ଘାଟିରେ ବସ୍କୁ ପିଟିଲା ଟ୍ରକ୍: ୨୨ ଆହତ
ବାଙ୍ଗିରିପୋଷି,୩।୯: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।…
ନ୍ୟୁଜିଲାଣ୍ଡରେ ଆତଙ୍କବାଦୀ ଆକ୍ରମଣ: ୬ ଜଣଙ୍କୁ ଛୁରାମାଡ ପରେ ୬୦ ସେକେଣ୍ଡରେ ପୋଲିସ ଗୁଳିରେ ନିହତ ଆକ୍ରମଣକାରୀ
ୱେଲିଂଟନ,୩ ।୯: ନ୍ୟୁଜିଲାଣ୍ଡର ଓକଲ୍ୟାଣ୍ଡ ସୁପରମାର୍କେଟରେ ଜଣେ ଆତଙ୍କବାଦୀ ଏକକାଳୀନ ୬ଜଣଙ୍କୁ ଛୁରାମାଡ କରିଥିଲେ । ତତ୍କ୍ଷଣାତ୍ ପୋଲିସ ଉକ୍ତ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇବାରୁ ମାତ ୬୦ ସେକେଣ୍ଡ ମଧ୍ୟରେ ସେ ନିହତ ହୋଇଥିବା କୁହାଯାଉଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ…
ମହାନ ଭାରତୀୟ ପେସରଙ୍କ କ୍ଲବରେ ଉମେଶ
ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ କ୍ରେଗ ଓଭର୍ଟନଙ୍କୁ ଆଉଟ୍ କରି ଭାରତୀୟ ପେସର ଉମେଶ ଯାଦବ ଟେଷ୍ଟ କ୍ରିକେଟରେ ୧୫୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ…
ରାଗରେ ୫୦୦ କିଲୋ ଓଜନ ମଇଁଷିକୁ ଏପରି ଟେକି କଚାଡ଼ିଲା ହାତୀ; ଲଢ଼େଇ ବେଳର ଫଟୋ…
ଆପଣମାନେ ପଶୁମାନଙ୍କୁ ନିଜ ଭିତରେ ଲଢ଼େଇ କରୁଥିବା ନିଶ୍ଚିତ ଦେଖିଥିବେ ନଚେତ ଶୁଣିଥିବେ। ସେଥିରୁ କିଛି ଲଢ଼େଇ ଦେଖିଲେ ଲୋମ ଟାଙ୍କୁରି ଉଠେ। ବୃହତ୍କାର ପଶୁମାନେ ଯେତେବେଳେ ପରସ୍ପର ସହ ଲଢ଼ିଥାନ୍ତି ସେତେବେଳେ ଦୃଶ୍ୟ ସେତିକି ଭୟଙ୍କର ହୋଇଥାଏ। ଏହି କ୍ରମରେ…
ଦୁର୍ଘଟଣାରେ ଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର
ଢେଙ୍କିକୋଟ, ୩।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ସାନ୍ତରାପୁର ପଞ୍ଚାୟତ ରାଇବଣ ସାହି ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଦାଦାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ହୋଇଛନ୍ତି। ମୃତକ ହେଲେ ସଦର ଥାନା…
କ୍ୟାପଟେନ ବଦଳାଇବ ନାହିଁ ଦିଲ୍ଲୀ କ୍ୟାପିଟାଲ
ନୂଆଦିଲ୍ଲୀ,୩।୯: ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍ ପାଇଁ ଶ୍ରେୟାସ ଆୟାର ଉପଲବ୍ଧ ହୋଇଛନ୍ତି। ହେଲେ ରିଷଭ ପନ୍ତ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ନେତୃତ୍ୱ ଭାର ସମ୍ଭାଳିବେ। ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଦଳର ପ୍ରତ୍ୟେକ…
ବାପାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନରେ ଜନ୍ମଦିନ ପାଳିଲେ କୁନି ଝିଅ, କାଟିଲେ କେକ୍; ଭିଡିଓ ଦେଖିଲେ…
ବାଙ୍ଗାଲୋର: ଅନେକ ଘର ଭାଙ୍ଗିଛି କରୋନା। କରୋନାର ଦ୍ୱିତୀୟ ଲହର ସମୟରେ ଅନେକ ଶିଶୁ ନିଜ ମା’ବାପାଙ୍କୁ ହରାଇଛନ୍ତି। କର୍ନାଟକର କୁପାଲ କୁସ୍ତାଗି ଅଞ୍ଚଳର ୮ ବର୍ଷୀୟ ସ୍ପନ୍ଦନା ସେହି ଶିଶୁମାନଙ୍କ ମଧ୍ୟରୁ ଜଣେ। ମହାମାରୀରେ ସେ ନିଜ ପିତା ମହେଶଙ୍କୁ…
ସକାଳୁ ମିଳିଲା ଡବଲ ଉଇକେଟ୍, ତଥାପି ଲଢ଼ୁଛି ଇଂଲଣ୍ଡ
ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୪ର୍ଥ ଟେଷ୍ଟରେ ଦ୍ୱିତୀୟ ଦିନ ଲଞ୍ଚ ସୁଦ୍ଧା ମ୍ୟାଚ୍ ବରାବର ସ୍ଥିତିରେ ରହିଛି। ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୫୩/୩)ରୁ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। ସକାଳୁ ସକାଳୁ ଉମେଶ ଯାଦବ…
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଉ ୩ଟି ନୂଆ ରୁଟ୍ରେ ‘ମୋ ବସ’
ଭୁବନେଶ୍ୱର,୩।୯(ବ୍ୟୁରୋ): ‘ମୋ ବସ’ ସେବା ଆଉ ୩ଟି ନୂଆ ରୁଟ୍ରେ ଉପଲବ୍ଧ ହେବ । କ୍ରୁଟ୍ ପକ୍ଷରୁ ଏହି ସୂଚନା ଦିଆଯାଇ ଥିବା ବେଳେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କ୍ରୁଟ କର୍ତ୍ତୃପକ୍ଷ କହିଛନ୍ତି। ଲୋକଙ୍କ ଆବଶ୍ୟକତାକୁ…
ସିଦ୍ଧାର୍ଥଙ୍କୁ ଶେଷ ଥର ପାଇଁ ଦେଖିବାକୁ ଧାଇଁ ଗଲେ ଶେହନାଜ; ଶ୍ମଶାନ ପାହାଚରେ ବସି କାନ୍ଦିଲେ ଆସିମ୍
ବମ୍ବେ: ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହଠାତ୍ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପରିବାର, ବନ୍ଧୁ, ପରିଜନ ଏବଂ ପ୍ରଶଂସକ । ଚାରିଆଡେ ଶୋକର ଛାୟା ଖେଳିଯାଇଥିବା ବେଳେ ଅଭିନେତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ସମୟରେ ଶେଷ ଦର୍ଶନ ପାଇଁ ମା’,…
କରୋନା ମୃତ୍ୟୁର ଅନୁକମ୍ପା ରାଶିକୁ ନେଇ କେନ୍ଦ୍ର କିଛି କରିବା ପୂର୍ବରୁ ତୃତୀୟ ଲହର ବି ସରିଯାଇଥିବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩ ।୯: କରୋନା ମହାମାରୀରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନେଇ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ନିତି ସ୍ଥିର କରି ନାହାନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି…
ଉଡୁଥିଲା ଡ୍ରୋନ୍, ଖାଇଗଲା କୁମ୍ଭୀର; ଫଟୋ ଶେୟାର କଲେ ଗୁଗଲ୍ ସିଇଓ
ଗୁଗଲ ଏବଂ ଆଲ୍ଫାବେଟ୍ର ସିଇଓ ସୁନ୍ଦର ପିଚାଇ ନିଜ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି ,ଯାହା ଖୁବ୍ ଭାଇରାଲ ହେଉଛି। ପିଚାଇ ଏମିତି ଭିଡିଓ ଶେୟାର କରି କିଛି ଫଲୋଅର୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ଏକ ଘଡ଼ିଆଳ କୁମ୍ଭୀରର ଭିଡିଓ…
Archives


