Posted inଜାତୀୟ

ନୂଆ ପ୍ରଚାରରେ ଚନ୍ନିଙ୍କୁ ଥୋର, ରାହୁଲଙ୍କୁ ହଲ୍କ ଦର୍ଶାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୫।୧: ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ରୋଡ୍‌ ଶୋ ଓ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ରାଜନୈତୀକ ଦଳ ଅନଲାଇନ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କୁ ସୁପରହିରୋ ଥୋର ଭାବେ ଦର୍ଶାଇଛି କଂଗ୍ରେସ।

ପଞ୍ଜାବ କଂଗ୍ରେସ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓଟି ହଲିଉଡ୍‌ ସୁପରହିରୋ ମୁଭି ‘ଆଭେଞ୍ଜର୍ସ: ଇନ୍‌ଫିନିଟି ଓ୍ବାର’ରୁ ପ୍ରେରିତ ହୋଇଛି। ଫିଲ୍ମରେ କ୍ରିସ ହେମ୍ସଓ୍ବର୍ଥ, ମାର୍କ ରୁଫାଲୋ, କ୍ରିସ ଇଭାନ୍ସ ଭଳି ଷ୍ଟାର ରହିଛନ୍ତି। ଉକ୍ତ ଭିଡିଓରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଚେହେରାକୁ ଥୋରଙ୍କ ଭୂମିକାରେ ଦର୍ଶାଯାଇଛି, ଯିଏକି ବଜ୍ରପାତର ଦେବତା।

ଭିଡିଓରେ ଫିଲ୍ମର ଯୁଦ୍ଧ ଦୃଶ୍ୟକୁ ବ୍ୟବହାର କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ବ୍ରୁସ ବ୍ୟାନର ତଥା ହଲ୍କ ଏବଂ ନବଜୋତ ସିଂ ସିଦ୍ଧୁଙ୍କୁ କ୍ୟାପଟେନ ଆମେରିକା ଭାବେ ଚିତ୍ରିତ କରାଯାଇଛି। ଏଲିଅନ ଚରିତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ନେତା ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶତ୍ରୁ ଦର୍ଶାଯାଇଛି ସେହି ଭିଡିଓରେ।

ଏହାର କ୍ୟାପଶନରେ “ପଞ୍ଜାବ ଓ ଏହାର ରାଜ୍ୟବାସୀଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଖଳ ପ୍ରକୃତିର ଲୋକଙ୍କ କବଳରୁ ଆମ ପ୍ରିୟ ରାଜ୍ୟକୁ ମୁକ୍ତ ରଖିବା ପାଇଁ ଯାହା ଦରକାର ଆମେ ତାହା କରିବୁ” ବୋଲି ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଗିଲ ବିଜୟର ୨୪ ବର୍ଷ, ବୀର ସୈନ୍ୟଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଆଜି ସମଗ୍ର ଦେଶ କାର୍ଗିଲ ବିଜୟ ଦିବସ ପାଳନ କରୁଛି। ୨୪ ବର୍ଷ ପୂର୍ବେ ୧୯୯୯ ଏହି ଦିନ କାର୍ଗିଲ ଶିଖରରେ ପ୍ରବେଶ କରିଥିବା...

ଅନିଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୨୬।୯: ୪୨୦ କୋଟି ଟଙ୍କା ଟିକସ ଛାଡ ମାମଲାରେ ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ବମ୍ବେ ହାଇକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ...

ସୋନିଆଙ୍କୁ ୧୦୦ କଂଗ୍ରେସ ନେତାଙ୍କ ପତ୍ର

ନୂଆଦିଲ୍ଲୀ, ୧୮।୮: ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରାୟ ୧୦୦ ଜଣ କଂଗ୍ରେସ ନେତା ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ନିଲମ୍ବିତ...

ଅପେକ୍ଷାର ଅନ୍ତ: ପାକିସ୍ତାନରୁ ଭାରତ ଆସିଲେ ଦୁଇ ବୋହୂ

ବାଡମେର,୯।୩: ପାକିସ୍ତାନରେ ରହୁଥିବା ଦୁଇ ନବବିବାହିତା ଭାରତ ଫେରିଛନ୍ତି। ଦୁଇ ବର୍ଷ ପୂର୍ବେ ବିବାହ ସତ୍ତ୍ୱେ ଭିସା ନ ପାଇ ପାକିସ୍ତାନରୁ ଭାରତ ଆସିପାରି ନ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ

ହାଇଦ୍ରାବାଦ୍‌, ୨୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ...

‘କେବେ ଭାବିଛନ୍ତି କି ମୋଦି ଜୀ କାହିଁକି ୧୦ ବର୍ଷ ଅପେକ୍ଷା କରିଥିଲେ …’ ମହିଳା ସଂରକ୍ଷଣ ବିଲ୍‌ ଉପରେ କହିଲେ କପିଲ ସିବଲ

ନୂଆଦିଲ୍ଲୀ,୧୯।୯: ମହିଳା ସଂରକ୍ଷଣ ବିଲ୍‌ ଉପରେ ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଓକିଲ କପିଲ ସିବଲ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି...

୫୩ ବର୍ଷ ପୂର୍ବେ ଜଙ୍ଗଲରୁ କାଟିଥିଲେ କାଠ, ଏବେ ମିଳିଲା କଠୋର ଦଣ୍ଡ

ଜୟପୁର,୧୭।୭: ରାଜସ୍ଥାନର ବୁନ୍ଦିର ୭ଜଣ ବୃଦ୍ଧ ମହିଳାଙ୍କୁ କାଠ କାଟିବା ଅଭିଯୋଗରେ ପୋଲିସ ଗିରଫ କରିଛି। ୧୯୭୧ ଅର୍ଥାତ୍‌ ୫୩ ବର୍ଷ ପୂର୍ବେ ସେମାନଙ୍କ ନାଁରେ...

‘ସିବିଆଇ ଅସନ୍ତୁଷ୍ଟ କେବଳ ଏହି କାରଣ ପାଇଁ କରିପାରିବେ ନାହିଁ ଜାମିନର ବିରୋଧ’, କୋର୍ଟରେ କହିଲେ ଲାଲୁ

ପାଟନା,୨୧।୮: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସୋମବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)ର ସେହି ଆବେଦନର ବିରୋଧ...

Advertisement
Archives

Model This Week