ବ୍ରେକ୍‌ଅପ୍‌ ଗୁଜବ ପରେ ପୁଣିଥରେ ଏମିତି ପୋଷ୍ଟ କଲେ ମଲାଇକା, ଫଟୋ ଦେଖିଲେ…

ବଲିଉଡ଼୍‌ ଅଭିନେତା ଅର୍ଜୁନ କପୁର ଏବଂ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ମଲାଇକା ଆରୋରାଙ୍କ ବ୍ରେକଅପ୍‌ ଖବର ଆସିବା ପରେ ସେମାନେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ଖବର ପରେ ତାଙ୍କ ଅନେକ ପ୍ରଶଂସକଙ୍କ ମନ ଖରାପ ହୋଇଥିଲା। ମାତ୍ର ଇନଷ୍ଟାଗ୍ରାମରେ ଅର୍ଜୁନ ମଲାଇକାଙ୍କ ସହ ନିଜର ଏକ ଫଟୋ ଶେୟାର କରି ଏହି ସବୁ ଗୁଜବକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ। ଫଟୋରେ ଉଭୟ ଲଞ୍ଚ ପାଇଁ ବାହାରକୁ ଯାଉଥିବା ବେଳେ ଷ୍ଟାଇଲିସ ପୋଷାକରେ ନଜର ଆସିଥିଲେ।
କେତେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ମଲାଇକା ଏବଂ ଅର୍ଜୁନଙ୍କ ବ୍ରେକ୍‌ଅପ୍‌ ହୋଇଛି । କିନ୍ତୁ ସେହି ଦିନ ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସମସ୍ତ ଗୁଜବକୁ ଶେଷ କରିଥିଲେ। ସେ ଲୋକମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲେ।
ବର୍ତ୍ତମାନ ମଲାଇକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଉଭୟଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି । କ୍ୟାପଶନ୍‌ରେ ସେ ଲେଖିଛନ୍ତି, ‘ପ୍ରକୃତରେ ଯଦି ତୁମକୁ ୪୦ ବର୍ଷ ବୟସରେ ପ୍ରେମ ମିଳୁଛି , ତେବେ ଏହି ଜିନିଷକୁ ସାଧାରଣ ଭାବ । ୩୦ ବର୍ଷ ବୟସରେ, ନୂତନ ସ୍ବପ୍ନ ଦେଖିବା ଏବଂ ନୂତନ ଜିନିଷକୁ ଚାହିଁ ମଧ୍ୟ ନୂଆ ନ ଭାବିବା। ତୁମେ ତୁମର ଜୀବନର ଉଦ୍ଦେଶ୍ୟ ୫୦ ବର୍ଷ ବୟସରେ ଖୋଜି ପାରିବ, ୨୫ ବର୍ଷ ବୟସରେ ଜୀବନ ସମାପ୍ତ ହୁଏ ନାହିଁ।ଏହିପରି ଅଭିନୟ ବନ୍ଦ କର ଏବଂ ଜୀବନରେ ତୁମର ଚିନ୍ତାଧାରାକୁ ପରିବର୍ତ୍ତନ କର’।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri