ଫସଲ ନଷ୍ଟ ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୫ା୧୨: କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ହୋଇଛି। ତଟାଞ୍ଚଳରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ମିଳିଛି। ଇତିମଧ୍ୟରେ ୧୭୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜିଲାର ୭୩ ଜଣ ଗର୍ଭବତୀଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଥଇଥାନ କରାଯାଇଛି।
ରାଜନଗର ବ୍ଲକ ଅଞ୍ଚଳର ସୁଦର୍ଶନ ରାଉତ କହିଛନ୍ତି, ସମୁଦ୍ର ଜୁଆର ଅମାବାସ୍ୟା ତିଥି ଯୋଗୁ ଉତ୍ତାଳ ହୋଇଛି। ୧ ମିଟରରୁ ଅଧିକ ଉଚ୍ଚ ଜୁଆର ତଟାଞ୍ଚଳକୁ ଆସୁଛି। ସାତଭାୟା ସମେତ, ତାଳଚୁଆ, ରଙ୍ଗଣୀ, ଗୁପ୍ତି, ଖରିନାଶୀ, କଂସାର ବଡଦାଣ୍ଡୁଆ, ସୁନିତି ଆଦି ତଟାଞ୍ଚଳବାସୀ ଉଚ୍ଚ ଜୁଆରକୁ ନେଇ ଭୟରେ ଅଛନ୍ତି। ବାତ୍ୟା ପ୍ରକୋପରେ ଅଧିକ ଜୁଆର ଆସିଲେ ସ୍ଥାନୀୟ ଅଞ୍ଚଳକୁ ମାଡି ଆସିବାର ସମ୍ଭାବନା ଅଛି। ଫଳରେ ଚାଷ କ୍ଷତିଗ୍ରସ୍ତ ହେବା ସହ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ହେବ।

ମହାକାଳପଡ଼ା ବ୍ଲକ ଜମ୍ବୁ ଅଞ୍ଚଳର ପ୍ରତାପ ଜେନା କୁହନ୍ତି, ଝିପିଝିପି ବର୍ଷା ଖରିଫ ଧାନ ଓ ପନିପରିବା ପାଇଁ ବିପଦ ହୋଇଛି। ଖରିଫ ଧାନ ଅମଳ ହୋଇନାହିଁ। ପାଚିଲା ଧାନ କ୍ଷେତରେ ଅଧିକ ଦିନ ପାଣି ଜମି ରହିଲେ ପାଚିଲା ଧାନ ଗଜା ହୋଇଯିବ। ସେହିପରି ପନିପରିବା ଚାଷୀ ଋଣ ସୁଝିବା ଚିନ୍ତାରେ ଅଛନ୍ତି। ରାଜକନିକାର ପ୍ରତିମା ସାମଲ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ମୁଁ ମଧ୍ୟ ୯ମାସର ଗର୍ଭବତୀ ଥିବାରୁ ସରପଞ୍ଚଙ୍କ ଅନୁରୋଧ ରକ୍ଷା କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ଚଳିତ ବର୍ଷ ସେ ନିଜର ଓ ଭାଗରେ ପ୍ରାୟ ୧୫ ଏକର ଜମିରେ ଖରିଫ ଧାନ ଚାଷ କରିଛନ୍ତି। ଏଥିସହିତ କିଛି ଜମିରେ ବିରି ଓ ମୁଗ ବିହନ ପକାଇଛନ୍ତି। ବାତ୍ୟା ସତର୍କତା ସମ୍ପର୍କରେ ଜାଣିବା ପରେ କେତେଜଣ କୃଷି ଶ୍ରମିକଙ୍କୁ ଲଗାଇ ଦରପାଚିଲା ଧାନ କ୍ଷେତରୁ କାଟିଛନ୍ତି। ତେବେ ସେହି ଧାନର ସଂରକ୍ଷଣ ପାଇଁ ସମୟ ମିଳିଲା ନାହିଁ। ଜିଲାରେ ଆବଶ୍ୟକ ଅନୁଯାୟୀ ହାର୍ଭେଷ୍ଟର ଓ କୃଷି ଶ୍ରମିକ ମିଳୁନାହାନ୍ତି। ଲଗାଣ ବର୍ଷା ହେଲେ ଫସଲ ନଷ୍ଟ ହେବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ବାତ୍ୟାର ମୁକାବିଲା ସମ୍ପର୍କରେ ଜିଲା ଜରୁରୀକାଳୀନ ଅଧିକାରୀ ହେମଲତା ବାହାଲିଆ କହିଛନ୍ତି, ଜିଲା ପ୍ରଶାସନ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ଇତିମଧ୍ୟରେ ସମୁଦ୍ରକୁ ଯାଇଥିବା ସମସ୍ତ ବୋଟ୍‌ ଓ ଟ୍ରଲର କୂଳକୁ ଫେରି ଆସିଛି। କଚ୍ଚା ଘରେ ରହିଥିବା ଲୋକ, ବୃଦ୍ଧାବୃଦ୍ଧଙ୍କୁ ସ୍ଥାନାନ୍ତର କରାଯାଉଛି। ଅପରାହ୍ନ ୨ଟା ସୁଦ୍ଧା ଡେରାବିଶ ବ୍ଲକ ଅଞ୍ଚଳରେ ୮୫ ଜଣଙ୍କୁ ସ୍ଥାନାନ୍ତର କରାଯାଇ ଗୋଟିଏ ଫ୍ରି କିଚେନ ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ଗରଦପୁର ବ୍ଲକ ଅଞ୍ଚଳରେ ୪ ଜଣ, ମାର୍ଶାଘାଇରେ ୩୦ ଜଣ ଓ ରାଜକନିକାରେ ୬୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜନଗର ଓ ମହାକାଳପଡ଼ା ସମୁଦ୍ର ତଟାଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଅନ୍ୟ ୩ଟି ବ୍ଲକ ଓ ୨ଟି ପୌରାଞ୍ଚଳର ତଥ୍ୟ ଅଦ୍ୟାବଧି ହସ୍ତଗତ ହୋଇନାହିଁ। ପ୍ରଶାସନ ପକ୍ଷରୁ ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟକୁ ସଜାଗ କରା ଯାଇଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଥିରେ ସହଯୋଗ କରୁଥିବା ଜିଲା ଜରୁରୀକାଳୀନ ଅଧିକାରୀ ବାହାଲିଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri