହାଲିଆ କହିଛନ୍ତି, ଜିଲା ପ୍ରଶାସନ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ଇତିମଧ୍ୟରେ ସମୁଦ୍ରକୁ ଯାଇଥିବା ସମସ୍ତ ବୋଟ୍‌ ଓ ଟ୍ରଲର କୂଳକୁ ଫେରି ଆସିଛି। କଚ୍ଚା ଘରେ ରହିଥିବା ଲୋକ, ବୃଦ୍ଧାବୃଦ୍ଧଙ୍କୁ ସ୍ଥାନାନ୍ତର କରାଯାଉଛି। ଅପରାହ୍ନ ୨ଟା ସୁଦ୍ଧା ଡେରାବିଶ ବ୍ଲକ ଅଞ୍ଚଳରେ ୮୫ ଜଣଙ୍କୁ ସ୍ଥାନାନ୍ତର କରାଯାଇ ଗୋଟିଏ ଫ୍ରି କିଚେନ ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ଗରଦପୁର ବ୍ଲକ ଅଞ୍ଚଳରେ ୪ ଜଣ, ମାର୍ଶାଘାଇରେ ୩୦ ଜଣ ଓ ରାଜକନିକାରେ ୬୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜନଗର ଓ ମହାକାଳପଡ଼ା ସମୁଦ୍ର ତଟାଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଅନ୍ୟ ୩ଟି ବ୍ଲକ ଓ ୨ଟି ପୌରାଞ୍ଚଳର ତଥ୍ୟ ଅଦ୍ୟାବଧି ହସ୍ତଗତ ହୋଇନାହିଁ। ପ୍ରଶାସନ ପକ୍ଷରୁ ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟକୁ ସଜାଗ କରା ଯାଇଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଥିରେ ସହଯୋଗ କରୁଥିବା ଜିଲା ଜରୁରୀକାଳୀନ ଅଧିକାରୀ ବାହାଲିଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?