Posted inଜାତୀୟ

କାଲି କଂଗ୍ରେସର ଷ୍ଟାର୍‌ ପ୍ରଚାରକ ତାଲିକାରେ ଥିଲେ, ଆଜି ଦେଲେ ଇସ୍ତଫା

ନୂଆଦିଲ୍ଲୀ,୨୫।୧: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ କିଛି ସମୟ ପରେ ଭାଜପାରେ ଯୋଗଦେବେ। ଏହା ସହିତ ଭାରତୀୟ ଜନତା ପାର୍ଟି ତାଙ୍କୁ ୟୁପି ବିଧାନସଭା ନିର୍ବାଚନରେ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିପକ୍ଷରେ ଛିଡା କରିବ ବୋଲି କୁହାଯାଉଛି। ଆରପିଏନ ସିଂ ୟୁପିର ପଡରୌନା ନିବାସୀ। କୌତୁହଳର ବିଷୟ ହେଉଛି, ଆରପିଏନ ସିଂଙ୍କ ନାମ ମଧ୍ୟ ଯୁପି ନିର୍ବାଚନରେ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଥିଲା। ଏହା ବ୍ୟତୀତ ସମାଜବାଦୀ ପାର୍ଟି ବିଧାୟକ ଶରଦ ଭୀର ସିଂ ମଧ୍ୟ ଭାଜପାରେ ଯୋଗଦେବେ ବୋଲି ଆଶା କରାଯାଉଛି।
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପଠାଇବା ସହିତ ଆରପିଏନ ସିଂ ମଧ୍ୟ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ଟୁଇଟର୍‌ରେ ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଆଜି ସମଗ୍ର ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବାରୁ ମୁଁ ମୋର ରାଜନୈତିକ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛି। ଜୟହିନ୍ଦ। ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ପତ୍ରରେ ଆରପିଏନ ସିଂ ଲେଖିଛନ୍ତି, ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି। ତାଙ୍କୁ ଦେଶ ତଥା ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଚଳ ପ୍ରଦେଶରେ ବର୍ଷା: ୯ ମୃତ, ଆଗାମୀ ୫ ଦିନ ବର୍ଷା ନେଇ ପୂର୍ବାନୁମାନ

ଶିମଲା,୨୭।୬: ଜୁନ ୨୪ରେ ମୌସୁମୀ ହିମାଚଳ ପ୍ରଦେଶରେ ପହଞ୍ଚିଛିା। ପ୍ରବଳ ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ...

ନିର୍ବାଚନ ପ୍ରଚାରରେ ରାଲି ବନ୍ଦ ପାଇଁ ୪୧ ପ୍ରତିଶତଙ୍କ ସମର୍ଥନ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ମଧ୍ୟରେ ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ରାଲି ନ କରିବାକୁ...

ବିବିସି ଡକ୍ୟୁମେଣ୍ଟାରୀ-ରାହୁଲଙ୍କ ମନ୍ତବ୍ୟ ନେଇ ମତ ରଖିଲେ ଜୟଶଙ୍କର…

ନୂଆଦିଲ୍ଲୀ,୨୧।୨ : ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଏକ ସାକ୍ଷାତକାରରେ ବିବିସି ଡକ୍ୟୁମେଣ୍ଟାରୀ, ପୂର୍ବ ଲଦାଖ ବିବାଦ ଉପରେ ଖୋଲାଖୋଲି ଭାବେ କହିଛନ୍ତି। କଂଗ୍ରେସ...

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି...

ରେସ୍ତୋରାଁରେ ମିଳିବ ମଦ

ବେଙ୍ଗାଲୁରୁ,୯।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଚାଲିଛି ଲକ୍‌ଡାଉନ। ତେବେ ଲକ୍‌ଡାଉନ ୩.୦ରେ କିଛିଟା ନିୟମ କୋହଳ କରାଯାଇଛି। ଏମିତିକି ସରକାର ମଦ ବିକ୍ରିପାଇଁ...

ଚାଇନା କେବେ ଭାରତର ବନ୍ଧୁ ହୋଇ ନ ପାରେ: ବାବା ରାମଦେବ

ହରିଦ୍ୱାର,୧।୭: ଚାଇନାକୁ ପ୍ରବଞ୍ଚକ ଓ ସାମ୍ରାଜ୍ୟବାଦୀ କହିବା ସହ ସେ କେବେ ହେଲେ ଭାରତର ବନ୍ଧୁ ବା ମିତ୍ର ହୋଇ ନ ପାରେ ବୋଲି କହିଛନ୍ତି...

ବିମାନର ୨ ଝରକାକୁ ଦେଖି ଭୟଭୀତ ହେଲେ କର୍ମଚାରୀ

କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଏଭଳି ଘଟଣା ଘଟିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଠାରେ...

ସ୍ତ୍ରୀଙ୍କ ଅଭିମାନ ଭାଙ୍ଗିବା ପାଇଁ ହାତ ଆଙ୍ଗୁଳି କାଟି ୬୦ କିମି ସାଇକେଲ ଚଳାଇ ଶ୍ୱଶୁର ଘରେ ପହଞ୍ଚିଲେ ସ୍ବାମୀ

ରାୟପୁର,୨୫।୪: ଛତିଶଗଡ଼ କୋରବା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ରଜଗାମାର ଥାନା ଅଞ୍ଚଳରେ ଥିବା ଔରାଇ ଗାଁରେ ମୁକୁନ୍ଦ ନାମକ ଜଣେ ଯୁବକ...

Advertisement
Archives

Model This Week