ହାଇକୋର୍ଟ ରେକର୍ଡ ରୁମ୍‌ରେ ୨ ଶହ ବର୍ଷର ନଥି

କଟକ ଅଫିସ,୫ା୧୨: ଓଡ଼ିଶା ହାଇକୋର୍ଟର ରେକର୍ଡ ରୁମ୍‌ରେ ରହିଛି ୧୮୧୭ ମସିହାର ରେକର୍ଡ ଅର୍ଥାତ୍‌ ୨ ଶହ ବର୍ଷ ତଳର ନଥି। ବର୍ତ୍ତମାନ ସୁଦ୍ଧା କ୍ରିମିନାଲ ଓ ସିଭିଲ୍‌ର ମୋଟ୍‌ ୧୦ ଲକ୍ଷ ୧୧ହଜାର ରେକର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ରହିଛି। ଅଦାଲତକୁ ପେପରଲେସ୍‌ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ହାଇକୋର୍ଟ ରେକର୍ଡ ରୁମ୍‌ରେ ଥିବା ସମସ୍ତ କାଗଜପତ୍ରକୁ ଡିଜିଟାଇଜ୍‌ କରାଯାଉଛି। ୧୯୫୦ ମସିହା ପୂର୍ବର ରେକର୍ଡଗୁଡ଼ିକୁ ସୁରକ୍ଷିତ ଭାବେ ସାଇତି ରଖାଯାଉଥିବାବେଳେ ଏହା ପରର ରେକର୍ଡକୁ ଡିଜିଟାଇଜ୍‌ କରାଯାଉଛି।
ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଚିତ୍ତରଞ୍ଜନ ଦାଶ ଶନିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ହାଇକୋର୍ଟ ସମେତ କଟକ, ବାଲେଶ୍ୱର, ସମ୍ବଲପୁର ଏବଂ ଗଞ୍ଜାମ ଜିଲାର ସମସ୍ତ ଅଦାଲତ ରେକର୍ଡଗୁଡ଼ିକୁ ଡିଜିଟାଇଜ୍‌ କରାଯାଉଛି। ଏହି କ୍ରମରେ ପିଟିଶନ କପି, ଅର୍ଡର କପି ସମେତ ମାମଲା ପରିଚାଳନା ସମ୍ପର୍କିତ ସମସ୍ତ ନଥିପତ୍ରକୁ ସଫ୍ଟ କପିର ରୂପ ଦିଆଯାଉଛି। ପୂର୍ବରୁ ରେକର୍ଡ ସାଇତି ରଖିବା ନେଇ ଯେଉଁ ସମସ୍ୟା ଦେଖା ଦେଉଥିଲା, ତାହାର ସମାଧାନ ହୋଇପାରିବ ବୋଲି ଦାଶ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରେକର୍ଡ ରୁମ୍‌ ଡିଜିଟାଇଜେଶନ ସେଣ୍ଟର ଭିତରେ ରହିଛି ମାଡ୍ରାସ ହାଇକୋର୍ଟ, ପାଟନା ହାଇକୋର୍ଟ ଏବଂ କୋଲକାତା ହାଇକୋର୍ଟର ଅନେକ ରେକର୍ଡ। ଏହାବ୍ୟତୀତ ପାର୍ସୀ ଭାଷାରେ ଲିଖିତ ଅର୍ଡର କପିକୁ ଖୁବ୍‌ ଯତ୍ନର ସହ ସାଇତି ରଖାଯାଇଛି। ରାଜ୍ୟର ସମସ୍ତ ଆଇନ ଅଦାଲତକୁ ପେପରଲେସ୍‌ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି, ଯାହା ଖୁବ୍‌ଶୀଘ୍ର ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି।
ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପ ସମୟରେ ରେଜିଷ୍ଟ୍ରାର(ଇନ୍ସପେକ୍ସନ) ତଥା ନୋଡାଲ ଅଫିସର(ଡିଜିଟାଇଜେଶନ) ପ୍ରଭାକର ଗାଣ୍ଠିଆ, ରେଜିଷ୍ଟ୍ରାର(ଜୁଡିସିଆଲ) ସୁମନ କୁମାର ମିଶ୍ର, ସେଣ୍ଟ୍ରାଲ ପ୍ରୋଜେକ୍ଟ କୋଅର୍ଡିନେଟର ଅନୁପମ ପାତ୍ର, ଡେପୁଟି ରେଜିଷ୍ଟ୍ରାର(ଆଡ୍‌ମିନିଷ୍ଟ୍ରେଶନ ଏବଂ ପ୍ରୋଟୋକଲ) ଦେବାଶିଷ ମହାନ୍ତି, ସ୍ପେଶାଲ ସେଲ୍‌ ଅଧିକାରୀ ଛାୟାକାନ୍ତ ଦାଶ, ଆଡିଶନାଲ କୋଅର୍ଡିନେଟର ସୁକୁମାର ମହାପାତ୍ର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର(ଆଡ୍‌ମିନିଷ୍ଟ୍ରେଶନ) ଆଶିଷ ସାହୁ ଉପସ୍ଥିତ ଥିଲେ। ସୁପରଭାଇଜିଂ ଅଫିସର ତ୍ରିଲୋଚନ ଗୁରୁ, ସିଭିଲ ରେକର୍ଡ ରୁମ୍‌ର ସୁପରିଣ୍ଟେଣ୍ଡେଣ୍ଟ ଅମିୟ କୁମାର ମହାନ୍ତି, କ୍ରିମିନାଲ ରେକର୍ଡ ରୁମ୍‌ର ସୁପରିଣ୍ଟେଣ୍ଡେଣ୍ଟ(ଇନ୍‌ଚାର୍ଜ) ଅମୂଲ୍ୟ କୁମାର ଦାସ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରେକର୍ଡ ରୁମ୍‌ ଡିଜିଟାଇଜେଶନ ସେଣ୍ଟର ବୁଲାଇ ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ପାଟଣା ବ୍ଲକ୍‌ର ୪୧ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି: ନିଯୁକ୍ତିପତ୍ର ବାଣ୍ଟିଲେ …

ପାଟଣା,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୪୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗକୁ ପଦୋନ୍ନତି ପାଇଛନ୍ତି।…

କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…

ସୋନାଲିସା ଓ ମିହିର ରଞ୍ଜନଙ୍କୁ ସମ୍ମାନିତ କଲା ସମ୍ବର୍ଦ୍ଧନା ମଞ୍ଚ

ପାଟଣା,୨୫।୮(ବୀର କିଶୋର ଦାଶ): ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ, ସ୍ୱାମ ପାଟଣା ପକ୍ଷରୁ ମଙ୍ଗଳବାର ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶେଷ ସମ୍ବର୍ଦ୍ଧନା…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri