ଜଳକ୍ରୀଡ଼ାର ବିକାଶ ଲାଗି ଏମ୍‌ଓୟୁ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟ ସରକାର ହକିକୁ ପ୍ରୋତ୍ସାହନ ଦେବା ସହ ପ୍ରାୟୋଜକ ହୋଇଛନ୍ତି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ହକି ମହାକୁମ୍ଭ ଆୟୋଜନ କରି ବିଶ୍ୱ ଦରବାରରେ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଭଳିସ୍ଥଳେ ଦେଶରେ ଜଳକ୍ରୀଡ଼ା(ସୁଇମିଂ ସ୍ପୋଟର୍‌ସ)ର ବିକାଶ ଓ ପ୍ରସାର ପାଇଁ ରାଜ୍ୟ ସରକାର ଆଗ୍ରହ ଦେଖାଇ ଆସନ୍ତା ୧ ବର୍ଷ ସକାଶେ ପ୍ରାୟୋଜକ ହେବେ। ଏ ନେଇ ଶନିବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ମଧ୍ୟରେ ଏକ ଚୁକ୍ତିନାମା (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଫିନା ବ୍ୟୁରୋ ସଦସ୍ୟ ତଥା ଏସ୍‌ଏଫ୍‌ଆଇର ବରିଷ୍ଠ ଉପସଭାପତି ବୀରେନ୍ଦ୍ର ନାନାବତୀଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ତରଫରୁ ବିଭାଗୀୟ ସଚିବ ଭିନିଲ କ୍ରିଷ୍ଣା ଏବଂ ମହାସଂଘ ପକ୍ଷରୁ ସେକ୍ରେଟାରି ଜେନେରାଲ ମୋନାଲ ଚୋକ୍‌ସି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ତଦନୁଯାୟୀ ଉଭୟ ମିଳିତ ଭାବେ ଓଡ଼ିଶା ଓ ଭାରତରେ ସୁଇମିଂ ଇକୋସିଷ୍ଟମ୍‌ର ବିକାଶ, ପ୍ରସାର ଦିଗରେ କାର୍ଯ୍ୟ କରିବେ। ଓଡ଼ିଶା ଷ୍ଟେଟ୍‌ ସୁଇମିଂ ଆସୋସିଏଶନ (ଓଏସ୍‌ଏସ୍‌ଏ) ସହ ମିଶି ଏସ୍‌ଏଫ୍‌ଆଇ ଜଳକ୍ରୀଡ଼ାର ବିକାଶ ନିମନ୍ତେ ବୈଷୟିକ ଜ୍ଞାନକୌଶଳ ଯୋଗାଇବ। ଏହି ଚୁକ୍ତିନାମା ଏକବର୍ଷ ପାଇଁ ବଳବତ୍ତର ରହିବ। ପରବର୍ତ୍ତୀ ସମୟରେ ସହମତି ଭିତ୍ତିରେ ଏହାର ସମୟସୀମା ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ କନିଷ୍ଠ ହକି ବିଶ୍ୱକପ୍‌ ୨୦୨୧ ଚାଲିଥିବା ବେଳେ ଏହି ଚୁକ୍ତି ସ୍ବାକ୍ଷର ରାଜ୍ୟ ତଥା ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ। ଏହି ଅବସରରେ ଭିନିଲ କ୍ରିଷ୍ଣା କହିଛନ୍ତି, ସୁଇମିଂ ଭଳି ବହୁମୁଖୀ କ୍ରୀଡ଼ାରେ ଯୁବତୀ ଯୁବକମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ସୁଯୋଗ ରହିଛି। ଏସ୍‌ଏଫ୍‌ଆଇ ସହ ଚୁକ୍ତି ସ୍ବାକ୍ଷର ଯୋଗୁ ରାଜ୍ୟରେ ଜଳକ୍ରୀଡ଼ାର ବିକାଶ ହୋଇପାରିବ। ଏସ୍‌ଏଫ୍‌ଆଇ ରାଜ୍ୟରେ ସମସ୍ତ ପ୍ରକାର ଜଳକ୍ରୀଡ଼ାକୁ ଆଗକୁ ନେବା ସହ ପ୍ରତିଭାବାନ ଖେଳାଳି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସ ରହିଛି। ଏହା ଉନ୍ନତ ଭିତ୍ତିଭୂମି ବିଶିଷ୍ଟ ଦେଶର ଅନ୍ୟତମ ଶ୍ରେଷ୍ଠ ସୁଇମିଂ ପୁଲ୍‌। ତୃଣମୂଳ ସ୍ତରର ସୁଇମିଂ ଟ୍ରେନିଂ ସେଣ୍ଟରଗୁଡ଼ିକୁ ସୁଦୃଢ଼ କରାଯାଉଛି। ଏହି ଚୁକ୍ତି ରାଜ୍ୟରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନଶିପ ଆୟୋଜନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ

ପୁରୀ ଅଫିସ, ୨୬ା୧୨: ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ। ଗତ କିଛିଦିନ ହେଲା କୂଳଠାରୁ ପ୍ରାୟ ୫୦୦ ମିଟର ଦୂରରେ କିଛି ଡଲ୍‌ଫିନ ଖେଳୁଥିବା ଦେଖାଯାଉଛି। ତେବେ...

ଝାରପଡ଼ା ଜେଲରେ ପରେଡ: ଅଭିଯୁକ୍ତଙ୍କୁ ଚିହ୍ନିଲେ ନୂଆ ଏସ୍‌ଆଇ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଭୁବନେଶ୍ୱର ସହାରଞ୍ଚଳ ଜିଲା ପୋଲିସ (ୟୁପିଡି) ପକ୍ଷରୁ ରବିବାର ଝାରପଡ଼ା ସ୍ବତନ୍ତ୍ର ଜେଲରେ ବିଚାରଧୀନ କଏଦୀଙ୍କ ପରେଡ କରାଯାଇଛି। ଏହି ପରେଡରେ ଭୁବନେଶ୍ୱରରେ ନବନିଯୁକ୍ତ...

ନଭେମ୍ବରରୁ ଉତ୍ସବ ମୁଖରିତ ହେବ ମଞ୍ଚ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): କରୋନା ମହାମାରୀ ଥମିଛି। ଦୀର୍ଘଦିନ ଧରି ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା କଳାକାରମାନେ ମଞ୍ଚକୁ ଯିବାକୁ ଚାହିଁ ବସିଛନ୍ତି। ଏପଟେ କରୋନାର କୋପ ଭିତରେ...

ପିସିସି ସଭାପତି ପରିବର୍ତ୍ତନକୁ ନେଇ ଧାଁଦୌଡ଼

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱଶୂନ୍ୟ କରିବା ଲାଗି ଦଳ ଭିତରେ କନ୍ଦଳ ଉଗ୍ରରୂପ ନେଲାଣି। ନିରଞ୍ଜନଙ୍କ ବିରୋଧରେ ଗୋଟିଏ...

ସିବିଆଇ ପଞ୍ଝାରେ ରେଲୱେ ଅଧିକାରୀ

ଭୁବନେଶ୍ୱର,୩।୨(ବ୍ୟୁରୋ): ପୂର୍ବତଟ ରେଲୱେର ବରିଷ୍ଠ ଅଧିକାରୀ ତଥା ସିନିଅର ଟ୍ରାଭେଲିଂ ଇନ୍ସପେକ୍ଟର ରବି ନାରାୟଣ ରଥଙ୍କ ଘରେ ବୁଧବାର ସିବିଆଇ ରେଡ କରିଛି। ଆୟ ବହିର୍ଭୂତ...

ଆଖି ବୁଜିଲା ହାତୀ ‘ନନ୍ଦ’

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଗୋଡ଼ିବାରୀରେ ଥିବା ପୋଷାହାତୀ ‘ନନ୍ଦ’ର ମୃତ୍ୟୁ ଘଟିଛି। ରବିବାରଠାରୁ ‘ନନ୍ଦ’  ଅସୁସ୍ଥ ଥିଲା। ଚିକିତ୍ସା ଚାଲୁ ରହିଥିଲେ ହେଁ ଶେଷରେ...

ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ସଂରକ୍ଷଣ ନିୟମ ଉଲ୍ଲଂଘନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଇନର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ହାଇକୋର୍ଟରେ ଏକ...

ଆଜି ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇବ।...

Advertisement
Archives

Model This Week