ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ ବାଘ ଆତଙ୍କ: ୭ଛେଳିକୁ ମାରିଲା

ରେଢ଼ାଖୋଲ,୧୦ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧୀନ ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ମଙ୍ଗଳପୁର ଗ୍ରାମରେ ଗୁରୁବାର ୭ଟି ଛେଳିଙ୍କୁ ବାଘ ମାରି ଦେଇଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚି ଶୁକ୍ରବାର ମଙ୍ଗଳପୁର ସମେତ ଅଖପାଖ ଗ୍ରାମରେ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ମଙ୍ଗଳପୁର ଗ୍ରାମର ଯୋଗେଶ ଲାକ୍ରା ନାମକ ଚାଷୀ ଗୁରୁବାର ନିଜର ଛେଳି ଚରାଇବାକୁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ ଯାଇଥିଲେ। ତେବେ ଘରକୁ ଫେରିବା ପରେ ତାଙ୍କର ୭ଟି ଛେଳି ନ ଥିବା ଜାଣିଥିଲେ। ସେ ଜଙ୍ଗଲକୁ ଖୋଜିବାକୁ ଯିବାବେଳେ କଲରାପତରିଆ ବାଘ ଛେଳିଗୁଡିକୁ ମାରିଦେଇଥିବା ଦେଖି ଭୟଭୀତ ଅବସ୍ଥାରେ ଗାଁକୁ ଫେରି ଲୋକଙ୍କୁ ଜଣାଇବା ସହ ବନବିଭାଗକୁ ଖବର କରିଥିଲେ।

ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଛେଳିଙ୍କ ବ୍ୟବଚ୍ଛେଦ ପାଇଁ ନାକ୍ଟିଦେଉଳ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ପଠାଇଛନ୍ତି। ଏଥିସହିତ ଯୋଗେଶଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଡିଏଫ୍‌ଓ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଙ୍ଘୁଛି ଆର୍ଯ୍ୟପଲ୍ଲୀ ସମୁଦ୍ର: ବଢୁଛି ଲୋକଙ୍କ ମଧ୍ୟରେ ଭୟ, ବର୍ଷାରେ ଉପଜିଲାପାଳ…

ଛତ୍ରପୁର,୧୦।୮ (ଦିଲ୍ଲୀପସାମଲ /ଦ୍ୱାରିକା ପଟ୍ଟନାୟକ ): ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବା ଯୋଗୁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

୧୨ ଅଗଷ୍ଟରେ ଆକାଶରେ ବଡ଼ ମହାଜାଗତିକ ଘଟଣା: ଏହି ରାଶି ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ! ରୁହନ୍ତୁ ସତର୍କ

୧୨ ଅଗଷ୍ଟ ୨୦୨୬ ରାତିରେ ଆକାଶରେ ଏକ ବଡ଼ ଖଗୋଳୀୟ ଘଟଣା ଘଟିବାକୁ ଯାଉଛି। ଚନ୍ଦ୍ର କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଢାଙ୍କିଦେବ। ବିଶ୍ୱର ଅନେକ…

ଓଲଟିଲା କୋଇଲା ବୋଝେଇ ଟ୍ରକ: ଓଡ଼ିଶା-ଆନ୍ଧ୍ର ଯାତାୟତ ଠପ୍‌

ରାୟଗଡ଼ା,୧୦।୮(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲା ପାର୍ବତୀପୁର ନିକଟରେ ସୋମବାର ଏକ କୋଇଲା ବୋଝେଇ ଏକ ଟ୍ରକ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଓଡ଼ିଶା-ଆନ୍ଧ୍ରକୁ ସଂଯୋଗ…

ସୂର୍ଯ୍ୟ-କେତୁଙ୍କ ‘ଗ୍ରହଣ ଯୋଗ’ରେ ଚମକିବ ଭାଗ୍ୟ: ୭ ଦିନ ପରେ ଏହି ୩ ରାଶିକୁ ହଠାତ୍‌ ମିଳିବ ଧନଲାଭ!

୭ ଦିନ ପରେ ଅର୍ଥାତ୍‌ ୧୭ ଅଗଷ୍ଟ, ୨୦୨୬ ଦିନଟି ଜ୍ୟୋତିଷ ଦୃଷ୍ଟିରୁ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। କାରଣ ଏହି ଦିନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ…

୮ ଫୁଟ ଲମ୍ବର ଅଜଗର ଉଦ୍ଧାର: ଜମିରେ ଚାଷ କାମ କରୁଥିବାବେଳେ…

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁସ୍ଥିତ ତେଳନଦୀ ଜମି ପାର୍ଶ୍ୱରୁ ସୋମବାର ୮ ଫୁଟ ଲମ୍ବର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପରିବାର ଲୋକ ବେସାହାରା

ଖଡ଼ିଆଳ,୧୦ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ କୁଲିଗାଁ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗିବା ପରେ ଏକ ପରିବାର ବେସାହାରା…

ଦାଦନ ଖଟିବାକୁ ଯାଇ କେରଳରେ ଯୁବକ ମୃତ; ମୃତଦେହ ଗାଁକୁ ଆଣିବାକୁ ଜିଲାପାଳଙ୍କୁ ନିବେଦନ

ଜି.ଉଦୟଗିରି,୧୦।୮(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri