ସମ୍ବଲପୁର

୭ ଦିନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁର୍ଲାରେ ଭିସୁଟ୍‌ ଅଧ୍ୟାପକ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ବୁର୍ଲାରେ ଭୟର ବାତାବରଣ ଖେଳି ଯାଇଛି। ତେଣୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଏକ ସପ୍ତାହ...

ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲା

ସମ୍ବଲପୁର,୬।୭ (ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରବିବାର ରାତି ୯ଟା ସୁଦ୍ଧା ୫୯୯.୯୩ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୭,୬୯୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଡାହାଣ ପାର୍ଶ୍ୱରେ ଗୋଟିଏ ସ୍ଲୁଇସ୍‌ ଗେଟ୍‌, ବିଭିନ୍ନ କେନାଲ ଓ...

ଯୁବତୀଙ୍କ ପାଇଁ କ୍ୱାରାଣ୍ଟାଇନରେ ପୂରା ପରିବାର

ସମ୍ବଲପୁର,୫।୭(ବ୍ୟୁରୋ)-ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ଏଲ୍‌ଆଇସି କଲୋନୀର ଜଣେ ଯୁବତୀଙ୍କ ପାଇଁ ତାଙ୍କ ପୂରା ପରିବାରକୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଛି। ସମ୍ପୃକ୍ତ ଯୁବତୀ ଜଣକ କରୋନା କଟକଣା ପାଳନ କରି ନ ଥିବା ଅଭିଯୋଗ ହୋଇଛି। ଏ...

ଭିସୁଟ୍‌ର ୭୦ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଗଲା

ସମ୍ବଲପୁର,୨।୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଜଣେ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମଙ୍ଗଳବାର ତାଙ୍କୁ ତାଳଚେର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ କଟକର ଏକ ଘରୋଇ ନର୍ସିଂହୋମକୁ...

ହୀରାକୁଦ ଡ୍ୟାମର ୧୫ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର,୨୮ା୬(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ୧୫ଟି ଗେଟ୍‌ ଦେଇ ରବିବାର ଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱର ୧୦ ଓ ଡାହାଣପାର୍ଶ୍ୱର ୫ ସ୍ଲୁାଇସ୍‌ ଗେଟ୍‌ ମୋଟ ୧୫ ଗେଟ୍‌ ଖୋଲାଯାଇଛି। ଜଳସ୍ତର ୬୧୨.୨୭ ଘନ ଫୁଟ ରହିଛି ।...

ଭିସୁଟ ଛାତ୍ର ନିର୍ମାଣ କଲେ ବିଶୋଧନ ଯନ୍ତ୍ର

ସମ୍ବଲପୁର,୨୮।୬(ବ୍ୟୁରୋ) ସମ୍ବଲପୁର ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଭିସୁଟ ରୋବୋଟିକ୍ସ ସୋସାଇଟିର ଛାତ୍ରୀଛାତ୍ରମାନେ କଣ୍ଟାକ୍ଟଲେସ୍‌ ୟୁଭି ଡିସଇନଫେକ୍ଟାଣ୍ଟ (ୟୁଭିଆରଏଏସ୍‌)ନିର୍ମାଣ କରିଛନ୍ତି। ଏହି ଯନ୍ତ୍ରରୁ ବାହାରୁଥିବା ୟୁଭି ରଶ୍ମି ବିଶୋଧନ କରିବାରେ ସାହାଯ୍ୟ କରେ ଓ ମଣିଷ ଶରୀର ପାଇଁ...

ଆଜି ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ

ସମ୍ବଲପୁର,୨୫ା୬(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ଛଡ଼ାଯିବ। ପୂର୍ବାହ୍ନ ୧୦ଟା ପରେ ଯେକୌଣସି ସମୟରେ ଫାଟକ ଖୋଲାଯାଇ ପାରେ ବୋଲି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ସମ୍ବଲପୁର ଜିଲା ସମେତ ମହାନଦୀ ତଟରେ ବସବାସ...

ଛତିଶଗଡ଼ ଖୋଲିଲା ୪ ବ୍ୟାରେଜ: ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି

ସମ୍ବଲପୁର,୨୦।୬(ବ୍ୟୁରୋ)-ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରେ କିଛିଦିନ ହେବ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମ୍‌ ଉପରମୁଣ୍ଡରେ ଦୁଇଦିନ ଭିତରେ ୨୪.୯୮ ଓ ୮.୩୪ ମିମି ବର୍ଷା ରେକର୍ଡ କରାଯାଇଛି । ଏହାସହ ଜୁନ ୧୬ରୁ ଛତିଶଗଡ଼ର ୪ଟି ବ୍ୟାରେଜ...

ଦନ୍ତା ଆକ୍ରମଣରେ ଯୁବକଙ୍କ ଜୀବନଗଲା

ସମ୍ବଲପୁର, ୧୯।୬ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ତଥା ଯୁଯୁମୁରା ଥାନା ନୂଆବରଗାଁମାଲ ନିକଟରେ ହାତୀ ଆକ୍ରମଣରେ ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଉକ୍ତ ଗ୍ରାମର ଅଷାଢ଼ୁ ଷଣ୍ଢ(୪୫)। ସୂଚନଯୋଗ୍ୟ, ଅଷାଢ଼ୁ ଜଣେ...

ଶାବକ ମୃତ୍ୟୁର ପ୍ରତିଶୋଧ ନେଲା ମା’ ଭାଲୁ

  ରେଢାଖୋଲ,୧୬।୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ ଅନ୍ତର୍ଗତ ବଣିଆବନ୍ଧ ଗାଁରେ ୨ଦିନରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଗଲାଣି। ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରବିବାର ରଜ ପାଇଁ ଏହି ଗ୍ରାମର...

ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ୍‌ ଖୁଣ୍ଟ

ସମ୍ବଲପୁର, ୧୫।୬ (ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଦଲେଇପଡା ପୋଲିସ କ୍ଲବ ଗଳିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଖୁଣ୍ଟର ତଳ ଅଂଶ ୮୦ ପ୍ରତିଶତ କଳଙ୍କି ଲାଗି ନଷ୍ଟ ହୋଇଯାଇଛି। କୌଣସି ସମୟରେ ଏହା...

ଘର ଭାଙ୍ଗିଲା ଦନ୍ତା

ପଡ଼ିଆବାହାଲ,୧୫ା୬(ଡି.ଏନ୍‌.ଏ.): ସୋମବାର ଭୋର୍‌ରୁ ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ଡୁମୁରିପଡ଼ାଠାରେ ଏକ ଦନ୍ତାହାତୀ ଘର ଭାଙ୍ଗିବାରୁ ଘରେ ଶୋଇଥିବା ଗଙ୍ଗାଧର ମେହେରଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ଫଳରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri