ପରମ୍ପରା ଉଜ୍ଜୀବିତ ରଖିଛନ୍ତି କୁମ୍ଭକାର

ସମ୍ବଲପୁର,୧୦ା୧୧(ଭବାନୀ ଶଙ୍କର ଭୋଇ): ଆସନ୍ତା ୧୨ ତାରିଖରେ ଦୀପାବଳି। ଭାରତୀୟ ପରମ୍ପରାରେ ଦୀପାବଳିରେ ପ୍ରତି ଘରେ ମାଟିଦୀପ ଜାଳିବାର ପରମ୍ପରା ରହିଛି। ସେଥିପାଇଁ ଏହି ପର୍ବ ଆସିଲେ ମାଟି ଦୀପର ଚାହିଦା ବୃଦ୍ଧି ପାଇଥାଏ। ମାଟିରେ ସୁନ୍ଦର ଆକୃତି ଦେଇ କୁମ୍ଭାକାରମାନେ ଏହି ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି।
ଦୀପାବଳୀ ସନ୍ଧ୍ୟାରେ ମାଟିର ଦୀପ ଜାଳି ଘରକୁ ଆଲୋକିତ କରାଯାଇଥାଏ। ସେଥିପାଇଁ ପୂର୍ବରୁ ଲୋକେ ବଜାରରୁ କିମ୍ବା କୁମ୍ଭାର ଘରୁ ମାଟିଦୀପ ସଂଗ୍ରହ କରିଥାନ୍ତି। ସମ୍ବଲପୁର ସହରକୁ ଉପକଣ୍ଠ ଅଞ୍ଚଳର କୁମ୍ଭାକାରମାନେ ମାଟିଦୀପ ଓ କଳସ ଆଦି ଆଣି ବିକ୍ରି କରିଥାନ୍ତି। ଅନେକ କୁମ୍ଭାର ଏବେ ରଙ୍ଗିନ ଦୀପ ତିଆରି କରି ଗ୍ରାହାକମାନଙ୍କୁ ଆକର୍ଷିତ କରୁଛନ୍ତି। କୁମ୍ଭାକାରମାନେ ଦୀପ ତିଆରି କରିବା ପାଇଁ ଦୁଇ ତିନି ମାସରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ଏବେ ସୁବିଧାରେ ମାଟି ମିଳୁ ନ ଥିବାରୁ ଦୂର ସ୍ଥାନରୁ ମାଟି ସଂଗ୍ରହ କରି ଆଣିବାକୁ ପଡିଥାଏ। ଗୋଡିପଥର ବଛାଯିବା ପରେ ମାଟି ଚକଟାଯାଏ। ପରେ ଏହାକୁ କୁମ୍ଭାର ଚକରେ ରଖି ଦୀପ ତିଆରି କରାଯାଇ ଖରାରେ ଶୁଖାଯାଇଥାଏ। ୩ରୁ ୪ଦିନ ଧରି ଜଣେ କୁମ୍ଭାର ଦୀପ ଗଢିବା ପରେ ପୋଡ଼ିବା ପାଇଁ ଭାଟିରେ ରଖିଥାଏ। ଏଥିପାଇଁ ୪ ଘଣ୍ଟା ସମୟ ଲାଗେ। ପରଦିନ ସକାଳୁ ଭାଟିରୁ ବାହାରିବା ପରେ ଚାହିଦା ଅନୁସାରେ ରଙ୍ଗ ଦିଆଯାଏ। ଏବେ ଦୀପାବଳି ସମୟରେ ମାଟିଦୀପ ଓ କଳସର ଚାହିଦା ଅଧିକ ରହିଛି। ରଙ୍ଗୀନ ଦୀପକୁ ଅଧିକ ଲୋକ ପସନ୍ଦ କରୁଛନ୍ତି। ବଜାରରରେ ରଙ୍ଗବେରଙ୍ଗ, ବିଭିନ୍ନ ଡିଜାଇନର ମାଟିଦୀପ ମିଳୁଛି। ସମ୍ବଲପୁରର ଗୋଲବଜାର, ଅଇଁଠାପାଲି, ଚାରଭାଟି, ଗୋବିନ୍ଦତୋଳା ଆଦି ସ୍ଥାନରେ ସ୍ବତନ୍ତ୍ର ଦୀପାବଳି ବଜାର ଖୋଲିଛି। ଲୋକେ ନିଜ ପସନ୍ଦ ଅନୁସାରେ ମାଟିଦୀପ ଓ ଅନ୍ୟ ମାଟି ସାମଗ୍ରୀ କିଣି ଘରକୁ ନେଉଛନ୍ତି। କୁମ୍ଭାକାରଙ୍କ ପାଇଁ ସାମୟିକ ହେଲେ ବି ରୋଜଗାର ପାଇଁ ବାଟ ଫିଟାଉଛି। ଏହି ସମୟରେ ପୁରା ପରିବାର ଦୀପ ତିଆରି ଓ ବିକ୍ରି କାମରେ ଲାଗି ପଡିଛନ୍ତି। ବହୁ ବାଧାବିଘ୍ନ ସତ୍ତ୍ୱେ ଅନେକ କୁମ୍ଭକାର ପରିବାର ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।

ସେମାନେ କୁହନ୍ତି…
ଆମେ ବର୍ଷତମାମ ମାଟି କାମ କରିଥାଉ। ହେଲେ ଦୀପାବଳି ଆସିଲେ ପ୍ରାୟ ଦୁଇମାସ ପୂର୍ବରୁ ମାଟିଦୀପ ତିଆରି ଆରମ୍ଭ କରିଥାଉ। ମାଟିଦୀପର ଚାହିଦାକୁ ଦେଖି ଆମକୁ ପ୍ରସ୍ତୁତ ରହିବାକୁ ପଡିଥାଏ। ପାଖରେ ରହିଥିବାରୁ ସମ୍ବଲପୁର ସହରକୁ ଯାଇ ବିକିବା ସହଜ ହେଉଛି। ଦୀପାବଳି ଆମକୁ ରୋଜଗାର ଦେବା ସହ କୌଳିକ ବୃତ୍ତିକୁ ଉଜ୍ଜୀବିତ ରଖିଛି।
-ରାମକୃଷ୍ଣ ରଣା, କୁମ୍ଭାକାର, ବଲବସପୁର
ଆମ ଗାଁରେ ୧୦ରୁ ୧୨ ଜଣ କୁମ୍ଭାକାର ପରିବାର ରହିଛୁ। ଅଧିକାଂଶ ଲୋକ ମାଟିକାମ କରୁଛୁ। ତେବେ ଦୀପାବଳି ଆଗରୁ ପୂରା ପରିବାର ମାଟିଦୀପ ତିଆରି କାମରେ ଲାଗିପଡିଥାଉ। କହିବାକୁ ଗଲେ ବର୍ଷକରେ ଥରେ ଆମପାଇଁ ଏହି ବେଉସା ରୋଜଗାରର ସୁଯୋଗ ଦେଇଥାଏ।
-ଅଶୋକ ରଣା, କୁମ୍ଭାର, ବଲବସପୁର
ଏବେ ଚାଇନିଜ ସାମଗ୍ରୀ ଅପେକ୍ଷା ଦେଶୀ ଜିନିଷକୁ ଲୋକେ ବେଶୀ ପସନ୍ଦ କରୁଛନ୍ତି। ଅର୍ଥାତ୍‌ ପୁଣିଥରେ ଲୋକଙ୍କର ପାରମ୍ପରିକ ଜିନିଷ ପ୍ରତି ରୁଚି ବଢିବାରେ ଲାଗିଛି। ଯୁବପିଢୀ ରଙ୍ଗିନ ଓ ନୂଆ ଡିଜାଇନର ଦୀପ ତିଆରି କରି ବଜାର ଚାହିଦା ପୂରଣ କରିବାକୁ ଚେଷ୍ଟା କରୁଛନ୍ତି। ଏହା ହଜିବାକୁ ବସିଥିବା ମାଟିକାମ ପ୍ରତି ଆଗ୍ରହ ସୃଷ୍ଟି କରୁଛି।
-ଦେବୀ ପ୍ରସାଦ ଭୋଇ, ଗ୍ରାହାକ, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ସ୍ବାଧୀନତା ଦିବସ ପାଳନ ପ୍ରସ୍ତୁତି: ଶାନ୍ତି-ଶୃଙ୍ଖଳା ଉପରେ ନଜର

ଭଞ୍ଜନଗର,୨୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ୮୦ତମ ସ୍ବାଧୀନତା ଦିବସ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ…

CJPକୁ କଡ଼ା କଟାକ୍ଷ କଲେ କଙ୍ଗନା, ଏମାନଙ୍କୁ ଜନ୍ମ କିଏ ଦେଇଛି…

ନୂଆଦିଲ୍ଲୀ, ୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ସୋମବାର ଲୋକ ସଭାରେ ହଟ୍ଟଗୋଳ କରିଥିଲେ ।…

ଲୋକଙ୍କଠାରୁ ମୋବାଇଲ-ଟଙ୍କା ଲୁଟ୍‌ କରୁଥିଲେ ଦୀପୁ: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ଅଞ୍ଚଳରେ ଲୁଟପାଟ ଓ ଚୋରି ଘଟଣାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ମୋବାଇଲ ଓ…

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri