ଲକ୍ଷ୍ନୌ, ୧୬।୧: ଉତ୍ତରପ୍ରଦେଶରେ ଭାଜପା ମେଣ୍ଟରେ ନିଷାଦ ପାର୍ଟି ୧୫ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଏନେଇ ପାର୍ଟି ଅଧ୍ୟକ୍ଷ ସଞ୍ଜୟ ଦିଷାଦ ସୂଚନା ଦେଇଛନ୍ତି। ଭାଜପାର ଶୀର୍ଷ ନେତାଙ୍କ ସହିତ ସୋମବାର ଦିଲ୍ଲୀଠାରେ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ଉତ୍ତରପ୍ରଦେଶରେ ୧୪୪ ବିଧାନସଭା ଆସନରେ ନିଷାଦ ପାର୍ଟିର ବିଶେଷ ପରିଚିତି ରହିଛି। ଗତ ୮ ବର୍ଷ ମଧ୍ୟରେ ନିଷାଦ ପାର୍ଟି ୩ ରାଜନୈତିକ ଦଳ ସହିତ ମେଣ୍ଟ କରିଛି। ଏହା ସହିତ ପ୍ରତି ଥର ନିଜର ଶକ୍ତିରେ ବୃଦ୍ଧି କରାଇବାକୁ ସକ୍ଷମ ହୋଇଛି।
ପୂର୍ବରୁ ଏସ୍ପି ସହିତ ମେଣ୍ଟ କରିଥିବା ନିଷାଦ ପାର୍ଟି ଏବେ ସରକାରରେ ଭାଜପା ସହିତ ରହିଛି।