ଜଳକ୍ରୀଡ଼ାର ବିକାଶ ଲାଗି ଏମ୍‌ଓୟୁ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟ ସରକାର ହକିକୁ ପ୍ରୋତ୍ସାହନ ଦେବା ସହ ପ୍ରାୟୋଜକ ହୋଇଛନ୍ତି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ହକି ମହାକୁମ୍ଭ ଆୟୋଜନ କରି ବିଶ୍ୱ ଦରବାରରେ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଭଳିସ୍ଥଳେ ଦେଶରେ ଜଳକ୍ରୀଡ଼ା(ସୁଇମିଂ ସ୍ପୋଟର୍‌ସ)ର ବିକାଶ ଓ ପ୍ରସାର ପାଇଁ ରାଜ୍ୟ ସରକାର ଆଗ୍ରହ ଦେଖାଇ ଆସନ୍ତା ୧ ବର୍ଷ ସକାଶେ ପ୍ରାୟୋଜକ ହେବେ। ଏ ନେଇ ଶନିବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ମଧ୍ୟରେ ଏକ ଚୁକ୍ତିନାମା (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଫିନା ବ୍ୟୁରୋ ସଦସ୍ୟ ତଥା ଏସ୍‌ଏଫ୍‌ଆଇର ବରିଷ୍ଠ ଉପସଭାପତି ବୀରେନ୍ଦ୍ର ନାନାବତୀଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ତରଫରୁ ବିଭାଗୀୟ ସଚିବ ଭିନିଲ କ୍ରିଷ୍ଣା ଏବଂ ମହାସଂଘ ପକ୍ଷରୁ ସେକ୍ରେଟାରି ଜେନେରାଲ ମୋନାଲ ଚୋକ୍‌ସି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ତଦନୁଯାୟୀ ଉଭୟ ମିଳିତ ଭାବେ ଓଡ଼ିଶା ଓ ଭାରତରେ ସୁଇମିଂ ଇକୋସିଷ୍ଟମ୍‌ର ବିକାଶ, ପ୍ରସାର ଦିଗରେ କାର୍ଯ୍ୟ କରିବେ। ଓଡ଼ିଶା ଷ୍ଟେଟ୍‌ ସୁଇମିଂ ଆସୋସିଏଶନ (ଓଏସ୍‌ଏସ୍‌ଏ) ସହ ମିଶି ଏସ୍‌ଏଫ୍‌ଆଇ ଜଳକ୍ରୀଡ଼ାର ବିକାଶ ନିମନ୍ତେ ବୈଷୟିକ ଜ୍ଞାନକୌଶଳ ଯୋଗାଇବ। ଏହି ଚୁକ୍ତିନାମା ଏକବର୍ଷ ପାଇଁ ବଳବତ୍ତର ରହିବ। ପରବର୍ତ୍ତୀ ସମୟରେ ସହମତି ଭିତ୍ତିରେ ଏହାର ସମୟସୀମା ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ କନିଷ୍ଠ ହକି ବିଶ୍ୱକପ୍‌ ୨୦୨୧ ଚାଲିଥିବା ବେଳେ ଏହି ଚୁକ୍ତି ସ୍ବାକ୍ଷର ରାଜ୍ୟ ତଥା ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ। ଏହି ଅବସରରେ ଭିନିଲ କ୍ରିଷ୍ଣା କହିଛନ୍ତି, ସୁଇମିଂ ଭଳି ବହୁମୁଖୀ କ୍ରୀଡ଼ାରେ ଯୁବତୀ ଯୁବକମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ସୁଯୋଗ ରହିଛି। ଏସ୍‌ଏଫ୍‌ଆଇ ସହ ଚୁକ୍ତି ସ୍ବାକ୍ଷର ଯୋଗୁ ରାଜ୍ୟରେ ଜଳକ୍ରୀଡ଼ାର ବିକାଶ ହୋଇପାରିବ। ଏସ୍‌ଏଫ୍‌ଆଇ ରାଜ୍ୟରେ ସମସ୍ତ ପ୍ରକାର ଜଳକ୍ରୀଡ଼ାକୁ ଆଗକୁ ନେବା ସହ ପ୍ରତିଭାବାନ ଖେଳାଳି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସ ରହିଛି। ଏହା ଉନ୍ନତ ଭିତ୍ତିଭୂମି ବିଶିଷ୍ଟ ଦେଶର ଅନ୍ୟତମ ଶ୍ରେଷ୍ଠ ସୁଇମିଂ ପୁଲ୍‌। ତୃଣମୂଳ ସ୍ତରର ସୁଇମିଂ ଟ୍ରେନିଂ ସେଣ୍ଟରଗୁଡ଼ିକୁ ସୁଦୃଢ଼ କରାଯାଉଛି। ଏହି ଚୁକ୍ତି ରାଜ୍ୟରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନଶିପ ଆୟୋଜନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?