Posted inଫୁରସତ

ମାଟି ପାଇଁ ପଦେ

ମାଟି, ଯେଉଁଠୁ ଜୀବନ ଜିଇଁବାର ଅଧ୍ୟାୟ ଆରମ୍ଭ, ଯାହା ଉପରେ ମଣିଷ ନିଜ ମୌଳିକ ଆବଶ୍ୟକତାକୁ ପୂରଣ ପାଇଁ ନିରନ୍ତର ଜାରି ରଖେ ସଂଘର୍ଷ। ଆରମ୍ଭରୁ ମାଟି ହିଁ ଜୀବଜଗତ ପାଇଁ ସାହାରା ପାଲଟିଛି…
ମାଟି ଏକ ମାଧ୍ୟମ ଯାହା କି ଖଣିଜଲବଣ,ପାଣି, ବାୟୁ, ଜୈବିକ ପଦାର୍ଥ ତଥା ଅଣୁଜୀବଙ୍କ ସମାହାରରେ ଗଠିତ। କହିବାକୁ ଗଲେ ଏହି ୫ଟି ଉପାଦାନକୁ ନେଇ ମାଟିର ସଂଜ୍ଞା ନିରୂପଣ କରାଯାଏ।
ଖଣିଜଲବଣ- ମୃତ୍ତିକା ଗଠନରେ ଖଣିଜଲବଣର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଶତକଡ଼ା ୪୫ ରୁ ୪୯ ଭାଗ ଖଣିଜଲବଣକୁ ନେଇ ମାଟିର ଗଠନ କରାଯାଇଥାଏ।
ପାଣି- ଏହା ଦ୍ୱିତୀୟ ମୁଖ୍ୟ ଉପାଦାନ। ମୃତ୍ତିକାର ଜଳଧାରଣ କ୍ଷମତା ଉପରେ ଫସଲର ଉପତ୍ାଦନ ହାର ନିର୍ଭର କରେ। ଯେଉଁ ମାଟିର ଜଳଧାରଣ କ୍ଷମତା ଅଧିକ ସେ ମାଟିରେ ଚାଷ କାମ ଭଲ ହୋଇଥାଏ।
ଜୈବିକ ପଦାର୍ଥ- ମାଟିରେ ଜୈବିକ ପଦାର୍ଥ ଅନ୍ୟ ଏକ ଉପାଦାନ ଭାବେ ବିଦିତ। ଜୈବିକ ପଦାର୍ଥ ଯେକୌଣସି ପଚିଥିବା କିମ୍ବା ସଢ଼ିଥିବା ଗଛ ବା ପଦାର୍ଥରୁ ପ୍ରସ୍ତୁତ ହୋଇପାରେ। ଯେଉଁ ମାଟିରେ ଜୈବ ପଦାର୍ଥ ଅଧିକ ପରିମାଣରେ ଥାଏ ସେଥିରେ କାଟାୟନ ଏକ୍ସଚେଞ୍ଜ କାପାସିଟି ଅଧିକ ଥାଏ। ସୁତରାଂ ସେଇ ମାଟିରେ ଭଲ ଭାବରେ ଫସଲ ଉପତ୍ାଦନ କରାଯାଇଥାଏ।
ବାୟୁ – ପାଣି ପରି ମାଟି ଭିତରେ ବାୟୁର ଆବଶ୍ୟକତା ବି ସେତିକି ଗୁରୁତ୍ୱପୂର୍ଣ୍ଣ। କାରଣ ଗଛର ଚେର ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ଠିକ ସେମିତି ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନ ମାଟି ତଳେ ନାଇଟ୍ରୋଜେନ ଫିକ୍ସିଂ ବ୍ୟାକ୍ଟେରିଆଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅଣୁଜୀବ- ଯଦିଓ ମାଟି ମଧ୍ୟରେ ଅଣୁଜୀବ ଅଧିକ ପରିମାଣରେ ଦେଖାଯାଆନ୍ତି। ପରନ୍ତୁ ମୃତ୍ତିକା ଗଠନରେ ଏମାନେ ସେଭଳି ବିଶେଷ ଭୂମିକା ଗ୍ରହଣ କରନ୍ତି ନାହିଁ। ସର୍ବେକ୍ଷଣରୁ ଜଣାପଡ଼ିଛି ମୃତ୍ତିକାର ଉପର ସ୍ତରରେ ପାଖାପାଖି ୨୦୦୦୦ରୁ ଅଧିକ ଅଣୁଜୀବ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଜିଆ ଓ ସୂତ୍ରକୃମିଙ୍କ ସଂଖ୍ୟା ଅଧିକ। ଜୈବ ପଦାର୍ଥ ବିଘଟନରେ ଅଣୁଜୀବ ମୁଖ୍ୟ ଭୂମିକା ନେଇଥାନ୍ତି।
ମୃତ୍ତିକା କ୍ଷୟ କାରଣରୁ ଏବେ ମୃତ୍ତିକାର ଗଠନରେ ମଧ୍ୟ ସାମଞ୍ଜସ୍ୟ ରହେ ନାହିଁ। ତେବେ ଏଥିପାଇଁ ପ୍ରମୁଖ କାରଣ ହେଲା – ଜଙ୍ଗଲ କ୍ଷୟ , ପ୍ରାଣୀଙ୍କର ଅତ୍ୟଧିକ ଚରିବା ପାଇଁ ମାଟିକୁ ବ୍ୟବହାର, ବର୍ଷା ପାଣି ସଂରକ୍ଷଣ ନ ହୋଇପାରିବା, କଳକାରଖାନାର ବର୍ଜ୍ଜ୍ୟ ତଥା ଦୂଷିତ ପାଣି ମାଟିରେ ମିଶିବା ଏମିତି ଅନେକ। ସମ୍ପ୍ରତି ଭାରତ ବର୍ଷରେ ୧୪୭ ମିଲିୟନ ହେକ୍ଟରର ମୃତ୍ତିକା କ୍ଷୟ ହୋଇସାରିଛି। ଯଦି ଏଭଳି ଚାଲେ ତେବେ ଆଉ କିଛିବର୍ଷ ପରେ ଅବସ୍ଥା କ’ଣ ହେବ?
କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରୁଛନ୍ତି। ଏହାକୁ କାର୍ଯ୍ୟକାରୀ ବି କରିଛନ୍ତି। ନିକଟରେ ଜଳସେନ ପାଇଁ ସୌର ଜଳନିଧି ଯୋଜନା ଆରମ୍ଭ ହେଲା। କିନ୍ତୁ ମୃତ୍ତିକା ସଂରକ୍ଷଣ ଲାଗି ସେମିତି ଯୋଜନା କାହିଁ? ମୃତ୍ତିକା ସଂରକ୍ଷଣ ପାଇଁ ନୂତନ ବନୀକରଣ, ଜୈବିକ କୃଷି, ଜୈବିକ ଖତ ଯଥା (ଜୀବାମୃତ, ପଞ୍ଚଗବ୍ୟ, ଦଶଗବ୍ୟ, ଅମୃତପାଣି)ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ମିତ୍ରକୀଟ ସଂଖ୍ୟା ବଢାଇବା ସହ ପାରମ୍ପରିକ ପଦ୍ଧତିରେ ରାସାୟନିକ ସାରର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଉଛି। ନିକଟରେ ୨୫ରୁ ଅଧିକ କୀଟନାଶକକୁ ଭାରତ ସରକାର ସେସବୁର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଏହା ଏକ ସୁଦୂରପ୍ରସାରୀ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ। ଏସବୁ କୀଟନାଶକ ବଦଳରେ ଯଦି ଘରୋଇ ଉପାୟରେ କୀଟନାଶକ ପ୍ରସ୍ତୁତ କରି (ନିମ୍ବପତ୍ରର ରସ)କୁ ବ୍ୟବହାର କରାଯାଇପାରନ୍ତି, ତେବେ ସୁଫଳ ମିଳିବାର ସମ୍ଭାବନା ଅଧିକ।
ତେଣୁ ଏବେ ମାଟି ପାଇଁ ଟିକେ ଚିନ୍ତା କରିବାର ସମୟ ଆସିଛି। କୁହାଯାଏ ଯେ ମାଟି ହେଉଛି ଆମର ମା’ ଆଉ କୃଷିର ଆରମ୍ଭ ମାଟିରୁ। କିନ୍ତୁ ଆଜି ସେଇ ମାଟି ପ୍ରଦୂଷିତ ଓ ଅନୁର୍ବର। ପ୍ରବଳ ମାତ୍ରାରେ ରାସାୟନିକ ସାରର ବ୍ୟବହାର ଆଜି ମାଟି ମା’ କୁ ନଷ୍ଟ କରିଦେଇଛି। ତେବେ ନିଜେ ସଜାଗ ହେଲେ ସବୁକିଛି ସୁଧୁରିବ ବୋଲି ଆଶା।

– ଡ଼ି ଶୁଭମ୍‌
କୃଷି ସ୍ନାତକୋତ୍ତର, ମୃତ୍ତିକା ବିଜ୍ଞାନ, ସୋଆ, ଭୁବନେଶ୍ୱର, ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri