କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଏମିତି ପୋଷ୍ଟ କଲେ ଅନୁଷ୍କା

ମୁମ୍ବାଇ: ବେଶ୍‌ କିଛିଦିନ ଧରି ଭାରତୀୟ କ୍ରିକେଟ ଟିମ୍‌ର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଯାତ୍ରା ଉତ୍ଥାନ ପତ୍ତନ ଦେଇ ଗତି କରୁଥିଲା। ଏତେ କମ୍‌ ସମୟ ମଧ୍ୟରେ ୭୦ରୁ ଅଧିକ ଶତକ ସ୍କୋର କରିଥିବା ବିରାଟ ଦୀର୍ଘ ସମୟ ଧରି ପ୍ରଶଂସକଙ୍କୁ ଏକ ଶତକ ଉପହାର ଦେଇ ପାରି ନ ଥିଲେ। ଏହା ବ୍ୟତୀତ କୋହଲି ତାଙ୍କ ଅଧିନାୟିକତ୍ୱକୁ ନେଇ ଅନେକ ପ୍ରଶ୍ନ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ସିରିଜ୍‌ ହାରିବା ପରେ ଟେଷ୍ଟ କ୍ରିକେଟର ଅଧିନାୟକ ପଦ ଛାଡ଼ିଛନ୍ତି। ତାଙ୍କର ହଠାତ୍‌ ଏପରି ନିଷ୍ପତ୍ତି ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବିରାଟ ଅଧିନାୟକ ପଦ ଛାଡ଼ିବା ପରେ ସ୍ତ୍ରୀ ଅନୁଷ୍କା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି।

ଅନୁଷ୍କା ବିରାଟ ହସୁଥିବାର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ୨୦୧୪ ମସିହାରେ ମୋର ସେହିଦିନ ମନେ ଅଛି; ଯେତେବେଳେ ତୁମେ ମୋତେ କହିଥିଲ ଯେ, ତୁମେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଛ। କାରଣ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ଏହା ପରେ ମୁଁ, ତୁମେ ଏବଂ ଧୋନୀ ତା’ ପରଦିନ କଥା ହୋଇଥିଲେ। ଧୋନୀ ତୁମକୁ କହିଥିଲେ, ବର୍ତ୍ତମାନ ଦେଖନ୍ତୁ ଆପଣଙ୍କର ଦାଢ଼ି କେତେଶୀଘ୍ର ଧୂସର ହୋଇଯିବ। ମୁଁ ଏହି କଥା ଶୁଣି ଖୁବ୍‌ ହସିଥିଲି। ସେହିଦିନଠାରୁ ମୁଁ ତୁମର ଦାଢ଼ି ଧୂସର ହେବା ଅପେକ୍ଷା ବହୁତ କିଛି ଦେଖିଛି। ମୁଁ ବଢୁଥିବାର ଦେଖିଛି। ତୁମ ଚାରିପାଖରେ ମୁଁ ଏବଂ ତୁମ ଭିତରେ ଅଛି। ହଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବରେ ତୁମର ଅଭିବୃଦ୍ଧି ଏବଂ ସଫଳତା ପାଇଁ ମୁଁ ଗର୍ବିତ। କିନ୍ତୁ ତା’ଠାରୁ ଅଧିକ ଗର୍ବିତ କି ତୁମର ଆଭ୍ୟନ୍ତରୀଣ ଅଭିବୃଦ୍ଧି ହୋଇଛି।

ଆହୁରି ମଧ୍ୟ ଅନୁଷ୍କା ଲେଖିଛନ୍ତି, ତୁମେ କାହା ପାଇଁ ଶତ୍ରୁ ହୋଇଥାଇପାର ମାତ୍ର ମୋ ନଜରରେ ତୁମେ ମହାନ ବ୍ୟକ୍ତି। ମୁଁ ତୁମକୁ ପ୍ରଥମରୁ କହିଛି, ସେହିଲୋକମାନେ ଧନ୍ୟ ଯିଏ ତୁମକୁ ଠିକ୍‌ରେ ବୁଝିପାରିଛନ୍ତି। ତୁମେ ସବୁବେଳେ କଠିନକୁ ଭଲ ପାଅ। କେବେ କେଉଁ ଜିନିଷ ପାଇଁ ଭିକ ମାଗିନାହଁ। ଏହି ପଦବୀ ପାଇଁ ମଧ୍ୟ ନୁହେଁ। ତୁମେ ଅସୀମ। ମୋ ଝିଅ ତୁମକୁ ଦେଖି ଶିକ୍ଷା ପାଇବ କି ତୁମେ କେତେ ଭଲ କରିଛ। ଏଥିସହିତ ଅନୁଷ୍କା ଏକ ଲଭ୍‌ ଚିହ୍ନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri