ରାସ୍ତାକଡ଼ରେ ଥିବା ଘରକୁ ଧକ୍କା ଦେଲା ୧୬ ଚକିଆ
ମ.ରାମପୁର,୧୨।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ରାୟପୁର- ଗୋପାଳପୁର ଏନ୍ଏଚ୍ -୫୯ ମ. ରାମପୁରସ୍ଥିତ ଚାରିଛକ ବୁଲାଣିରେ ରବିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏକ ୧୬ ଚକିଆ ଡମ୍ପର ସିଧା ଏକ ଘରକୁ ଧକ୍କା ଦେଇଛି। ରାସ୍ତା ପାଖରେ ଥିବା ବିଦ୍ୟୁତ୍ ଖୁଣ୍ଟ ଇଟାଗଦାକୁ…
କୋହଲି-ଶାସ୍ତ୍ରୀଙ୍କୁ ଦାୟୀ କରିବା ଠିକ୍ ନୁହେଁ
ମାଞ୍ଚେଷ୍ଟର,୧୨।୯: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଫାରୁକ୍ ଇଞ୍ଜିନିୟର ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେବା କାରଣରୁ ଭାରତୀୟ ଦଳରେ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା କୁହାଯାଇଥିଲା।…
ଭୂପେନ୍ଦ୍ର ପଟେଲ କିଏ? କାହିଁକି ତାଙ୍କୁ କରାଗଲା ଗୁଜରାଟ ମୁଖ୍ୟମନ୍ତ୍ରୀ
ଗାନ୍ଧିନଗର,୧୨।୯:ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲଙ୍କ ନାମ ଘୋଷଣା କରାଯାଇଛି। ଭାଜପା ବିଧାନସଭା ପାର୍ଟି ବୈଠକରେ ତାଙ୍କ ନାମ ସହମତି ପ୍ରକାଶ ପାଇଛି। ପରେ ଦଳର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ତାଙ୍କ ନାମ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ…
ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ରୂପାନୀ ଦେଲେ ଏମିତି ପ୍ରତିକ୍ରିୟା
ଗାନ୍ଧିନଗର,୧୨।୯: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୁଜରାଟରେ ରାଜନୈତିକ ସଙ୍କଟର ସମାଧାନ ପାଇଁ ରବିବାର ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ସ୍ଥିର କରାଯାଇଥିଲା।…
କଂଗେସକୁ ପୁଣି ଝଟ୍କା
ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶ କଂଗ୍ରେସକୁ ପୁଣି ଏକ ଝଟ୍କା ଲାଗିଛି। ରବିବାର ଦଳର ଆଉ ଜଣେ ବିଧାୟକ ଦିଲ୍ଲୀରେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶ ଜିଏାର ପୁରୋଲା ଆସନରୁ କଂଗ୍ରେସ ବିଧାୟକ ରାଜକୁମାର ଆଜି ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର…
ତାଲିବାନ୍ କ୍ଷମତା ଦଖଲ ନେଇ ୫୫ ପ୍ରତିଶତ ପାକିସ୍ତାନୀ ଖୁସି…
ଇସଲାମାବାଦ,୧୨।୯: ଆଫଗାନିସ୍ତାନରେ ତାଲିବାନ୍ କ୍ଷମତା ଦଖଲ କରିବା ନେଇ ୫୫ ପ୍ରତିଶତ ପାକିସ୍ତାନୀ ନାଗରିକ ଖୁସି ହୋଇଛନ୍ତି। ଏନେଇ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ୨,୪୦୦ ଲୋକଙ୍କୁ ସାମିଲ୍ କରାଯାଇଥିଲା। ସେମାନଙ୍କୁ ପଚରାଯାଇଥିଲା, ଆଫଗାନିସ୍ତାନରେ ତାଲିବାନ୍ ସରକାର…
ଟେଲିଭିଜନ୍, ବଲିଉଡ୍ ପରେ ଏବେ ଡିଜିଟାଲ୍ରେ ଡେବ୍ୟୁ କରିବେ କିଙ୍ଗଖାନ୍
ବମ୍ବେ: ଫେରୁଛନ୍ତି କିଙ୍ଗଖାନ୍। ଦୀର୍ଘ ୩ ବର୍ଷ ଧରି ଫିଲ୍ମଜଗତରୁ ଦୂରରେ ଥିବା ଶାହାରୁଖ ଖୁବ୍ଶୀଘ୍ର ଓଟିଟି ପ୍ଲାଟଫର୍ମରେ ନଜର ଆସିବେ। ଡିଜ୍ନୀ ପ୍ଲସ ହଟ୍ଷ୍ଟାରର ଏକ ଓ୍ବେବ୍ ସିରିଜ୍ରେ ସେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଶନିବାର ଶାହାରୁଖ ହଟ୍ଷ୍ଟାରର…
ଏତିକି ଟଙ୍କା ଦେଇ କାର୍ କିଣିଲେ କ୍ରିତି: ଏପର୍ଯ୍ୟନ୍ତ କୌଣସି ଅଭିନେତ୍ରୀଙ୍କ ପାଖରେ ନାହିଁ ସେମିତି କାର୍
ବଲିଉଡର ଅଭିନେତ୍ରୀ କ୍ରିତି ସାନନ ନିକଟରେ ମର୍ସିଡିଜ-ବେଞ୍ଜ ମେବ୍ୟାକ ଜିଏଲଏସ୍ ୬୦୦ ବିଳାସପୂର୍ଣ୍ଣ କାର କିଣିଛନ୍ତି। ଏହି କାର୍ର ମୂଲ୍ୟ ୨.୪୩ କୋଟି ଟଙ୍କା। ନିକଟରେ କ୍ରିତି ସାନନଙ୍କୁ ତାଙ୍କ ନୂଆ କାରରେ ମୁମ୍ବାଇର ସାଣ୍ଟା କ୍ରୁଜରେ ଥିବା ମେବ୍ୟାକ ଫିଲ୍ମ…
ଭାରତରେ ପ୍ରବେଶ କଲେ ୧୦୦ରୁ ଅଧିକ ମ୍ୟାନ୍ମାର ନାଗରିକ…
ଆଇଜଲ,୧୨।୯: ମ୍ୟାନ୍ମାରରେ ଅଶାନ୍ତି ଯୋଗୁ ୧୦୦ରୁ ଅଧିକ ନାଗରିକ ଭାରତରେ ପ୍ରବେଶ କରିଛନ୍ତି। ସେମାନେ ସୀମାବର୍ତ୍ତୀ ରାଜ୍ୟ ଚିନର ବାସିନ୍ଦା। ଚମ୍ପାଇ, ହନାଥିଆଲ, ସର୍ଚିପ, ସାଇଟୁଆଲ, ସିଆହା ଏବଂ ଲଙ୍ଗଟଲାଇ ଆଦି ୬ ଟି ଜିଲାରୁ ସେମାନେ ସୀମାବର୍ତ୍ତୀ ଭାରତୀୟ ରାଜ୍ୟ…
ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ବମ୍ବେ: ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ’ର ଅଭିନେତ୍ରୀ ରୁଚି ସବର୍ନ। ଗଣେଷ ଚତୁର୍ଥୀର ଶୁଭ ଅବସରରେ ସେ ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି। ସ୍ବାମୀ ତଥା ଅଭିନେତା ଅଙ୍କିତ ମୋହନଙ୍କ ସହ ସେ ଅନେକ ଫଟୋ…
ପିଲାଙ୍କୁ ଫୁଟ୍ବଲ ଖେଳୁଥିବା ଦେଖି ହଠାତ୍ ଜଙ୍ଗଲରୁ ଆସିଗଲେ ୨ ଭାଲୁ ଆଉ ତା’ପରେ…
ନବରଙ୍ଗପୁର/ଉମରକୋଟ,୧୨।୯(ବି.ପ୍ର./ସ୍ବ.ପ୍ର): ସର୍କସ୍ରେ ହିଂସ୍ର ଜନ୍ତୁମାନେ ପରସ୍ପର ଖେଳୁଥିବାର ସମସ୍ତେ ଦେଖିଥିବେ, ତାହା ପୁଣି ଜଣେ ରିଂ ମାଷ୍ଟରଙ୍କ ନିର୍ଦ୍ଦେଶରେ । ମାତ୍ର ଜଙ୍ଗଲରେ ହିଂସ୍ର ଜନ୍ତୁ ଖେଳୁଥିବା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏହା ସତ୍ୟ ଘଟଣା। ଦୁଇଟି ଜଙ୍ଗଲୀ…
ଶ୍ରୀନଗର ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଆହତ
ଜମ୍ମୁ,୧୨ ।୯: ଶ୍ରୀନଗରର ଖାନୟାର ଅଞ୍ଚଳରେ ରବିବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ପୋଲିସ ଟିମ୍କୁ ଟାର୍ଗେଟ କରି ଏମାନେ ଆକ୍ରମଣ କରିଥିବା ବେଳେ ଜଣେ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କର ଛାତିରେ ଗୁଳି ବାଜିଥିବା ଜଣାପଡିଛି…
Archives


