Home Left

ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ,୧୧।୧: ଏବେ ଦେଶରେ କରୋନା ମାମଲା ବଢି ବଢି ଚାଲିଛି। କରୋନା ଦ୍ୱାରା ଅନେକ ନେତା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଏବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କରୋନାରେ ଆକ୍ରାନ୍ତ…

ରାଜଧାନୀରେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ସୋମବାର ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିର ଏକ ଭଡ଼ାଘରୁ ଉକ୍ତ ଯୁବତୀଙ୍କ ମୃତଦେହକୁ ପୋଲିସ ଜବତ କରିଛି। ସେ ହେଲେ ପୁରୀ ଜିଲା…

ଛାତ୍ର ନେତା ଇତିଶଙ୍କ ସମେତ ୨ ଗିରଫ

ଭୁବନେଶ୍ୱର,୧୧।୧(ବ୍ୟୁରୋ): କଂଗ୍ରେସ ଭବନରେ ପେଟ୍ରୋଲ ପକାଇ ନିଆଁ ଲଗାଇବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଛାତ୍ରନେତା ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି…

ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୧୧ା୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ(ଏସ୍‌ଟି)ଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦାଏର ମାମଲାରେ ସୋମବାର ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଓ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବଙ୍କୁ…

ପୁଣି ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟଙ୍ଗ,୧୧।୧: ୨୦୨୨ର ପ୍ରଥମ ସପ୍ତାହରେ ପୁଣି ଥରେ ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଜାପାନର ତଟରକ୍ଷୀଙ୍କ ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଦେଶ ମଧ୍ୟ ମଙ୍ଗଳବାର ଆଉ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।…

ରାଜଧାନୀରେ ୧୨୦୦ ଡାକ୍ତର, ୭୦୦ ନର୍ସ, ୪୦୦ ପାରାମେଡିକାଲ ଷ୍ଟାଫ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୧ ।୧: କରୋନା ସଂକ୍ରମଣ ମଧ୍ୟରେ ଦିଲ୍ଲୀର ହସ୍ପିଟାଲ ଗୁଡିକ ଅଡୁଆରେ ପଡିଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୪୦ରୁ ଅଧିକ ସରକାରୀ ହସ୍ପିଟାଲ ଥିବା ବେଳେ ଏଥିମଧ୍ୟରୁ ୧୭ ହସ୍ପିଟାଲରେ ୨ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା…

ପଞ୍ଚାୟତିରାଜ ବିଭାଗରେ ୨୧୦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ୨୧୦ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗ୍ରାମୀଣ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ…

୬୫ କୋଟିର ହେରୋଇନ ଜବତ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟକୁ ନିଷିଦ୍ଧ ନିଶାଦ୍ରବ୍ୟ ହେରୋଇନ୍‌ ଚାଲାଣ କରୁଥିବା ଏକ ବଡ଼ ଆନ୍ତଃରାଜ୍ୟ ର଼୍ୟାକେଟକୁ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଧରିଛି। ଗତ ତିନିଦିନର ଅପରେଶନରେ ର଼୍ୟାକେଟ୍‌ର ୬ଜଣ ସଦସ୍ୟଙ୍କୁ ପୂର୍ବ ବର୍ଦ୍ଧମାନ ଜିଲା…

୫ ଲକ୍ଷ ‘ଓମିସିଓର’ କିଟ୍‌ ମଗାଇଲା ଓଡ଼ିଶା

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଭୂତାଣୁ ଚିହ୍ନଟ ପାଇଁ କରୋନା ଆକ୍ରାନ୍ତଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ଲାବ୍‌କୁ ପଠାଯାଉଛି। ରିପୋର୍ଟ ଆସିବାକୁ କିଛିଦିନ ସମୟ ଲାଗୁଥିବାରୁ…

ତାମିଲନାଡ଼ୁରେ ‘ଜାଲ୍ଲିକାଟ୍ଟୁ’କୁ ଅନୁମତି

ଚେନ୍ନାଇ, ୧୧ା୧:କୋଭିଡ୍‌ ସଂକ୍ରମଣ ବୃଦ୍ଧି ମଧ୍ୟରେ ତାମିଲନାଡ଼ୁ ସରକାର ସୋମବାର ଜାଲ୍ଲିକାଟ୍ଟୁ (ଷଣ୍ଢକୁ କାବୁ କରିବା ପ୍ରତିଯୋଗିତା)କୁ ଅନୁମତି ଦେଇଛନ୍ତି। ପ୍ରତିବର୍ଷ ଜାନୁୟାରୀରେ ପୋଙ୍ଗଲ ସମୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କରୋନା ଗାଇଡ୍‌ଲାଇନ ମଧ୍ୟରେ ଜାଲ୍ଲିକାଟ୍ଟୁ ଆୟୋଜନ ପାଇଁ ରାଜ୍ୟ…

ରୋଗ ପ୍ରତିରୋଧକ ଶକ୍ତିକୁ ଦ୍ୱନ୍ଦ୍ୱରେ ପକାଉଛି ଫାଷ୍ଟ ଫୁଡ୍‌

ଲଣ୍ଡନ, ୧୧ା୧:ଜୀବାଣୁ, ଭୂତାଣୁ ସହ ଲଢ଼ି ଆମକୁ ସୁସ୍ଥ ରଖିବାରେ ଇମ୍ୟୁନୋ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କାମ କରିଥାଏ। ଆମେ ପ୍ରତିଦିନ କୋଟି କୋଟି ସଂଖ୍ୟାରେ ରୋଗ ସୃଷ୍ଟିକାରୀ କାରକର ସାମ୍‌ନା କରୁଥିଲେ ହେଁ ଇମ୍ୟୁନୋ ସିଷ୍ଟମ ଯୋଗୁ…

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୦.୮୨ କୋଟି, ଚାଇନାର ଆଉ ଏକ ସହରରେ ଲକଡାଉନ

ୱାଶିଂଟନ/ଲଣ୍ଡନ/ବେଜିଂ,୧୧ ।୧: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ସଂକ୍ରମଣକୁ ଦେଖିଲେ ଗତ ୨୪ ଘଣ୍ଟାରେ ୧୮.୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୩,୪୮୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଏବେ ସାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?