ଟୋକନ ବାହାରିବା ମାତ୍ରେ ଧାନ କିଣ: ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ କୁ ଯିବ ଟଙ୍କା

ଛତ୍ରପୁର,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଧାନସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କାର୍ଯ୍ୟର ସଠିକ୍‌ ପରିଚାଳନା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁମ୍‌ ଭିସି ମାଧ୍ୟମରେ ସମସ୍ତ ବ୍ଲକରେ ସମୀକ୍ଷା କରିଥିଲେ। ଯେଉଁ ବ୍ଲକ ଗୁଡିକର ଧାନ ସଂଗ୍ରହ ପ୍ରକ୍ରିୟା ଧିମେଇ ଯାଇଛି ସେଗୁଡିକ ପ୍ରତି ଦେଖା ଯାଉଥିବା ଅସୁବିଧା୍ଗୁଡିକ ଉପ-ଜିଲାପାଳ ଏବଂ ତହସିଲଦାର ସ୍ତରରେ ମିଳିତ ବୈଠକକରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କର ଯେପରି କୌଣସି ଅସୁବିଧା ହେବନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ୱ ଦିଆଯାଇଛି।
ଜିଲାର ସମୁଦାୟ ୧୨୨୮୨୦ ପଞ୍ଜୀକୃତ ଚାଷୀଙ୍କ ଧାନ ସଂଗ୍ରହ ହେବ। ଜିଲାର ୩୬୭ ପେକ୍ସ,୧୦୧ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଗୋଟିଏ ପାଣି ପଞ୍ଚାୟତ ଦ୍ୱାରା ଧାନ ସଂଗ୍ରହ ହେବାର ବ୍ୟବସ୍ଥା ହୋଇଛି। ୧୫ ଜାନୁୟାରୀ ସୁଦ୍ଧା ୪ ଲକ୍ଷ୍ୟ ୬ ହଜାର ୯୦ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ବୈଠକରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଜିଲାର କେଉଁ ବ୍ଲକରେ କେତେ ଧାନ ସଂଗ୍ରହ ହୋଇଛି ସେହି ତଥ୍ୟ ଉପସ୍ଥାପନ କରି ଧାନ ସଂଗ୍ରହ ପ୍ରକ୍ରିୟାରେ କଣ ସବୁ ଅସୁବିଧା ରହୁଛି ତାହା ଜଣାଇଥିଲେ । ସମସ୍ତ ସମସ୍ୟାର ସମାଧାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇ ଟୋକନ ବାହାରିବା ପରେ ଧାନ ସଂଗ୍ରହ ଦିଗରେ ବିଳମ୍ବ ନ କରିବାକୁ କହିଥିଲେ । ଧାନ ସଂଗ୍ରହ ପରେ ଚାଷୀମାନଙ୍କ ଜମା ଖାତାକୁ ୪୮ଘଣ୍ଟା ମଧ୍ୟରେ କିପରି ଟଙ୍କା ଜମା ଯିବ ସେ ଦିଗରେ ପଦକ୍ଷେପ ନେବାକୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଢ଼ାରେ ବାଧକ ୨ ଗୁଣ ବସ୍‌ ଭଡ଼ା

ବଇଣ୍ଡା,୨୨।୧(ଡି.ଏନ.ଏ.) କେବେଠୁ ଉଠିଗଲାଣି ଲକ୍‌ଡାଉନ୍‌। କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ସବୁଠି କୋହଳ ହୋଇସାରିଛି କୋଭିଡ୍‌ କଟକଣା। ସହର, ବଜାର ସ୍ଥିତି ସ୍ବାଭାବିକ ହୋଇସାରିଥିବା ବେଳେ ସରକାରୀ,...

ପାରିବାରିକ କଳହକୁ କେନ୍ଦ୍ର କରି ତଣ୍ଟି କାଟିଦେଲେ ଯୁବକ

ଛେଣ୍ଡିପଦା,୨୬ା୧୧(ଡି.ଏନ.ଏ.)- ଛେଣ୍ଡିପଦା ଥାନା ବରସାହି ପଞ୍ଚାୟତ ରଙ୍ଗମାଟିଆ ସାହିର ଖକନ ବେହେରା(୪୭) ଗୁରୁବାର ନିଜ ଘର ପୋଡ଼ିଦେବା ସହ ତଣ୍ଟି କାଟି ଗୁରୁତର ହେବା ଚର୍ଚ୍ଚାର...

ଚାଲି ଚାଲି, ସାଇକେଲରେ ଫେରିଲେ ୧୩ ଶ୍ରମିକ

ନୟାଗଡ଼ ଅଫିସ, ୧୩ା୫: ଝାଡ଼ଖଣ୍ଡ ଓ ଆନ୍ଧ୍ରରୁ ଚାଲି ଚାଲି ଓ ସାଇକେଲ ଯୋଗେ ୧୩ଜଣ ପ୍ରବାସୀ ଶ୍ରମିକ ନୟାଗଡ଼ ଫେରିଛନ୍ତି। ଆନ୍ଧ୍ରରୁ ଗୋଡିପଡା ନିକଟ...

ପୁତୁରାଙ୍କୁ ହତ୍ୟା କରିଥିଲେ ଦାଦା

ଗଁଦିଆ, ୧।୧୧: ପାରିବାରିକ କଳହକୁ କେନ୍ଦ୍ରକରି ନାବାଳକ ପୁତୁରାଙ୍କୁ ଅତି ଜଘନ୍ୟ ଭାବେ ତଣ୍ଟିଚିପି ହତ୍ୟା କରିଥିଲେ ସମ୍ପର୍କୀୟ ଦାଦା। ମାମଲା ରଫାଦଫା କରିବାକୁ ମୃତଦେହକୁ ଜଙ୍ଗଲରେ...

ଦେଶର ୧ନଂ. ବନ୍ଦର ହେବ ପାରାଦୀପ

ପାରାଦୀପ,୧୩ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଏବେ ନୂତନ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ବ୍ୟବସ୍ଥା ଆପଣାଇଛି। ଏପରି ପରିବର୍ତ୍ତନରେ ପଣ୍ୟ କାରବାର ପ୍ରକ୍ରିୟା ତ୍ୱରାନ୍ବିତ ହେଲାଣି। ଗତ...

୪୮୭ ଏକର ଜମିରେ ଚାଷ ହୋଇଥିଲା ଗଞ୍ଜେଇ

ଆର୍‌.ଉଦୟଗିରି,୨୮ା୧୧(ଡି.ଏନ.ଏ.): ଗଜପତି ଜିଲାର ଆର୍‌.ଉଦୟଗିରି, ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ୪୮୭ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରି ଦିଆଯାଇଛି।...

ପୁଅକୁ ନିର୍ଦ୍ଦୋଷ କହିଲେ ବାପା

ରାଉରକେଲା ଅଫିସ, ୭।୧୦: ସମୁଦ୍ର ଭିତରେ କ୍ରୁଜ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ମାମଲାରେ ରାଉରକେଲାର ୨ଯୁବକଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗିରଫ କରିଛି।...

ଶେଷ ହେଲା ଦେବଦୀପାବଳି

ପୁରୀ ଅଫିସ,୧୬।୧୨: ଶ୍ରୀମନ୍ଦିରରେ ଶ୍ରୀମହାପ୍ରଭୁଙ୍କ ଦେବଦୀପାବଳି ଉତ୍ସବ ମଙ୍ଗଳବାର ଶେଷ ହୋଇଛି। ମାର୍ଗଶିର ଶୁକ୍ଳ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ପରେ ଦ୍ୱିତୀୟ...

Advertisement
Archives

Model This Week