ପ୍ରଶାସନର ଉଦାସୀନତା: ଶହୀଦଙ୍କ ମୂକସାକ୍ଷୀ କୁଦୋପାଲି ଅବହେଳିତ

ସମ୍ବଲପୁର,୯ା୧୧(ଭବାନୀ ଶଙ୍କର ଭୋଇ): ମହାନ୍‌ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ଉଲଗୁଲାନର ମୂକସାକ୍ଷୀ ହେଉଛି ସମ୍ବଲପୁରର କୁଦୋପାଲି ଘାଟି। ଇଂରେଜମାନଙ୍କ ଗୁଳିରେ ଗୋଟିଏ ଦିନରେ ପ୍ରାଣ ହରାଇଥିବା ୫୩ ଜଣ ସଂଗ୍ରାମୀଙ୍କ ସହ ଇଂରେଜ ହାତରେ ଧରାପଡ଼ି ଫାଶୀଖୁଣ୍ଟରେ ଝୁଲିଥିବା ଅନ୍ୟ ୪ଜଣ ଶହୀଦଙ୍କ ସ୍ମାରକୀ ବହନ କରୁଥିବା ଏହି ଘାଟି ଏବେ ଅବହେଳିତ ହୋଇରହିଛି। ୧୯୫୭ ସ୍ବାଧୀନତା ସଂଗ୍ରାମର କଥା ଉଠିଲେ ବୀର ସୁରେନ୍ଦ୍ର ସାଏଙ୍କ ଉଲଗୁଲାନ ଓ କୁଦୋପାଲି ଘାଟିରେ ଇଂରେଜମାନଙ୍କ ଆକ୍ରମଣ ପ୍ରସଙ୍ଗ ସ୍ବତଃ ମନକୁ ଆସିଥାଏ। ହେଲେ କୁଦୋପାଲିକୁ ଗଲେ ସେହି ଘଟଣାକୁ ମନେପକାଇବା ଭଳି କୌଣସି ଚିହ୍ନ ଦେଖିବାକୁ ମିଳେ ନାହିଁ।

ସମ୍ବଲପୁର ମହାନଗର ନିଗମର ଓ୍ବାର୍ଡ ନମ୍ବର ୩୯ରେ ରହିଛି ସଂଗ୍ରାମୀଙ୍କ ପୀଠ କୁଦୋପାଲି। ମୁଖ୍ୟ ସହରଠାରୁ ମାତ୍ର ୮କି.ମି. ଦୂରରେ ଏହା ଅବସ୍ଥିତ। ଗବେଷକ ଦାଶରଥି ସାହୁଙ୍କ କହିବା ଅନୁସାରେ, ସମ୍ବଲପୁର-ରାଞ୍ଚତ୍ ରୋଡ୍‌ର ସିନ୍ଦୂରପଙ୍କ ନିକଟରେ ଥିବା କୁଦୋପାଲି ଘାଟିର ସୁରକ୍ଷା ଦାୟିତ୍ୱରେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ପଞ୍ଚମ ଭାଇ ଛବିଳ ସାଏ। ଇଂରେଜମାନେ ବାହାରୁ ସୈନ୍ୟ ଆଣି ନ ପାରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଯୁଯୁମୁରା ନିକଟରେ ଇଂରେଜ ଡାକ୍ତର ଜୁଜୋସ୍‌ ମୁର୍‌ଙ୍କୁ ସୁରେନ୍ଦ୍ର ସାଏଙ୍କ ସହଯୋଗୀ ମଧୁ ଗଡତିଆ ହତ୍ୟା କରିବା ପରେ ଇଂରେଜମାନେ ଭୟଭୀତ ହୋଇପଡିଥିଲେ। କ୍ୟାପ୍‌ଟେନ ଇ.ଜି. ଉଡ୍‌ କୁଦୋପାଲି ଘାଟିରେ ବୀର ସୁରେନ୍ଦ୍ର ସାଏ ଲୁଚି ରହିଥିବା ଖବର ପାଇ ୧୮୫୭ ଡିସେମ୍ବର ୩୦ ଭୋର ସମୟରେ ୨୭୫ ଜଣ ସୈନ୍ୟଙ୍କୁ ନେଇ ଅତର୍କିତ ଆକ୍ରମଣ କରିଥିଲେ। କୁଦୋପାଲି ଘାଟିରେ ଇଂରେଜ ସୈନ୍ୟ ରଣନୀତିରେ ପଛଘୁଞ୍ଚା ଦେଇଥିଲେ। ସୁରେନ୍ଦ୍ର ସାଏଙ୍କ ସହଯୋଗୀ ସଂଗ୍ରାମୀମାନେ ପାହାଡ଼ ତଳକୁ ଆସିବା ପରେ ପୁଣି ପାଲଟା ଆକ୍ରମଣ ପରେ ସୁରେନ୍ଦ୍ର ସେନା ବନ୍ଧୁକ ଗୁଳିର ସାମ୍‌ନା କରିପାରି ନ ଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ଜୀବନ ରକ୍ଷା ପାଇଁ କୁଦୋପାଲି ଗାଁ ଦେଇ ଘୋଡ଼ାରେ ଯାଉଥିବା ସମୟରେ ପଛପଟୁ ଗୁଳି ବାଜିବାରୁ ଗାଁଦାଣ୍ଡରେ ତାଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣାରେ ଅନ୍ୟ ୫୩ ଜଣ ସଂଗ୍ରାମୀଙ୍କ ମଧ୍ୟ ପ୍ରାଣହାନି ଘଟିଥିଲା। ଇଂରେଜ ହାତରେ ଧରାପଡ଼ିଥିବା ଅନ୍ୟ ୧୨ଜଣ ସଂଗ୍ରାମୀଙ୍କ ମଧ୍ୟରୁ ୪ଜଣଙ୍କୁ ଫାଶୀଦଣ୍ଡ ମିଳିଥିଲା। ଘଟଣାରେ ମୋଟ ୫୭ଜଣ ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗୀ ଶହୀଦ ହୋଇଥିଲେ। ଏହାସହ ଜଣେ ଇଂରେଜ ସୈନ୍ୟ ବିଦ୍ରୋହ କରିଥିବା ଅପରାଧରେ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ଘଟଣାରେ ମୋଟ ୫୮ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ। ହେଲେ ଶହୀଦ ସଂଗ୍ରାମୀମାନଙ୍କ ସ୍ମୃତିରକ୍ଷା ପାଇଁ କୁଦୋପାଲିରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ୨୦୧୪ରୁ ସାମାଜିକ ସଙ୍ଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆହ୍ବାନକ୍ରମେ କୁଦୋପାଲି ଘାଟିରେ ନିରାଡମ୍ବର କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି। ଏହାପୂର୍ବରୁ ବୀର ସୁରେନ୍ଦ୍ର ସାଏ ସ୍ମୃତି କମିଟି ଆହ୍ବାନରେ କିଛିବର୍ଷ ବୀର ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ସେ ସମୟରେ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସମେତ ବହୁ ମନ୍ତ୍ରୀ ସାମିଲ ହେଉଥିଲେ। ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନ ଥିବାରୁ ଏହି ଏତିହାସିକ ପୀଠ ଅବହେଳିତ ହୋଇପଡିଛି। ପ୍ରଶାସନର ଉଦାସୀନତା କାରଣରୁ କୁଦୋପାଲିରେ ସ୍ମୃତିରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରୁନାହିଁ ବୋଲି ସ୍ଥାନୀୟ ଅଧିବାସୀ ରାମସାଗର ସାହୁ କ୍ଷୋଭ ପ୍ରକାଶ କରନ୍ତି। ୧୯୮୭ରେ କୁଦୋପାଲି ଗାଁରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଅଭାବରୁ ବନ୍ଦ ହୋଇଯାଇଛି। ସେହି ସ୍କୁଲରେ ଗାଁର ଇତିହାସକୁ ସଂରକ୍ଷିତ ରଖିବା ପାଇଁ ଏକ ସଂଗ୍ରହାଳୟ ସ୍ଥାପନ ଲାଗି ସ୍ଥାନୀୟ ଯୁବକ ସଂଘର କର୍ମକର୍ତ୍ତା ପ୍ରଫୁଲ୍ଲ ଭୋଇ କହିଛନ୍ତି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ କୁମାର ପ୍ରଧାନ କହନ୍ତି, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାକୁ ଛାଡ଼ି ତାଙ୍କ ସଂଗ୍ରାମ ସହ ଜଡ଼ିତ ଜିଲାର ଅନ୍ୟ କୌଣସି ସ୍ଥାନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇନାହିଁ। ତେଣୁ ପର୍ଯ୍ୟଟନ ବିଭାଗ କୁଦୋପାଲି ଘାଟିର ବିକାଶ ପାଇଁ କୌଣସି ଯୋଜନା କରିନାହିଁ। ଆଗକୁ ପ୍ରସ୍ତାବ ଆସିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri