Posted inଫୁରସତ

ମୃତ୍ତିକା ଓ ପରିବେଶ

ମୃତ୍ତିକାରେ ଆମର ଜନ୍ମ। ମୃତ୍ତିକାରୁ ଖାଦ୍ୟ, ପାନୀୟ ଓ ବାୟୁ ପାଇ ଆମେ ବଞ୍ଚୁ। ମୃତ୍ୟୁ ପରେ ଆମ ଶରୀର ମାଟିରେ ମିଶେ। ମୃତ୍ତିକା ସହିତ ଆମରଜୀବନ ଓତଃପ୍ରୋତ ଭାବେ ଜଡିତ। ମୃତ୍ତିକା ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା। ମୃତ୍ତିକାର ସୁସ୍ଥତା ଆମ ଚତୁଃପାର୍ଶ୍ୱସ୍ତ ଭୂମି, ଜଳ, ବାୟୁ ଓ ଜଙ୍ଗଲ ଆଦି ପରିସ୍ଥିତିକୁ ବୁଝାଏ। ଭୂପୃଷ୍ଠସ୍ଥ ଭୂମି ରୂପ ବିବିଧ। ଉଚ୍ଚ଼ନୀଚ ପାହାଡ, ପର୍ବତ ଓ ଗଡ଼ାଣି ଆଦିକୁ ନେଇ ଭୂମି ରୂପ ସୃଷ୍ଟି। ଜଳବାୟୁ ପରିବର୍ତ୍ତନରେ ଭୂମି ରୂପର ମଧ୍ୟ ପରିବର୍ତ୍ତନ ଘଟିଥାଏ। ସମୁଦ୍ର ହ୍ରଦ,ନଦୀ, ନାଳି ଆଦିକୁ ନେଇ ଜଳଉସତ୍ ସୃଷ୍ଟି। ଜଳବାୟୁର ପରିବର୍ତ୍ତନ ସହିତ ଜଳଉସତ୍ର ବୃଦ୍ଧି ବା କ୍ଷୟ ଘଟିଥାଏ। ଭୂପୃଷ୍ଠସ୍ଥ ବାୟୁମଣ୍ଡଳ ବିଭିନ୍ନ ବାଷ୍ପକୁ ନେଇ ସୃଷ୍ଟି। ଭୂପୃଷ୍ଠ ଓ ଭୂଗର୍ଭର ବାୟୁରେ ଥିବା ବିଭିନ୍ନ ବାଷ୍ପ ମଧ୍ୟରେ ପାର୍ଥକ୍ୟ କମ୍‌। ବାୟୁ ମଣ୍ଡଳରେ ଯବକ୍ଷାରଯାନ ଶତକଡା ୭୮ ଭାଗ, ଅମ୍ଳଜାନ ଶତକଡା ୨୧ ଭାଗ , ଆରଗନ୍‌ ଶତକଡା ୦.୯ ଭାଗ ଏବଂ ଅଙ୍ଗାରକାମ୍ଳ ଶତକଡା ୦.୦୩ ଭାଗ ସହିତ ନିଓନ, ହେଲିୟମ୍‌ ଏବଂ କ୍ରିପଟନ୍‌ ସ୍ବଳ୍ପ ପରିମାଣରେ ସ୍ଥାୟୀ ଭାବେ ଥାଏ। ଏହାବ୍ୟତୀତ ପରିସ୍ଥିତିକୁ ନେଇ କିଛି ପରିବର୍ତ୍ତିତ ବାଷ୍ପ ଯଥା ମିଥେନ୍‌, ଆମୋନିଆ, କ୍ଲୋରିନ୍‌, ନାଇଟ୍ରସ୍‌ ଅକସାଇଡ୍‌ ଓ ସଲଫର ଡାଇଅକ୍ସସାଇଡ୍‌ ଥାଏ। ଏହି ସମସ୍ତ ବାଷ୍ପ ମଧ୍ୟରୁ ଯବକ୍ଷାରଯାନ ନିଷ୍କ୍ରିୟ ଏବଂ ପରିବେଶ ପ୍ରତି କ୍ଷତିକାରକ ନୁହେଁ।  ଅମ୍ଳଜାନ ଉଭୟ ପ୍ରାଣୀ ଓ ଉଦ୍ଭିଦ୍‌ଙ୍କ ଲାଗି ଅଶେଷ ଉପକାରୀ। ଅମ୍ଳଜାନ ଅଭାବରେ ଜୀବଜଗତ ତିଷ୍ଠିବା ଅସମ୍ଭବ। ଅଙ୍ଗାରକାମ୍ଳ, ମିଥେନ୍‌, ଆମୋନିଆ, ନାଇଟ୍ରସ୍‌ ଅକସାଇଡ୍‌, କ୍ଲୋରିନ୍‌ , ଗନ୍ଧକ ବାଷ୍ପ ଆଦି ପ୍ରାଣୀ ଜଗତ ପାଇଁ ବିଷାକ୍ତ। ଏସବୁ ବାଷ୍ପକୁ ସବୁଜ ଗୃହ ବାଷ୍ପ କୁହାଯାଏ। ସବୁଜ ଗୃହ ବାଷ୍ପ ଭୂପୃଷ୍ଠର ଉତ୍ତାପ ବଢାଇ ଥାଏ ା ଏଥିମଧ୍ୟରୁ ଅଙ୍ଗାରକାମ୍ଳ ଜୀବ ଜଗତ ପାଇଁ ବିଶେଷ କ୍ଷତିକାରକ। ଅଙ୍ଗାରକାମ୍ଳ ଅବଶ୍ୟ ଉଦ୍ଭିଦ୍‌ ଜଗତ ସକାଶେ ଅଶେଷ ଉପକାରୀ। ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ନେଇ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ; ଯାହା ଭୂପୃଷ୍ଠ ଜୀବଙ୍କର ଏକ ଖାଦ୍ୟ। ବୃକ୍ଷର ଖାଦ୍ୟ ପ୍ରସ୍ତୁତି ସମୟରେ ବାୟୁମଣ୍ଡଳକୁ ଅମ୍ଳଜାନ ନିର୍ଗତ ହୁଏ। ଉକ୍ତ ଅମ୍ଳଜାନ ପ୍ରାଣୀଙ୍କର ଜୀବନ ସ୍ବରୂପ। ଗୋଟିଏ ବୃକ୍ଷ ବର୍ଷକ ମଧ୍ୟରେ ପ୍ରାୟ ୧୩୦ କିଲୋଗ୍ରାମ୍‌ ଅମ୍ଳଜାନ ନିର୍ଗତ କରେ। ଏହି ସମୟ ମଧ୍ୟରେ ଜଣେ ମନୁଷ୍ୟ ତା’ର ଶ୍ୱାସକ୍ରିୟା ପାଇଁ ବର୍ଷକୁ ପ୍ରାୟ ୧୯୦ କିଲୋଗ୍ରାମ୍‌ ଅମ୍ଳଜାନ ଆବଶ୍ୟକ କରେ। ଏହାଦ୍ୱାରା ଜଣେ ମନୁଷ୍ୟ ପାଇଁ ବର୍ଷକୁ ୬୦ କିଲୋଗ୍ରାମ୍‌ ଅମ୍ଳଜାନର ଅଭାବ ପଡେ। ଗୋଟିଏ ପକ୍ଷରେ ଆମେ ଭୃପୃଷ୍ଠରୁ ଗଛ ସଂଖ୍ୟା କମାଉଛୁଁ ଏବଂ ଅନ୍ୟପକ୍ଷେ ଭୃପୃଷ୍ଠରେ ଜନସଂଖ୍ୟା ବଢୁଛି। ଏହାଦ୍ୱାରା ବର୍ଷକୁ ବର୍ଷ ଅମ୍ଳଜାନର ପରିମାଣ କମିବା ସହ ଅଙ୍ଗାରକାମ୍ଳଜାନ ପରିମାଣ ବଢୁଛି। ବର୍ତ୍ତମାନ ସଭ୍ୟତା ବଢିବା ସହ ବିଭିନ୍ନ ଯାନବାହନ ଚଳାଚଳ ସଂଖ୍ୟା ବଢିବା ସହ ଶିଳ୍ପ ପ୍ରତିଷ୍ଠା ତାଳ ଦେଇ ବଢୁଛି। ଯାନବାହାନ ଏବଂ ଶିଳ୍ପରୁ ନିର୍ଗତ ଅଙ୍ଗାରକାମ୍ଳ ପରିମାଣ ବାୟୁମଣ୍ଡଳରେ ବଢିବାରେ ଲାଗିଛି। ଗୋଟିଏ କ୍ଷେତରୁ ଏକାଧିକ ଫସଲ ଚାଷ ପାଇଁ ମାତ୍ରାଧିକ ରାସାୟନିକ ସାର ପ୍ରୟୋଗ ଓ ଫସଲର ଅବଶିଷ୍ଟାଂଶକୁ କ୍ଷେତରେ ପୋଡିବା ଯୋଗୁଁ ଏଥିରୁ ନିର୍ଗତ ଧୂଆଁ ବାୟୁ ଏବଂ ମୃତ୍ତିକାକୁ ପ୍ରଦୁଷଣ କରୁଛି। ବାୟୁ ମଣ୍ଡଳରେ ୧୦ ମାଇକ୍ରନରୁ ଅଧିକ ଧୂଳି ରହିଲେ ଉଭୟ ମାଟି ଓ ବାୟୁ ପ୍ରଦୂଷିତ ହୁଏ। ଜଳ ସେଚିତ ଜମିରେ ଏକାଧିକ ଥର ଧାନ ଚାଷ ହେବା ଦ୍ୱାରା ମାଟି ଓଦା ଓ ସନ୍ତସନ୍ତିଆ ହୋଇ ପ୍ରଦୂଷିତ ହେବା ସହ ମାଟିରେ ଅଙ୍ଗାରକାମ୍ଳ ଓ ମିଥେନ୍‌ ବାଷ୍ପ ସୃଷ୍ଟି ହେଉଛି।
ଆଦିବାସୀ ଅଧ୍ୟୁଷିତ ଜିଲାରେ ଜଙ୍ଗଲ ପୋତି ପୋଡୁ ଚାଷ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ଜଙ୍ଗଲର ବୃକ୍ଷମାନ କାଟି ଜଙ୍ଗଲ ଜମିକୁ କୃଷି କ୍ଷେତ୍ର ଓ ଶିଳ୍ପ ପ୍ରତିଷ୍ଠାରେ ନିୟୋଜିତ କରିବା ଦ୍ୱାରା ପରିବେଶ ଅଧିକ ମାତ୍ରରେ ପ୍ରଦୂଷିତ ହୋଇଯାଉଛି। ସରକାରୀ ସ୍ତରରେ ଏପ୍ରକାର କାର୍ଯ୍ୟକଳାପକୁ ପ୍ରତିରୋଧ କରାଇପାରିଲେ ପରିବେଶ ସୁସ୍ଥ ରହିବାରେ ସହାୟକ ହୁଅନ୍ତା। ଆବଶ୍ୟକ ପାଇଁ କଟା ଯାଉଥିବା ଗଛ ସ୍ଥାନରେ ନୂତନ ଗଛ ଲଗାଇ ଏହାର ଅଭାବ ପୁରଣ କରାଯିବା ଜରୁରୀ।
ସ୍ଥଳ ଭାଗ ପରି ଜଳ ଭାଗ ମଧ୍ୟ ପ୍ରଦୂଷିତ ହେଉଛି। କଳକାରଖାାନାର କଠିନ ଓ ତରଳ ବର୍ଜ୍ଜ୍ୟ ବସ୍ତୁ; ନଦୀ, ନାଳି ଓ ପୁଷ୍କରଣୀକୁ ନିର୍ଗତ ହେବା ଦ୍ୱାରା ଜଳ ପ୍ରଦୂଷିତ ହେଉଛି। ଏହି ସବୁ ବର୍ଜ୍ଜ୍ୟ ବସ୍ତୁ ନଦୀ ଓ ନାଳିରୁ ସମୁଦ୍ରକୁ ଆସି ସମୁଦ୍ର ଜଳ ମଧ୍ୟ ପ୍ରଦୂଷିତ ହେଉଛି। ସମୁଦ୍ର ମଧ୍ୟରୁ ଟନ୍‌ ଟନ୍‌ ପଲିଥିନ ଉଦ୍ଧାର କରା ଯାଇଥିବାର ପ୍ରମାଣ ମିଳିଛି।ଜଳ ପ୍ରଦୂଷଣ ଯୋଗୁଁ ନଦୀ ଓ ସାମୁଦ୍ରିକ ଜୀବମାନଙ୍କର ବଂଶ ଲୋପ ପାଇବାରେ ଲାଗିଛି।
ଭୂର୍ଗଭର ମାଟିତଳୁ ବହୁ ମୂଲ୍ୟବାନ ଧାତୁ ଏବଂ ଖଣିଜ ଦ୍ରବ୍ୟକୁ ବ୍ୟବହାର ପାଇଁ ଆମେ ଉତ୍ତୋଳନ କରୁଛୁଁ। ଏହାଦ୍ୱାରା ମୃତ୍ତିକା ବହୁ ମାତ୍ରାରେ ପ୍ରଦୂଷିତ ହେଉଛି। ଓଡିଶାର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ଲୁହା ଖଣି, ଯାଜପୁର ଜିଲ୍ଲାର କ୍ରୋମାଇଟ୍‌ ଖଣି, କୋରାପୁଟ ଜିଲ୍ଲାର ବକ୍ସାଇଟ୍‌ ଖଣି, ସମ୍ବଲପୁର, ଝାରସୁଗୁଡା ଏବଂ ଅନୁଗୁଳ ଜିଲାରେ କୋଇଲା ଖଣିରୁ ପ୍ରତିଦିନ ଟନ୍‌ ଟନ୍‌ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଛି। ଉକ୍ତ ଖଣିଜ ଦ୍ରବ୍ୟର ଉତ୍ତୋଳନରୁ ବାହାରୁଥିବା ଧାତୁର ଅବଶିଷ୍ଟାଂଶ ମାଟିରେ ରହି ମାଟିକୁ ପ୍ରଦୂଷିତ କରୁଛି। ଫଳରେ ଏହି ମାଟିରେ ବଢୁଥିବା ଫସଲ ଏବଂ ଉଦ୍ଭିଦ ବିଷାକ୍ତ ହେଉଛି।
ପରିବେଶ ପ୍ରଦୂଷଣ ଉଭୟ ପ୍ରାଣୀ ଏବଂ ଉଦ୍ଭିଦ ପାଇଁ କ୍ଷତିକାରକ। ଜାତିସଂଘର ସଦ୍ୟତମ ତଥ୍ୟରୁ ଜଣାଯାଇଛି ଯେ ପରିବେଶ, ବିଶେଷ କରି ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ମିନିଟ୍‌ରେ ବିଶ୍ୱରେ ୧୩ ଜଣ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏଭଳି ବିପଦରୁ ରକ୍ଷା ପାଇଁ ସମସ୍ତେ ପରିବେଶ ପ୍ରତି ସଚେତନ ରହି ଏହାକୁ ପ୍ରଦୂଷଣ ମୁକ୍ତ କରିବାକୁ ଚେଷ୍ଟା କରିବା ଜରୁରୀ। ଗ୍ଲାସଗୋ ୨୦୨୧ ଜଳବାୟୁ ପରିବର୍ତ୍ତନ ସମ୍ମଳନୀରେ ଅଂଶ ଗ୍ରହଣ କରିଥିବା ଦେଶସମୂହ ୨୦୩୦ ପଯର୍‌ୟନ୍ତ ଭୂପୃଷ୍ଠରୁ ବୃକ୍ଷ ନ କାଟିବା ପାଇଁ ସହମତ ପ୍ରକାଶ କରଛନ୍ତି।

-ପ୍ର.ସୁବୋଧ କୁମାର ସାହୁ
ଶୈଳଶ୍ରୀବିହାର, ମୋ:୯୫୫୬୨୬୬୦୮୫


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?