ଆମ ଜିଲା ଖବର

ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବେଶ: ବିପଦ ସଂକେତ ଉପରେ ପ୍ରବାହିତ, ବନ୍ୟା ଆଶଙ୍କା

ଯାଜପୁର ରୋଡ,୮।୯(ନି.ପ୍ର.)- ବୈତରଣୀ ନଦୀରେ ବନ୍ୟା ଜଳ ଦ୍ୱିତୀୟ ଥର ପାଇଁ ପ୍ରବେଶ କରିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ବର୍ତ୍ତମାନ ୧୭.୮୫ ମିଟରରେ ଜଳ ପ୍ରବାହିତ ହେଉଛି। ପୂର୍ବାହ୍ନ ୧୦ଟାବେଳେ ୧୭.୭ ମିଟର ଥିବାବେଳେ ମଧ୍ୟାନ୍ନରେ ୧୭.୪୭ ମି.,…

ତଦନ୍ତ ଆଳରେ କାଳିଆ ସହାୟତା ପ୍ରଦାନରେ ବିଳମ୍ବ: ଚୂଡାନ୍ତ ରିପୋର୍ଟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ

ରସୁଲପୁର,୮।୯(ଡି.ଏନ.ଏ.)- ସମୟ ଗଡି ଚାଲିଛି, ହେଲେ କାଳିଆ ଦ୍ୱନ୍ଦ୍ୱ ତୁଟୁନି। ତଦନ୍ତ ଆଳରେ ସରକାର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଟଙ୍କା ଦେବେରେ ବିଳମ୍ବ କରୁଛନ୍ତି। ସରକାର ଏହି ଯୋଜନାରୁ ଅଯୋଗ୍ୟଙ୍କୁ ବାଛି ବାଦ୍‌ ଦେବା ଆଳରେ ମାସାଧିକ କାଳ ବିତିଗଲାଣି। ତଦନ୍ତ…

ଏମ୍‌ଆରଙ୍କ କବ୍‌ଜାରୁ ମୁକୁଳିପାରୁନି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୮।୯-ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଏମ୍‌ଆର (ମେଡିସିନ ରିପ୍ରେଜେଣ୍ଟେଟିଭ)ଙ୍କ କବ୍‌ଜାରୁ ମୁକୁଳି ପାରୁନାହିଁ। ମେଡ଼ିକାଲ ପରିସରକୁ କୌଣସି ଏମ୍‌ଆର ଆସିପାରିବେ ନାହିଁ ବୋଲି ନୋଟିସ୍‌ ଲଗାଯାଇଛି। ହେଲେ କେହି ଏହି ନିର୍ଦ୍ଦେଶକୁ ଖାତିର କରୁ ନ ଥିବା ଦେଖିବାକୁ ମିଳୁଛି।…

ଲଗାଣ ବର୍ଷା: ବଢୁଛି ମହାନଦୀ ଜଳସ୍ତର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଗ୍ରାମବାସୀ

ଗଣିଆ,୮ା୯ (ଡି.ଏନ.ଏ.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳରେ ବର୍ଷା ଲାଗିରହିଥିବାରୁ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି।…

ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ: ଭୁଶୁଡିଲା ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ; ପ୍ରାର୍ଥନା କ୍ଲାସ ଯୋଗୁ ବର୍ତ୍ତିଲେ ଛାତ୍ରୀ

ରଣପୁର,୮ା୯(ସ୍ବ.ପ୍ର.): ଶନିବାର ଭୋର ସମୟରେ ପ୍ରାର୍ଥନା ହେଉଥିବାବେଳେ ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ନିର୍ମାଣାଧୀନ ଗୃହର ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ ଭୁଶୁଡି ପଡିଛି। ହେଲେ ଏଥିରେ କାହାରି କ୍ଷତି ହୋଇନାହିଁ। ପ୍ରାର୍ଥନା କ୍ଲାସ…

ଅଜବ ଟ୍ରାଫିକ୍‌ ନିୟମ: ବାବୁଙ୍କୁ କୋହଳ, ଲୋକଙ୍କୁ କଡ଼ା

ଢେଙ୍କାନାଳ ଅଫିସ, ୮।୯ – ସାରା ରାଜ୍ୟରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ହେଲେ ଢେଙ୍କାନାଳ ଜିଲାରେ…

ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିଆଡରେ ଦେଖାଇଲେ ପ୍ରତିଭା: ସାଇପ୍ରସନ୍ନଙ୍କୁ ‘ଇଣ୍ଟରନ୍ୟାଶନାଲ ନୃତ୍ୟଗୌରବ’ ସମ୍ମାନ

ଢେଙ୍କାନାଳ ଅଫିସ, ୮।୯ – କଟକ ଇନ୍‌ଡୋର ଷ୍ଟାଡିୟମସ୍ଥିତ ଶାରଳା ଭବନ ପ୍ରେକ୍ଷାଳୟରେ ଅଗଷ୍ଟ ୨୭ରେ ଆୟୋଜିତ ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିଆଡରେ ଢେଙ୍କାନାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥ ଶ୍ରେଣୀ ଛାତ୍ର ସାଇପ୍ରସନ୍ନ ବେହେରାଙ୍କୁ ‘ଇଣ୍ଟରନ୍ୟାଶନାଲ ନୃତ୍ୟଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଛି।…

ବ୍ରାହ୍ମଣୀରେ ଡଙ୍ଗାବୁଡ଼ି: ୪ ନିଖୋଜ, ୫ ଉଦ୍ଧାର

ପରଜଙ୍ଗ, ୮।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ ବ୍ରାହ୍ମଣୀ ନଦୀରେ ଶନିବାର ରାତି ପ୍ରାୟ ୮ଟାରେ ଡଙ୍ଗାବୁଡ଼ି ୪ଜଣ ନିଖୋଜ ହୋଇଯାଇଛନ୍ତି। ନାଉରିଆ, ତାଙ୍କ ପୁଅ ଏବଂ ଭୂଷଣରେ କାର୍ଯ୍ୟ କରୁଥିବା ଅନ୍ୟ ୩ଜଣଙ୍କୁ ମିଶାଇ…

ସୂଚନା ନ ଦେଇ ଖୋଲିଦେଲେ ଗେଟ୍‌: ଦଣ୍ଡାଧାର ପାଣିରେ ତଳି ଅଞ୍ଚଳ ଉବୁଟୁବୁ

କାମାକ୍ଷାନଗର, ୮।୯(ଡି.ଏନ୍‌.ଏ.) – ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲାର ଡମଶାଳ, ରାମିଆଳ ନଦୀରେ ବନ୍ୟା ଆସିଛି। ବିନା ସୂଚନାରେ ଦଣ୍ଡାଧାର ଡ୍ୟାମର ୨ଟି ଗେଟ୍‌ ଖୋଲିଦେବାରୁ ଜଳଭଣ୍ଡାର ସଂଲଗ୍ନ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟସ୍ତବହୁଳ…

ଅକ୍ଟୋବର ୧୪ରୁ ଆଞ୍ଚଳିକ ସରସ ମେଳା

ଢେଙ୍କାନାଳ ଅଫିସ, ୮ା୯ – ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ମହିଷାପାଟ ବାଇପାସ୍‌ ନିକଟ ପଡ଼ିଆରେ ଅକ୍ଟୋବର ୧୪ରୁ ୨୩ ଯାଏ ଆଞ୍ଚଳିକ ସରସ ମେଳା-୨୦୧୯ ଅନୁଷ୍ଠିତ ହେବ। ଜିଲାରେ ପ୍ରଥମ ଥର ପାଇଁ ଏହି ମେଳା ଆୟୋଜିତ ହେଉଛି। ଏହାକୁ…

ରାସ୍ତା ଅପେକ୍ଷାରେ ବଡ଼ମୂଳବାସୀ

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଥିଲେ ବି ମିଳୁନି ମୌଳିକ ସୁବିଧା। ବିଭିନ୍ନ ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ଅସ୍ଥାୟୀ ମାଟି ରାସ୍ତା ପାଲଟିଛି ମରଣଯନ୍ତା। ଫଳରେ ଗ୍ରାମରୁ ବାହାରି ମୁଖ୍ୟ ରାସ୍ତାକୁ ବାହାରିବା ଅନୁଗୋଳ…

ପୋଲିସ ଡିଜି ଦେଲେ ଅନୁମୋଦନ: ପିଟିସିରେ ପ୍ରଶିକ୍ଷଣ ନେବେ ଅଫିସର

ଅନୁଗୋଳ ଅଫିସ, ୮।୯ – ଅନୁଗୋଳ ସ୍ଥିତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର(ପିଟିସି)ରେ ଦୀର୍ଘ ବର୍ଷ ପରେ ପୋଲିସ ଅଫିସରମାନେ ପ୍ରଶିକ୍ଷଣ ନେବେ। ଏ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମୋହର ମାରିବା ପରେ ପିଟିସି ଚଳଚଞ୍ଚଳ ହୋଇପଡ଼ିଛି। ତେବେ ପିଟିସିରେ ପ୍ରଶିକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?