ପ୍ରଶାସନର ଉଦାସୀନତା: ଶହୀଦଙ୍କ ମୂକସାକ୍ଷୀ କୁଦୋପାଲି ଅବହେଳିତ

ସମ୍ବଲପୁର,୯ା୧୧(ଭବାନୀ ଶଙ୍କର ଭୋଇ): ମହାନ୍‌ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ଉଲଗୁଲାନର ମୂକସାକ୍ଷୀ ହେଉଛି ସମ୍ବଲପୁରର କୁଦୋପାଲି ଘାଟି। ଇଂରେଜମାନଙ୍କ ଗୁଳିରେ ଗୋଟିଏ ଦିନରେ ପ୍ରାଣ ହରାଇଥିବା ୫୩ ଜଣ ସଂଗ୍ରାମୀଙ୍କ ସହ ଇଂରେଜ ହାତରେ ଧରାପଡ଼ି ଫାଶୀଖୁଣ୍ଟରେ ଝୁଲିଥିବା ଅନ୍ୟ ୪ଜଣ ଶହୀଦଙ୍କ ସ୍ମାରକୀ ବହନ କରୁଥିବା ଏହି ଘାଟି ଏବେ ଅବହେଳିତ ହୋଇରହିଛି। ୧୯୫୭ ସ୍ବାଧୀନତା ସଂଗ୍ରାମର କଥା ଉଠିଲେ ବୀର ସୁରେନ୍ଦ୍ର ସାଏଙ୍କ ଉଲଗୁଲାନ ଓ କୁଦୋପାଲି ଘାଟିରେ ଇଂରେଜମାନଙ୍କ ଆକ୍ରମଣ ପ୍ରସଙ୍ଗ ସ୍ବତଃ ମନକୁ ଆସିଥାଏ। ହେଲେ କୁଦୋପାଲିକୁ ଗଲେ ସେହି ଘଟଣାକୁ ମନେପକାଇବା ଭଳି କୌଣସି ଚିହ୍ନ ଦେଖିବାକୁ ମିଳେ ନାହିଁ।

ସମ୍ବଲପୁର ମହାନଗର ନିଗମର ଓ୍ବାର୍ଡ ନମ୍ବର ୩୯ରେ ରହିଛି ସଂଗ୍ରାମୀଙ୍କ ପୀଠ କୁଦୋପାଲି। ମୁଖ୍ୟ ସହରଠାରୁ ମାତ୍ର ୮କି.ମି. ଦୂରରେ ଏହା ଅବସ୍ଥିତ। ଗବେଷକ ଦାଶରଥି ସାହୁଙ୍କ କହିବା ଅନୁସାରେ, ସମ୍ବଲପୁର-ରାଞ୍ଚତ୍ ରୋଡ୍‌ର ସିନ୍ଦୂରପଙ୍କ ନିକଟରେ ଥିବା କୁଦୋପାଲି ଘାଟିର ସୁରକ୍ଷା ଦାୟିତ୍ୱରେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ପଞ୍ଚମ ଭାଇ ଛବିଳ ସାଏ। ଇଂରେଜମାନେ ବାହାରୁ ସୈନ୍ୟ ଆଣି ନ ପାରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଯୁଯୁମୁରା ନିକଟରେ ଇଂରେଜ ଡାକ୍ତର ଜୁଜୋସ୍‌ ମୁର୍‌ଙ୍କୁ ସୁରେନ୍ଦ୍ର ସାଏଙ୍କ ସହଯୋଗୀ ମଧୁ ଗଡତିଆ ହତ୍ୟା କରିବା ପରେ ଇଂରେଜମାନେ ଭୟଭୀତ ହୋଇପଡିଥିଲେ। କ୍ୟାପ୍‌ଟେନ ଇ.ଜି. ଉଡ୍‌ କୁଦୋପାଲି ଘାଟିରେ ବୀର ସୁରେନ୍ଦ୍ର ସାଏ ଲୁଚି ରହିଥିବା ଖବର ପାଇ ୧୮୫୭ ଡିସେମ୍ବର ୩୦ ଭୋର ସମୟରେ ୨୭୫ ଜଣ ସୈନ୍ୟଙ୍କୁ ନେଇ ଅତର୍କିତ ଆକ୍ରମଣ କରିଥିଲେ। କୁଦୋପାଲି ଘାଟିରେ ଇଂରେଜ ସୈନ୍ୟ ରଣନୀତିରେ ପଛଘୁଞ୍ଚା ଦେଇଥିଲେ। ସୁରେନ୍ଦ୍ର ସାଏଙ୍କ ସହଯୋଗୀ ସଂଗ୍ରାମୀମାନେ ପାହାଡ଼ ତଳକୁ ଆସିବା ପରେ ପୁଣି ପାଲଟା ଆକ୍ରମଣ ପରେ ସୁରେନ୍ଦ୍ର ସେନା ବନ୍ଧୁକ ଗୁଳିର ସାମ୍‌ନା କରିପାରି ନ ଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ଜୀବନ ରକ୍ଷା ପାଇଁ କୁଦୋପାଲି ଗାଁ ଦେଇ ଘୋଡ଼ାରେ ଯାଉଥିବା ସମୟରେ ପଛପଟୁ ଗୁଳି ବାଜିବାରୁ ଗାଁଦାଣ୍ଡରେ ତାଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣାରେ ଅନ୍ୟ ୫୩ ଜଣ ସଂଗ୍ରାମୀଙ୍କ ମଧ୍ୟ ପ୍ରାଣହାନି ଘଟିଥିଲା। ଇଂରେଜ ହାତରେ ଧରାପଡ଼ିଥିବା ଅନ୍ୟ ୧୨ଜଣ ସଂଗ୍ରାମୀଙ୍କ ମଧ୍ୟରୁ ୪ଜଣଙ୍କୁ ଫାଶୀଦଣ୍ଡ ମିଳିଥିଲା। ଘଟଣାରେ ମୋଟ ୫୭ଜଣ ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗୀ ଶହୀଦ ହୋଇଥିଲେ। ଏହାସହ ଜଣେ ଇଂରେଜ ସୈନ୍ୟ ବିଦ୍ରୋହ କରିଥିବା ଅପରାଧରେ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ଘଟଣାରେ ମୋଟ ୫୮ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ। ହେଲେ ଶହୀଦ ସଂଗ୍ରାମୀମାନଙ୍କ ସ୍ମୃତିରକ୍ଷା ପାଇଁ କୁଦୋପାଲିରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ୨୦୧୪ରୁ ସାମାଜିକ ସଙ୍ଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆହ୍ବାନକ୍ରମେ କୁଦୋପାଲି ଘାଟିରେ ନିରାଡମ୍ବର କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି। ଏହାପୂର୍ବରୁ ବୀର ସୁରେନ୍ଦ୍ର ସାଏ ସ୍ମୃତି କମିଟି ଆହ୍ବାନରେ କିଛିବର୍ଷ ବୀର ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ସେ ସମୟରେ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସମେତ ବହୁ ମନ୍ତ୍ରୀ ସାମିଲ ହେଉଥିଲେ। ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନ ଥିବାରୁ ଏହି ଏତିହାସିକ ପୀଠ ଅବହେଳିତ ହୋଇପଡିଛି। ପ୍ରଶାସନର ଉଦାସୀନତା କାରଣରୁ କୁଦୋପାଲିରେ ସ୍ମୃତିରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରୁନାହିଁ ବୋଲି ସ୍ଥାନୀୟ ଅଧିବାସୀ ରାମସାଗର ସାହୁ କ୍ଷୋଭ ପ୍ରକାଶ କରନ୍ତି। ୧୯୮୭ରେ କୁଦୋପାଲି ଗାଁରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଅଭାବରୁ ବନ୍ଦ ହୋଇଯାଇଛି। ସେହି ସ୍କୁଲରେ ଗାଁର ଇତିହାସକୁ ସଂରକ୍ଷିତ ରଖିବା ପାଇଁ ଏକ ସଂଗ୍ରହାଳୟ ସ୍ଥାପନ ଲାଗି ସ୍ଥାନୀୟ ଯୁବକ ସଂଘର କର୍ମକର୍ତ୍ତା ପ୍ରଫୁଲ୍ଲ ଭୋଇ କହିଛନ୍ତି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ କୁମାର ପ୍ରଧାନ କହନ୍ତି, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାକୁ ଛାଡ଼ି ତାଙ୍କ ସଂଗ୍ରାମ ସହ ଜଡ଼ିତ ଜିଲାର ଅନ୍ୟ କୌଣସି ସ୍ଥାନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇନାହିଁ। ତେଣୁ ପର୍ଯ୍ୟଟନ ବିଭାଗ କୁଦୋପାଲି ଘାଟିର ବିକାଶ ପାଇଁ କୌଣସି ଯୋଜନା କରିନାହିଁ। ଆଗକୁ ପ୍ରସ୍ତାବ ଆସିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?