Posted inଜାତୀୟ

ରାଜଧାନୀରୁ ହଟିବ କରୋନା କଟକଣା

ନୂଆଦିଲ୍ଲୀ,୨୫।୧: ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା କରୋନା କଟକଣା ଖୁବଶୀଘ୍ର ପ୍ରତ୍ୟାହାର ହେବ। ବର୍ତ୍ତମାନ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇବାକୁ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ବ୍ୟବସାୟୀ ସଂଗଠନ ପକ୍ଷରୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିଥିଲେ। ହପ୍ତାହନ୍ତ କର୍ଫ୍ୟୁ ଓ ଦୋକାନ ପାଇଁ ଲାଗୁ ହେଉଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲା ହଟାଇବାକୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ସରକାର କଟକଣା ହଟାଇବାକୁ ବିଚାର କରାଯାଉଥିବା କେଜ୍ରିୱାଲ କହିଛନ୍ତି।

ଦିଲ୍ଲୀର ପଜିଟିଭ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ କହିଛନ୍ତି, କରୋନା ସଂକ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏନେଇ ଜନସାଧାରଣ ହଇରାଣ ମଧ୍ୟ ହେଉଛନ୍ତି। ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ କଟକଣା ହଟାଇବାକୁ ସରକାରଙ୍କ ପକ୍ଷରୁ ଚିନ୍ତା କରାଯାଉଛି। ଯଦି ସଂକ୍ରମଣ ବୃଦ୍ଧିପାଏ ପୁଣି କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାଜୀଙ୍କ ଜନ୍ମଦିନ ପରାକ୍ରମ ଦିବସ ଭାବେ ହେବ ପାଳିତ

ନୂଆଦିଲ୍ଲୀ,୧୯।୧: ନେତାଜୀ ସୁଭାଷ ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ। ଏନେଇ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନେତାଜୀଙ୍କ ୧୨୫...

ସିଆର୍‌ପିଏଫ୍‌-ଡିଆର୍‌ଡିଓ ପକ୍ଷରୁ ବାଇକ୍‌ ଆମ୍ବୁଲାନ୍ସ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ,୧୮।୧: ସିଆର୍‌ପିଏଫ୍‌ ଏବଂ ଡିଆର୍‌ଡିଓ ପକ୍ଷରୁ ସୋମବାର ବାଇକ୍‌ ଆମ୍ବୁଲାନ୍ସ୍‌ ସେବା ‘ରକ୍ଷିତା’ର ଆରମ୍ଭ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେବା ପାଇଁ ଏହା...

ମୁଁ ନୁହେଁ ସାଧାରଣ ଲୋକ, ମତେ ବି ଜଣା ଅଛି ଉତ୍ତର…

ନାସିକ,୨୪।୮: ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା...

୧୩୨ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୯।୯ (ପି.ଟି.): ୨୦୨୧ ବର୍ଷରେ ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ)ରେ ଭାରତ ୧୯୧ ଦେଶ ମଧ୍ୟରେ ୧୩୨ତମ ସ୍ଥାନରେ ରହିଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)...

କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍‌ କର

ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍‌ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ...

ସାମ୍ପୁଲ ନ ଦେଇ ଏମ୍‌ପିଙ୍କ ମୋବାଇଲ୍‌ରେ ଆସିଲା ମେସେଜ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ ପାଇଁ ସଂଗ୍ରହ ହେଉଥିବା ସାମ୍ପୁଲ ସମ୍ପର୍କିତ ମେସେଜ...

ହସ୍ପିଟାଲ ନୁହେଁ ଅକ୍ସିଜେନ ବ୍ୟବସ୍ଥା କରୁଛନ୍ତି ସମ୍ପର୍କୀୟ

ନୂଆଦିଲ୍ଲୀ, ୨୫।୪: ଅସୁସ୍ଥ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ରଜତ ଆଲଓ୍ବାଲିଆ ଏକ କିଲୋମିଟର ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଯୋଗାଡ଼ କରିଛନ୍ତି ୧୦...

ବାଂଲାଦେଶ-ମ୍ୟାନମାର ମୁହାଁ ହୋଇପାରେ ବାତ୍ୟା: ପାଣିପାଗ ବିଭାଗ ପୂର୍ବାନୁମାନ…

ନୂଆଦିଲ୍ଲୀ,୮।୫ : ସମ୍ଭାବ୍ୟ ବାତ୍ୟା ବିଷୟରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପୁଣି ଥରେ ପୁର୍ବାନୁମାନ କରିଛି। ବିଭାଗ କହିଛି ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ...

Advertisement
Archives

Model This Week