ସମ୍ବଲପୁରବାସୀ ଅବସର ବିନୋଦନରୁ ବଞ୍ଚିତ

ସମ୍ବଲପୁର,୬।୧୧(ଭବାନୀ ଶଙ୍କର ଭୋଇ): ବଡ଼ବଜାର ନିକଟରେ ରିଙ୍ଗ ରୋଡ଼ କଡ଼ରେ ରହିଛି ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ)ର ଗୌରୀ ଶଙ୍କର ପାର୍କ। ଏଠାରେ ଦୀର୍ଘଦିନ ହେବ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବା ସହ ପାର୍କରେ ରହିଥିବା ଖେଳଣା ଏବଂ ବ୍ୟାୟାମ ସାମଗ୍ରୀ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ସମ୍ବଲପୁର ସହରରେ ଲୋକଙ୍କ ଅବସର ବିନୋଦନ ପାଇଁ କୌଣସି ବିଶେଷ ପାର୍କ ନାହିଁ। ଯେଉଁ କିଛି ପାର୍କ ରହିଛି ସେଗୁଡିକର ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି। ରିଙ୍ଗରୋଡ କଡରେ ଥିବା ଗୌରୀଶଙ୍କର ପାର୍କ ଯାତାୟତ ଦୃଷ୍ଟିରୁ ସହଜ। ସେଥିପାଇଁ ବିଭିନ୍ନ ଅଞ୍ଚଲରୁ ଏଠାକୁ ଲୋକମାନେ ପରିବାର ସହ ପହଞ୍ଚତ୍ଥାନ୍ତି। ତେବେ ଦୀର୍ଘ ଦିନ ହେବ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବା ଯୋଗୁ ସନ୍ଧ୍ୟାରେ ପରିବାର ନେଇ ଲୋକେ ଆସିବାକୁ କୁଣ୍ଠାବୋଧ କରୁଛନ୍ତି। ସକାଳେ ଏବଂ ସନ୍ଧ୍ୟାରେ ଏହି ପାର୍କକୁ ଅବସର ବିନୋଦନ ସହ ବ୍ୟାୟାମ ପାଇଁ ଶହଶହ ଲୋକ ଆସୁଥିବାବେଳେ ପାର୍କର ଅବସ୍ଥା ଗୁରୁତର ରହିଥିବାରୁ ଲୋକଙ୍କ ସଂଖ୍ୟା ମଧ୍ୟ କମୁଥିବା ନେଇ ଅଭିଯୋଗ ହୋଇଛି। ଏହି ପାର୍କ ଭିତରେ ସ୍ବାଧୀନତା ସଂଗ୍ରାମୀ ହଲ ସହ ଓଡ଼ିଶା ଲଳିତ କଳା ଏକାଡେମୀର ପ୍ରାନ୍ତୀୟ କେନ୍ଦ୍ର ରହିଛି। ଯେଉଁଠି ନିୟମିତ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ। ପାର୍କରେ ପୂର୍ବରୁ ରହିଥିବା ଟଏ ଟ୍ରେନ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଛି। ଯାହାଦ୍ୱାରା ଏଠାକୁ ଆସୁଥିବା ଶିଶୁମାନେ ଏହାକୁ ଉପଭୋଗ କରିପାରୁ ନାହାନ୍ତି। ପାର୍କ ସନ୍ଧ୍ୟା ସମୟରେ ଅନ୍ଧକାର ରହିଲେ ଅନେକ ଅସାମାଜିକ କାର୍ଯ୍ୟକଳାପ ହେବା ଆଶଙ୍କା ରହିଛି। ତେଣୁ ଯଥାଶୀଘ୍ର ଏହି ଗୌରୀଶଙ୍କର ପାର୍କରେ ରହିଥିବା ସମସ୍ୟାର ସମାଧାନ କରାଯିବା ସହ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏସ୍‌ଡିଏ ପକ୍ଷରୁ ଚେଷ୍ଟା କରାଯିବାକୁ ସାଧାରଣରେ ଦାବି ହୋଇଆସୁଛି।

ସେମାନେ କହନ୍ତି…
ଗୌରୀଶଙ୍କର ପାର୍କ ନିର୍ମାଣ ହେବା ପରେ ଆଖପାଖର ଲୋକଙ୍କ ଅବସର ବିନୋଦନ ପାଇଁ ଅନେକ ସୁବିଧା ହୋଇଥିଲା ା ଲୋକେ ସକାଳୁ ପାର୍କକୁ ଚାଲିବା ଏବଂ ବ୍ୟାୟାମ କରିବା ପାଇଁ ଆସୁଥିଲେ। ବହୁବର୍ଷ ଧରି ପାର୍କ ଭିତରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ହେଲେ ଏବେ ଅବହେଳିତ ହୋଇ ପଡିଛି। ଏହାପ୍ରତି ଏସଡିଏ ଧ୍ୟାନ ଦେବା ଦରକାର ।
-ପଙ୍କଜିନୀ ମେହେର, ପଶ୍ଚିମାଞ୍ଚଳ ଏକତା ମଞ୍ଚ, ବଡବଜାର
ପାର୍କକୁ ଅନେକ ଲୋକ ଏବଂ ଦର୍ଶକ ଆସୁଛନ୍ତି। ହେଲେ ପାର୍କରେ ଷ୍ଟ୍ରିଟ ଲାଇଟ ଜଳୁନାହିଁ। ଦେଖାଶୁଣା ଅଭାବରୁ ଗଛପତ୍ର ଏଣେତେଣେ ହୋଇ ରହିଛି। ଅନ୍ଧାର ରହିବା ଯୋଗୁ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ସମ୍ବଲପୁର ଉନ୍ନୟନ ପ୍ରାଧୀକରଣ ଶୀଘ୍ର ପାର୍କର ସମସ୍ୟା ଗୁଡିକର ସମାଧାନ କରୁ।
– ସୂର୍ଯ୍ୟ ପାଣିଗ୍ରାହୀ, ସମ୍ବଲପୁର ବାସିନ୍ଦା
ମୁଁ ଏସ୍‌ଡିଏ ଅଧ୍ୟକ୍ଷ ଥିବା ସମୟରେ ଗୌରୀଶଙ୍କର ପାର୍କ ନିର୍ମାଣ କରାଯାଇଥିଲା। ଏହା ଭିତରେ ସ୍ବାଧୀନତା ସଂଗ୍ରାମୀ ହଲ ମଧ୍ୟ ନିର୍ମାଣ କରାଯାଇଛି। ଯେଉଁଠି ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ତଥ୍ୟ ପ୍ରଦର୍ଶନ କରାଯିବାର ଯୋଜନା ରହିଥିଲା। ଏବେ ସେଠାରେ ଲଲିତକଳା ଏକାଡେମୀ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏସ୍‌ଡିଏ ନିଜେ ଏହାର ଦେଖାଶୁଣା କରୁଛି। ତେବେ କର୍ମଚାରୀ ଅଭାବରୁ ଏହାପ୍ରତି ଦୃଷ୍ଟି ଦେଇପାରୁ ନ ଥିବାରୁ ଏହାକୁ ମହାନଗର ନିଗମକୁ ହସ୍ତାନ୍ତର କରିଦେବା ଦରକାର ା ଯାହାଦ୍ୱାରା ନିୟମିତ ଭାବେ କିଛି କର୍ମଚାରୀ ରହିଲେ ପାର୍କର ଦାୟିତ୍ୱ ନେଇପାରିବେ ।
-ବିଜୟ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ, ସମ୍ବଲପୁର ଉନ୍ନୟନ ପ୍ରାଧୀକରଣ।
କରୋନା ସମୟରେ ଅନେକ ମାସ ପାର୍କ ବନ୍ଦ ରହିବା ଦ୍ୱାରା ଭିତରେ ଥିବା କିଛି ସରଞ୍ଜାମ କାମ କରୁ ନ ଥିବା ଅଭିଯୋଗ ହୋଇଛି। ଆମେ ଏହାର ପରିଚାଳନା ଏବଂ ମରାମତି ପାଇଁ ଭେଣ୍ଡରମାନଙ୍କ ଠାରୁ ପ୍ରସ୍ତାବ ଆଗତ କରିଛୁ। ଖୁବଶୀଘ୍ର ଏହାର ପୁନରୁଦ୍ଧାର କାମ କରାଯିବ। ପାର୍କରେ ରହିଥିବା ସମସ୍ୟା ଗୁଡିକର ସମାଧାନ କରାଯିବ।
– ବେଦଭୂଷଣ, ଉପାଧ୍ୟକ୍ଷ, ସମ୍ବଲପୁର ଉନ୍ନୟନ ପ୍ରାଧିକରଣ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?