Posted inଖେଳ

ପ୍ରଶଂସକଙ୍କୁ ବଡ଼ ଝଟ୍‌କା: IPLରୁ ଅବସର ଘୋଷଣା କଲେ ଧୋନୀ, ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ ଦଳର ମେଣ୍ଟର ହୋଇଥିବା ନେଇ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକୃତରେ ଆଜି (ମଙ୍ଗଳବାର) IPLର ସମସ୍ତ ଦଳ ନିଜ ନିଜର ରିଲିଜ ଓ ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିବାର ଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ରିଟେନ୍ସନ ତାଲିକା ଜାରି କରିବା ପୂର୍ବରୁ ଏମଏସ ଧୋନୀଙ୍କ ଅବସର ଏବଂ ଦଳର ମେଣ୍ଟର ହେବା ନେଇ ଘୋଷଣା କରି ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଦେଇଛି।

ଧୋନୀ IPL ୨୦୨୬ରେ ଗୋଟିଏ ବି ମ୍ୟାଚ ଖେଳିନଥିଲେ। ତଥାପି ସେ ଦଳ ସହ ଷ୍ଟାଡିୟମକୁ ଆସୁଥିଲେ। ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ହଜାର ହଜାର ପ୍ରଶଂସକ ଷ୍ଟାଡିୟମରେ ପହଞ୍ଚୁଥିଲେ।
ଏବେ କୌଣସି ଫେୟାରୱେଲ ମ୍ୟାଚ ନଖେଳି ହିଁ ସେ IPLରୁ ଅବସର ନେଇଛନ୍ତି। କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ସାଥ୍‌ ଛାଡ଼ିନାହାନ୍ତି ଧୋନୀ। IPL ୨୦୨୭ରେ ସେ ଦଳର ମେଣ୍ଟର ଭୂମିକାରେ ନଜର ଆସିବେ।

ଧୋନୀଙ୍କ IPL କ୍ୟାରିୟର ବେଶ ଚମତ୍କାର ରହିଛି। ଏହି କିମ୍ବଦନ୍ତୀ ଖେଳାଳି ୨୭୮ଟି ମ୍ୟାଚରେ ୩୮.୩୦ ହାରରେ ମୋଟ ୫୪୩୯ ରନ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟରୁ ୨୪ଟି ଅର୍ଦ୍ଧଶତକ ଆସିଥିବା ବେଳେ ୨୬୪ଟି ଛକା ମଧ୍ୟ ମାରିଛନ୍ତି। ଏହାସହ ଧୋନୀ ୧୫୮ଟି କ୍ୟାଚ ମଧ୍ୟ ଧରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୭ ପୂର୍ବରୁ ଆଉ ଏକ ବଡ଼ ଟ୍ରେଡ୍‌! SRH ଛାଡ଼ିଲେ ୨ ଥରର ପର୍ପଲ କ୍ୟାପ ବିଜେତା

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବାର ଠିକ ପୂର୍ବରୁ ହର୍ଷଲ ପଟେଲ ଗୁଜରାଟ ଟାଇଟନ୍ସ ଦଳକୁ ଚାଲିଯାଇଛନ୍ତି। ଦୁଇ ଥର ପର୍ପଲ କ୍ୟାପ ବିଜେତା…

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ଭୁବନେଶ୍ୱର, ୧୭।୧୧: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ସମୁଦାୟ ମହଙ୍ଗା ଭତ୍ତା…

ଦେଶ ପାଇଁ ୧୪ କୋଟି ଟଙ୍କା ତ୍ୟାଗ କରିଦେଲେ ଟ୍ରାଭିସ ହେଡ୍‌! IPL ୨୦୨୭ରୁ ଓହରିଯାଇ ସମସ୍ତଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ ପାଇଁ ରିଟେନ ଓ ରିଲିଜ ହୋଇଥିବା ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିବା ପୂର୍ବରୁ ଟ୍ରାଭିସ ହେଡ୍‌କୁ ନେଇ ଏକ ବଡ଼ ଖବର ଆସିଛି।…

ରିଟେନ୍ସନ ପୂର୍ବରୁ SRH ଫ୍ୟାନ୍‌ଙ୍କୁ ବଡ଼ ଝଟକା! IPL ୨୦୨୭ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଓପନର୍‌, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର୍‌ ଟ୍ରାଭିସ ହେଡ୍‌ IPL ୨୦୨୭ରେ ଖେଳିବେ ନାହିଁ। ଏହାର ଅର୍ଥ ଆଗାମୀ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ (SRH) ପକ୍ଷରୁ ଅଭିଷେକ ଶର୍ମା…

୫୮ ବର୍ଷ, ୨୫ ଟେଷ୍ଟ, ମାତ୍ର ୫ଟି ବିଜୟ, ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ଦଳର ରେକର୍ଡ ଅତ୍ୟନ୍ତ ନୈରାଶ୍ୟଜନକ

ନୂଆଦିଲ୍ଲୀ,୧୭।୧୧: T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ, ଭାରତୀୟ ଦଳ ODI ସିରିଜରେ ମଧ୍ୟ ନିଜର ଦମଦାର ଫର୍ମ ବଜାୟ ରଖି ୩-୧ରେ ସିରିଜ ଜିତିନେଇଛି। ତେବେ,…

IPL ୨୦୨୭ରେ ମହମ୍ମଦ ସାମିଙ୍କୁ ମିଳିପାରେ ନୂଆ ଟିମ; ଏହି ଫ୍ରାଞ୍ଚାଇଜ ସହ ଚାଲିଛି ଆଲୋଚନା

ନୂଆଦିଲ୍ଲୀ,୧୭।୧୧: ମହମ୍ମଦ ସାମି, ଯିଏ ନିକଟରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଛନ୍ତି, ସେ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଆଇପିଏଲ (IPL) ରେ…

ବୈଭବ-ଅଭିଷେକଙ୍କ ବ୍ୟାଟରେ ହେବ ଛକା-ଚୌକା ବର୍ଷା! ତିଳକ ବର୍ମା ଅଧିନାୟକ, ଏସିଆ କପ ପାଇଁ କାତାରରେ ପହଞ୍ଚିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୧୧: ରାଇଜିଂ ଷ୍ଟାର୍ସ ଏସିଆ କପ ୨୦୨୬ ପାଇଁ ଟିମ ଇଣ୍ଡିଆ କାତାରରେ ପହଞ୍ଚିଛି। ତିଲକ ବର୍ମାଙ୍କ ଅଧିନାୟକତ୍ୱରେ ଖେଳିବାକୁ ଥିବା ଏହି ଦଳରେ ବୈଭବ ସୂର୍ଯ୍ୟବଂଶୀ…

ମାହିଙ୍କ ଶେଷ IPL ହେବ କି ୨୦୨୭! CSKର ରିଟେନ୍ସନ ଲିଷ୍ଟରେ ଆଜି ହେବ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୭ ପୂର୍ବରୁ ମିନି ଅକ୍ସନ ଆୟୋଜନ ହେବାକୁ ଯାଉଛି। ଡିସେମ୍ବର ମଧ୍ୟଭାଗରେ ଅକ୍ସନ ଜରିଆରେ ସମସ୍ତ ଦଳ ନିଜ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?