ସମ୍ବଲପୁର

ହୀରାକୁଦର ୨୪ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୪।୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ୨୪ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଜଳ ଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବବେଳେ ବର୍ତ୍ତମାନ ଏହା ୬୨୮.୮୧…

ଚିତ୍ରଶିଳ୍ପୀ ପଦ୍ମନାଭଙ୍କ ପରଲୋକ

ସମ୍ବଲପୁର,୨୩ା୯(ବି.ଶଙ୍କର): ସାରଳା ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଶୁକ୍ରବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ପୁତ୍ର ସିଦ୍ଧାର୍ଥ ମୁଖାଗ୍ନି ଦେଇଥିଲେ।…

ପୁଣି ଜିଲା ବିଜେଡି ମଙ୍ଗ ସମ୍ଭାଳି ପାରନ୍ତି ରୋହିତ

ସମ୍ବଲପୁର,୨୨ା୯ (ଶୁଭାଶିଷ ପାଢୀ): ସମ୍ବଲପୁର ଜିଲା ବିଜେଡି ସଙ୍ଗଠନରେ ପରିବର୍ତ୍ତନ ହେବା ନେଇ ପ୍ରାୟ ୫ ମାସ ହେବ ଆଲୋଚନା ହେଉଛି। ଏପରିକି ଜିଲା ଓ ରାଜ୍ୟସ୍ତରର ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ହେଉଛି। ହେଲେ ନିଷ୍କର୍ସ ବାହାରି ପାରୁ ନ…

ଧାର୍ଯ୍ୟ ଲଗ୍ନରେ ମା’ଙ୍କୁ ଲାଗିହେଲା ନବାନ୍ନ

ସମ୍ବଲପୁର,୨୧। ୯ (ଶୁଭାଶିଷ ପାଢ଼ୀ) ପଶ୍ଚିମ ଓଡ଼ିଶାବାସୀ ବୁଧବାର ଧୁମ୍‌ଧାମ୍‌ରେ ନୂଆଁଖାଇ ପାଳିଛନ୍ତି। ପ୍ରତି ଜିଲାରେ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ପରିବାର ଏକାଠି ହୋଇ ନୂଆଁ ଖାଇଥିଲେ। ପଶ୍ଚିମ ଓଡ଼ିିଶା ଅନ୍ତର୍ଗତ ନୂଆପଡ଼ା ଜିଲାର ଟାନୱାଟ କଣା…

ନାବାଳିକାଙ୍କୁ ଅସଦାଚରଣ: ଜେଲ ଗଲେ ଅଭିଯୁକ୍ତ

ଜମନକିରା,୧୮ା୯ (ରବୀନ୍ଦ୍ର ପ୍ରସାଦ ଦାନି): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭଗୀୟ ହାଜତକୁ ପଠାଇ…

ନୂଆଁଖାଇ ପରଦିନ ଏସବୁ ସ୍ଥାନରେ ଛୁଟି

ସମ୍ବଲପୁର,୧୮।୯: ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ନୂଆଁଖାଇ ପରଦିନ ତଥା ଆସନ୍ତା ୨୧ ତାରିଖକୁ ସମ୍ବଲପୁର ଆରଡିସି ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି । ସ୍ଥାନୀୟ ଜନ ସମୁଦାୟଙ୍କ ଦାବି ଅନୁସାରେ ଆରଡିସି ଏହି…

ଫୁଲବତୀଙ୍କ ଅଫୁଟା ଭବିଷ୍ୟତ

ସମ୍ବଲପୁର,୧୮ା୯(ଶୁଭାଶିଷ ପାଢ଼ୀ): ପିଲା ଜନ୍ମ ହେଲେ ମା’ବାପା ନାମକରଣ କରନ୍ତି। ଭଗବାନ ଓ ଶୁଭସୂଚନା ଦେଉଥିବା ନାମ ରଖିଲେ ନାମକରଣ ଅନୁସାରେ କାର୍ଯ୍ୟରେ ସଫଳତା ମିଳିଥାଏ, ଜୀବନ ସୁଗମ ହୋଇଥାଏ ବୋଲି ଆଶା ରହିଥାଏ। ହେଲେ ନାମକରଣ ଅନୁସାରେ ଜୀବନରେ ଓଲଟା…

ବାଚସ୍ପତି ନିର୍ବାଚନ ବର୍ଜନ କରିବ ଭାଜପା: ନାଉରୀ

ସମ୍ବଲପୁର,୧୬ା୯ (ଶୁଭାଶିଷ ପାଢ଼ୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ପରଦିନ ଅର୍ଥାତ୍‌ ସେପ୍ଟେମ୍ବର ୨୧ରେ ସରକାର ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଭାବାବେଗ ସହିତ ଜଡିତ ଏହି ପର୍ବକୁ ଲୋକେ ଉତ୍ସାହର ସହ ପାଳନ…

ଡିସ୍‌ଚାର୍ଜ ପିଟିଶନ ଖାରଜ, ଚାର୍ଜଫ୍ରେମ ଦାଖଲ

ସମ୍ବଲପୁର,୧୫ା୯(ଶୁଭାଶିଷ ପାଢ଼ୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌କୋର୍ଟରେ ଅଭିଯୁକ୍ତ ବହିଷ୍କୃତ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ ହାଜର କରାଯାଇଥିଲା। କୋର୍ଟରେ ପୂର୍ବରୁ ଆବେଦନ କରାଯାଇଥିବା ଡିସ୍‌ଚାର୍ଜ ପିଟିଶନ ଉପରେ ଶୁଣାଣି ହୋଇଥିଲା।…

ହୀରାକୁଦରୁ ଖୋଲିଲା ୧୪ ଗେଟ୍‌

ସମ୍ବଲପୁର,୧୪ା୯(ଶୁଭାଶିଷ ପାଢ଼ୀ): ହୀରାକୁଦର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଡ୍ୟାମ୍‌କୁ ଜଳପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ଫୁଟ୍‌ ରହିଥିବା ବେଳେ ଏବେ ଜଳସ୍ତର ୬୨୮.୫୮ଫୁଟ୍‌ରେ ପହଞ୍ଚିଛି। ଜଳସ୍ତର ବୃଦ୍ଧି ଯୋଗୁ ଗେଟ୍‌ ଖୋଲିବା ସଂଖ୍ୟା ବୃଦ୍ଧି ହୋଇ…

ଟ୍ରେଲର-ହାଇଓ୍ବା ଧକ୍କା: ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ

ଜମନକିରା,୧୪ା୯(ରବୀନ୍ଦ୍ର ପ୍ରସାଦ ଦାନି): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଧୀନ ୫୩ ନମ୍ବର ଜାତୀୟ ରାଜପଥରରେ ଗୁରୁବାର ଏକ ହାଇୱା (ଓଡ଼ି୧୫ଡବ୍ଲ୍ୟୁ-୫୦୪୩) ଏବଂ ଟ୍ରେଲର (ଆର୦୪ଜିଏ-୫୬୨୬) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ି ଚାଳକଙ୍କ ମୃତ୍ୟୁ…

ମହାନଦୀକୁ ଡେଇଁପଡ଼ିଲେ ଯୁବତୀ

ସମ୍ବଲପୁର,୧୪ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଟାଉନ ଥାନା ଚାଉଁରପୁର ମହାନଦୀ ବ୍ରିଜ୍‌ ଉପରୁ ଡେଇଁ ଗୁରୁବାର ଜଣେ ଯୁବତୀ ନିଖୋଜ ହୋଇଯାଇଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହିଁ। ପ୍ରତ୍ୟକ୍ଷଦର୍ଶୀ ସୁରଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?