Posted inଖେଳ

ଏହି ଖେଳାଳିଙ୍କୁ ଟେଷ୍ଟ ଦଳର ନେତୃତ୍ୱଭାର ଦେବାକୁ ଚାହୁଁଛନ୍ତି ଗାଭାସ୍କର

ନୂଆଦିଲ୍ଲୀ,୧୬।୧: ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଓହରି ଯାଇଥିବାରୁ ପରବର୍ତ୍ତୀ କ୍ୟାପଟେନ୍‌ କିଏ ହେବ ସେ ନେଇ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହା ଉପରେ ମତ ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। କୋହଲିଙ୍କ ପରେ ଉଇକେଟକିପର ବ୍ୟାଟର ରିଷଭ ପନ୍ତଙ୍କୁ ଗୁରୁଦାୟିତ୍ୱ ଦିଆଯାଉ ବୋଲି ସେ ଚାହୁଛନ୍ତି। ପୂର୍ବତନ ଅଧିନାୟକଙ୍କ ଅନୁଯାୟୀ, ଦାୟିତ୍ୱ ଦିଆଯିବା ଦ୍ୱାରା ପନ୍ତ ପ୍ରତ୍ୟେକ ଫର୍ମାଟରେ ଆହୁରି ଭଲ କ୍ରିକେଟର ହୋଇପାରିବେ।

ଦକ୍ଷିଣ ଆଫ୍ରିକା ଠାରୁ ୨-୧ରେ ସିରିଜ୍‌ ହାରିବାର ପରଦିନ ହଠାତ୍‌ ଟେଷ୍ଟ କ୍ରିକେଟ ଅଧିନାୟକ ପଦରୁ ଇସ୍ତଫା ଦେଇ କୋହଲି କ୍ରିକେଟ ଜଗତକୁ ଚକିତ କରି ଦେଇଛନ୍ତି।

“କିଏ ଭାରତୀୟ କ୍ରିକେଟ ଦଳକୁ ଆଗେଇ ନେଇପାରିବ, ତାହା ଉପରେ ଚୟନ କମିଟିରେ ଖୁବ୍‌ ଚର୍ଚ୍ଚା ହେବ। ପ୍ରଥମତଃ ଏଭଳି ଖେଳାଳିଙ୍କୁ ଦାୟିତ୍ୱ ଦିଆଯିବା ଦରକାର, ଯିଏକି ପ୍ରତ୍ୟେକ ଫର୍ମାଟରେ ଖେଳୁଥିବେ। ଯଦି ମୋତେ ପଚରାଯାଏ, ତେବେ ମୁଁ ଏବେ ବି ଚାହୁଁଛି ପନ୍ତଙ୍କୁ ପରବର୍ତ୍ତୀ ଅଧିନାୟକ କରାଯାଉ। ଯେଉଁଭଳି ରିକି ପଣ୍ଟିଂ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ଛାଡ଼ିବା ପରେ ରୋହିତ ଶର୍ମାଙ୍କୁ ଏହି ଭାର ଦିଆଯାଇଥିଲା। ତା’ ପରେ ରୋହିତଙ୍କ ବ୍ୟାଟିଂରେ କେଉଁ ଭଳି ପରିବର୍ତ୍ତନ ଆସିଲା, ତାହା ସଭିଙ୍କୁ ଜଣା। ହଠାତ୍‌ ଅଧିନାୟକ ଭାର ଦିଆଯିବା ଦ୍ୱାରା ତାଙ୍କର ବ୍ୟାଟରୁ ବାହାରୁ ଥିବା ୩୦, ୪୦କୁ ଶତକରେ ପରିବର୍ତ୍ତିତ ହେବ” ବୋଲି ଗାଭାସ୍କର କହିଛନ୍ତି।

ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ଉଦ୍‌ହାରଣ ଦେଇ ଗାଭାସ୍କର ଆହୁରି କହିଛନ୍ତି, ଟାଇଗର ପଟୌଦିଙ୍କୁ ମାତ୍ର ୨୧ ବର୍ଷ ବୟସରେ ବୀପରିତ ପରିସ୍ଥିତିରେ ଅଧିନାୟକ ଭାର ଦିଆଯାଇଥିଲା। ନରି କଣ୍ଟ୍ରାକ୍ଟର ଆହତ ହେଲା ପରେ ସେ କ’ଣ କରି ଦେଖାଇଲେ ତାହା ସଭିଙ୍କୁ ଜଣା। ସେ ନେତୃତ୍ୱଭାର ଏଭଳି ନେଲେ, ଯେମିତି ବତକ ପାଣରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୬।୪: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ର ଦୀର୍ଘତମ ଛକା ମାରିଛନ୍ତି। କାର୍ତ୍ତିକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି ନଟରାଜନଙ୍କ ବଲରେ...

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଅଣ୍ଡରଉଡ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୧୬ା୪ (ପି.ଟି.): ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ବିବେଚନା କରାଯାଉଥିବା ଡେରିକ୍‌ ଅଣ୍ଡରଉଡ୍‌ଙ୍କର କେଣ୍ଟଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ...

ସନରାଇଜର୍ସର ରେକର୍ଡ ସ୍କୋର

ବେଙ୍ଗାଲୁରୁ,୧୬ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ଦ୍ରୁତ ଶତକ ହାସଲ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍‌ ହେଡ୍‌। ନିର୍ଦ୍ଧାରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri