ଫୁଟ୍‌ବଲରେ ନିଆଁ ଲଗାଇ ଖେଳିଲେ

ରେଢ଼ାଖୋଲ,୧୪ା୧୧ (ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ସହରରେ ଦୀପାବଳି ପାଳନର ଏକ ସ୍ବତନ୍ତ୍ରତା ରହିଛି। ଦୀପାବଳି ଅବସରରେ ରେଢ଼ାଖୋଲ ଯଦୁମଣି ପାଟଣା ଲକ୍ଷ୍ମୀପୂଜା କମିଟି ସଭ୍ୟମାନେ ରବିବାର ସନ୍ଧ୍ୟାରେ ଫୁଟ୍‌ବଲରେ ନିଆଁ ଲଗାଇ ଖେଳିଥିଲେ। ସ୍ଥାନୀୟ ମିନି ଷ୍ଟାଡିୟମରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା। ଅଖାରେ ପ୍ରସ୍ତୁତ ଏହି ଫୁଟ୍‌ବଲକୁ ସ୍ବତନ୍ତ୍ର ଭାବେ ୩ ଦିନ ପୂର୍ବରୁ ପ୍ରସ୍ତୁତ କରାଯାଇ କିରୋସିନରେ ଭିଜାଇ ରଖାଯାଏ। ଦୀପାବଳି ସନ୍ଧ୍ୟାରେ ପ୍ରଥମେ ପୂଜାର୍ଚ୍ଚନା ପରେ ବଲରେ ନିଆଁ ଲଗାଯାଏ ଓ କମିଟି ସଭ୍ୟମାନେ ଏଥିରେ ଅଧଘଣ୍ଟା ଧରି ଖେଳିଥାନ୍ତି। ଖେଳ ପାଇଁ ୨ଟି ବଲ୍‌ ପ୍ରସ୍ତୁତ କରାଯାଇଥାଏ। ତେବେ ନିଆଁ ଜଳୁଥିବା ବଲ୍‌ ଖେଳିବାକୁ ଛୋଟ ଛୁଆମାନଙ୍କୁ ବାରଣ କରାଯାଇଛି। ସମସ୍ତେ ହାପ୍‌ ପ୍ୟାଣ୍ଟ ଓ ଜୋତା ପିନ୍ଧି ପଡ଼ିଆକୁ ଓହ୍ଲାଇଥାନ୍ତି। ନିଆଁ ଲାଗିଥିବା ବଲ୍‌ ଯେପରି ଆଣ୍ଠୁ ଉପରକୁ ନ ଉଠେ ସେଥିପାଇଁ ସତର୍କ ରହିବାକୁ ସମସ୍ତଙ୍କୁ କୁହାଯାଇଥାଏ। ଖେଳିବା ସମୟରେ ସୁରକ୍ଷା ଦୃଷ୍ଟିରୁ ପାଣିଟ୍ୟାଙ୍କର ଓ ବାଲିବସ୍ତା ପ୍ରସ୍ତୁତକରି ରଖାଯାଏ। ତେବେ ଖେଳ ସରିବାପରେ ସମସ୍ତ ସଭ୍ୟ ଅଗ୍ନିଦେବତାଙ୍କୁ କ୍ଷମା ପ୍ରାର୍ଥନା ମାଗିଥାନ୍ତି। ୪୦ବର୍ଷ ହେବ ଏଭଳି ଏକ ନିଆରା ପରମ୍ପରା ଏଠାରେ ଅନୁଷ୍ଠିତ ହୋଇଆସୁଛି। ଆଇନଜୀବୀ ସ୍ବର୍ଗତ ପ୍ରଦୀପ ସାମନ୍ତ ପ୍ରଥମେ ଏଭଳି ଏକ ନିଆରା ଖେଳ ଖେଳିବା ଆରମ୍ଭ କରିଥିଲେ। ପରେ ଏହାକୁ ଅନୁକରଣକରି ଯଦୁମଣି ପାଟଣା ଲକ୍ଷ୍ମୀପୂଜା କମିଟି ସଭ୍ୟମାନେ ପ୍ରତିବର୍ଷ ଦୀପାବଳି ଦିନ ଏହି ଖେଳ ଖେଳିଆସୁଛନ୍ତି। କମିଟି ସଭାପତି ସୁଶାନ୍ତ ସାମନ୍ତ, ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ପ୍ରଶାନ୍ତ ରାଉତ, ମନୋଜ ରାଏଙ୍କ ସମେତ ଅନ୍ୟ ସଭ୍ୟମାନେ ଏହି ନିଆରା ପରମ୍ପରାରେ ସାମିଲ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri