Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଟିକେଟ ଦେଲାନି କଂଗ୍ରେସ

ଚଣ୍ଡିଗଡ଼,୧୬।୧: ପଞ୍ଜାବ ବିଧାନସଭା ନିର୍ବାଚନା ପୂର୍ବରୁ କଂଗ୍ରେସରେ ମୁଣ୍ଡ ଟେକିଛି ଏକ ବଡ଼ ବିଦ୍ରୋହ। ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କ ସାନ ଭାଇ ଡ. ମନୋହର ସିଂଙ୍କୁ କଂଗ୍ରେସ ଟିକେଟ ଦେବାକୁ ମନା କରିଛି। ଏହାକୁ ଅନ୍ୟାୟ କହିବା ସହ ସ୍ବାଧୀନ ପ୍ରାର୍ଥୀ ଭାବେ ବାସି ପାଥାନା ନିର୍ବାଚନ ମଣ୍ଡଳୀରୁ ଲଢ଼ିବାକୁ ସେ ଘୋଷଣା କରିଛନ୍ତି।

‘ଗୋଟିଏ ପରିବାର, ଗୋଟିଏ ଟିକେଟ୍‌’ ନିୟମ ଯୋଗୁ ସମାନ ନିର୍ବାଚନ ମଣ୍ଡଳୀରୁ ମନୋହରଙ୍କୁ ଟିକେଟ୍‌ ଦେବାକୁ ମନା କରି ଦେଇଥିଲା କଂଗ୍ରେସ। ତେବେ ଏହି ଘୋଷଣା ଉପରେ ମୁଖ୍ୟମନ୍ତ୍ରା ଚନ୍ନି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ପଞ୍ଜାବର ପୁଆଧ କଲଚୁରାଲ ଅଞ୍ଚଳରେ ସ୍ଥିତ ବାସି ପାଥାନା ନିର୍ବାଚନ ମଣ୍ଡଳୀରେ ପ୍ରାୟତଃ ଚନ୍ନିଙ୍କ ସମ୍ପ୍ରଦାୟ ବସବାସ କରନ୍ତି। କଂଗ୍ରେସ ପକ୍ଷରୁ ଶନିବାର ପ୍ରକାଶ ପାଇଥିବା ୮୬ ପ୍ରାର୍ଥୀଙ୍କ ତାଲିକାରେ ବାସି ପାଥାନାରୁ ବର୍ତ୍ତମାନ ବିଧାୟକ ଥିବା ଗୁରପ୍ରୀତ ସିଂ ଜିପିଙ୍କୁ ଟିକେଟ୍‌ ଦିଆଯାଇଛି।

“ବାସି ପାଥାନା ଅଞ୍ଚଳର କିଛି ଜଣାଶୁଣା ବ୍ୟକ୍ତି ମୋତେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି। ସେମାନେ ଯାହା କହିଛନ୍ତି, ମୁଁ ତାହା କରିବି। ପଛ ଘୁଞ୍ଚା ଦେବା କଥା ଉଠୁ ନାହିଁ। ମୁଁ ନିର୍ବାଚନ ଲଢ଼ିବି ନିଶ୍ଚିତ” ବୋଲି ମନୋହର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରେ ବର୍ଷା ନେଲା ୩ ଜୀବନ

ଚେନ୍ନାଇ,୩୦।୧୨: ପ୍ରବଳ ବର୍ଷା ସମ୍ଭାବନା କାରଣରୁ ତାମିଲନାଡୁର ୪ ଜିଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏପର୍ଯ୍ୟନ୍ତ ବର୍ଷା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଆଘାତ କାରଣରୁ...

ମଣିପୁରରେ କଂଗ୍ରେସ ଆଗୁଆ…

ଇମ୍ଫାଲ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମଣିପୁରରେ କଂଗ୍ରେସ ଆଗୁଆ ରହିଛି। ୬୦ ଆସନ...

ପୁଣି ଫେରିଆସ, ରାଜ୍ୟ ସଭା ସଦସ୍ୟଙ୍କ ବିଦାୟୀ ଭାଷଣରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାର ୭୨ ଜଣ ଏମ୍‌ପିଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମଧ୍ୟରେ କପିଲ ସିବଲ, ପି ଚିଦାମ୍ବରମ, ଜୟରାମ...

୩ ହଜାର ଟପିଲା ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୫…

ନୂଆଦିଲ୍ଲୀ, ୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଶଗଡ଼ରେ ନମ୍ବର ପ୍ଲେଟ୍‌: ମାଲିକଙ୍କ ନାମ ସହିତ ଲେଖାଯାଉଛି ନମ୍ବର

ବିଜାପୁର,୫।୧୧: ଗାଡ଼ିରେ ନମ୍ବର ପ୍ଲେଟ୍‌ ରହିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥାଏ। ତେବେ ଛତିଶଗଡ଼ ବିଜାପୁରରେ ପ୍ରତି ଶଗଡ଼ରେ ନମ୍ବର ପ୍ଲେଟ୍‌...

ଭାରତ-ବାଂଲାଦେଶ ସୀମା: ମାସ୍କ୍‌ ପିନ୍ଧି ଶତ୍ରୁଙ୍କ ସହ ଲଢୁଛନ୍ତି ଯବାନ

ନୂଆଦିଲ୍ଲୀ,୨୧।୮: ଭାରତ-ବାଂଲାଦେଶ ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଆତଙ୍କବାଦୀ, ଅନୁପ୍ରବେଶକାରୀ ତଥା ଚୋରାବେପାରୀଙ୍କ ସହିତ ଲଢ଼ିବାକୁ ପଡ଼ିଥାଏ। ତେବେ ଏଠାରେ ଏସବୁ ବାହ୍ୟ ଶତ୍ରୁଙ୍କ...

ମା’ଙ୍କୁ ଡମବେଲରେ ଛେଚି ଛେଚି ମାରିଲେ

ହାଇଦ୍ରାବାଦ,୨୫।୧: ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମବେଲରେ ମାଙ୍କୁ ଛେଚି ଛେଚି ହତ୍ୟା କରିଛନ୍ତି। ଏଭଳି ଘଟଣା ତେଲାଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର...

ଏୟାର ଇଣ୍ଡିଆର ନୂଆ ସିଇଓ କ୍ୟାମ୍ପବେଲ ଓ୍ବିଲସନ

ନୂଆଦିଲ୍ଳୀ,୧୨।୫: କ୍ୟାମ୍ପବେଲ ଓ୍ବିଲସନ ହେଲେ ଏୟାର ଇଣ୍ଡିଆର ନୂଆ ପରିଚାଳନା ମୁଖ୍ୟ । ବିମାନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ...

Advertisement
Archives

Model This Week