Posted inଖେଳ

୫୬ ରନ୍‌ରେ ପୂରା ଦଳ ସଫା

ହୋବାର୍ଟ,୧୬।୧: ଚଳିତ ଆଶେସ ସିରିଜ୍‌ର ଅନ୍ତିମ ତଥା ୫ମ ଟେଷ୍ଟରେ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଲାଇନ୍‌ ଅପ୍‌ ଆଗରେ ୨୭୦ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଇଂଲଣ୍ଡକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର। ରୋରି ବନର୍‌ସ (୨୬) ଓ ଜ୍ୟାକ କ୍ରାଓ୍ବଲେ (୩୬) ପ୍ରଥମ ଉଇକେଟ ପାଇଁ ୬୮ ରନ୍‌ ଯୋଡ଼ିଥିଲେ। ଲାଗୁଥିଲା ୩-୦ରେ ପଛୁଆ ଥିବା ଇଂଲଣ୍ଡ ଏଥର ଖାତା ଖୋଲିବ। କିନ୍ତୁ ସେହିଠାରୁ ଆରମ୍ଭ ହୋଇଥିଲା ବ୍ୟାଟିଂ ବିପର୍ଯ୍ୟୟ। ମାତ୍ର ୫୬ ରନ୍‌ ମଧ୍ୟରେ ଦଳ ତା’ର ସମସ୍ତ ଉଇକେଟ ହରାଇ ଅଲଆଉଟ୍‌ ହୋଇଯାଇଥିଲା ୧୨୪ ରନ୍‌ରେ।

୮୨ ରନ୍‌ରେ ଦାଓ୍ବିଦ ମଲାନଙ୍କ ରୂପେ ଦ୍ୱିତୀୟ ଉଇକେଟ ହରାଇଥିଲା ଇଂଲଣ୍ଡ। ତା’ ପରେ ମାତ୍ର ୪୨ ରନ୍‌ରେ ଜ୍ୟାକ କ୍ରାଓ୍ବଲେ (୩୬), ବେନ ଷ୍ଟୋକ୍ସ (୫), ଅଧିନାୟକ ଜୋ ରୁଟ୍‌ (୧୧), ସାମ ବିଲିଙ୍ଗ୍ସ (୧), ଓଲି ପୋପ (୫), କ୍ରିସ ଓ୍ବକ୍ସ (୫), ମାର୍କ ଉଡ୍‌ (୧୧), ଓଲି ରବିନସନ (୦) ଆଉଟ୍‌ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପାଟ କୁମିନ୍ସ, ସ୍କଟ ବୋଲାଣ୍ଡ ଓ କାମେରୋନ ଗ୍ରୀନ ୩ ଲେଖାଏ ଉଇକେଟ ନେଇଥିଲେ। ଏହି ବିଜୟ ସହ ଆଶେସ ସିରିଜ୍‌କୁ ଅଷ୍ଟ୍ରେଲିଆ ୪-୦ରେ ହାତେଇ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ :କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି)- ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ...

ଗୋଟିଏ ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ମେଡେନ୍‌ ଓଭର୍‌ ପକାଇଥିବା ବୋଲର୍‌ ହେଲେ ଏହି ଦଳର କୋଚ

ସିଡନୀ,୧୦।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ ଟେଟ୍‌ ଆଫଗାନିସ୍ତାନ କ୍ରିକେଟ ଦଳର ବୋଲିଂ କୋଚ ନିଯୁ୍‌କ୍ତ ହୋଇଛନ୍ତି। ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଏହି...

ଧୋନୀଙ୍କୁ ଭିଡରୁ ରକ୍ଷା କଲେ ଏହି ମହିଳା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ମୈଦାନରୁ ଦୂରେଇ ଥିଲେ ମଧ୍ୟ ଆଜି ବି ତାଙ୍କୁ ନେଇ ଚର୍ଚ୍ଚା ଥମୁନି।...

କରୋନା ଟେଷ୍ଟରେ ପାକିସ୍ତାନ, ଇଂଲଣ୍ଡ ଖେଳାଳି ଉତ୍ତୀର୍ଣ୍ଣ

ସାଉଥାମ୍ପଟନ, ୧ା୭ (ଏପି): ସର୍ବଶେଷ କରୋନା ଭାଇରସ ଟେଷ୍ଟରେ ଉଭୟ ପାକିସ୍ତାନ ଓ ଇଂଲଣ୍ଡ କ୍ରିକେଟ ଖେଳାଳି ଉତ୍ତୀର୍ଣ୍ଣ ହୋଇଛନ୍ତି। ରବିବାର ଇଂଲଣ୍ଡରେ ପହଞ୍ଚତ୍ଥିବା ପାକିସ୍ତାନ...

ତୃତୀୟ ଟେଷ୍ଟକୁ ଫେରିବେ ଅଧିନାୟକ କୋହଲି

ଜୋହନ୍ସବର୍ଗ,୮।୧: ପିଠିରେ ଯନ୍ତ୍ରଣା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିବା ଅଧିନାୟକ ବିରାଟ କୋହଲି କ୍ରମେ ସୁସ୍ଥ ହେବାରେ ଲାଗିଛନ୍ତି।...

ନେହେରା ବାଛିଲେ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସକୁ ଡେବ୍ୟୁ ସିଜନରେ ଆଇପିଏଲ୍‌ ଚାମ୍ପିୟନ କରିିଥିବା ମୁଖ୍ୟ କୋଚ୍‌ ତଥା ଭାରତର ପୂର୍ବ ଦ୍ରୁତ ବୋଲର୍‌ ଆଶୀଷ...

ପୁଣି ହାରିଲା ଭାରତ, ସିରିଜ ଜିତିବା ଆଶା ଧୂଳିସାତ୍‌

ସିଡନୀ,୨୯।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ଦଳ ୫୧ ରନରେ ବିଜୟ ହାସଳ କରିଛି। ଅଷ୍ଟ୍ରେଲିଆ ତିନିମ୍ୟାଚ ବିଶିଷ୍ଟ ସିରିଜରେ...

ଟଏଲେଟ୍‌ ଭିତରେ ବସି ଗୀତ ଶୁଣୁଛନ୍ତି ଧୋନୀ, ଭିଡିଓ ଭାଇରାଲ୍‌

ଭାରତକୁ ୨ଟି ବିଶ୍ୱକପ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ...

Advertisement
Archives

Model This Week