ବ୍ରାହ୍ମଣୀରେ ଡଙ୍ଗାବୁଡ଼ି: ୪ ନିଖୋଜ, ୫ ଉଦ୍ଧାର

ପରଜଙ୍ଗ, ୮।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ ବ୍ରାହ୍ମଣୀ ନଦୀରେ ଶନିବାର ରାତି ପ୍ରାୟ ୮ଟାରେ ଡଙ୍ଗାବୁଡ଼ି ୪ଜଣ ନିଖୋଜ ହୋଇଯାଇଛନ୍ତି। ନାଉରିଆ, ତାଙ୍କ ପୁଅ ଏବଂ ଭୂଷଣରେ କାର୍ଯ୍ୟ କରୁଥିବା ଅନ୍ୟ ୩ଜଣଙ୍କୁ ମିଶାଇ ମୋଟ ୫ଜଣ ପହଁରି କୂଳକୁ ଫେରିଛନ୍ତି। ନିଖୋଜ ୪ଜଣ ଭୂଷଣ କର୍ମଚାରୀ ବୋଲି ଜଣାପଡ଼ିଛି। ସୂଚନା ପାଇ ଅଗ୍ନିଶମ ବିଭାଗ, ବନ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ପ୍ରତ୍ୟକ୍ଷଦର୍ଶୀ ତଥା ଦୁର୍ଘଟଣା ପରେ ପ୍ରଥମେ କୂଳରେ ପହଞ୍ଚତ୍ଥିବା ଗଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ପ୍ରତାପଙ୍କ କହିବା କଥା, ଓଡ଼ାପଡ଼ା ବ୍ଲକ ଖଡଗ୍‌ପ୍ରସାଦସ୍ଥିତ ଭୂଷଣ କମ୍ପାନୀରେ କାର୍ଯ୍ୟରତ ୭ଜଣ କର୍ମଚାରୀ ବ୍ରାହ୍ମଣୀ ନଦୀର ଖଡଗପ୍ରସାଦ ଘାଟରୁ କୁନ୍ଦନଦେଈପୁର ଘାଟକୁ ଏକ ହୁଲି ଡଙ୍ଗାରେ ଆସୁଥିଲେ। ନଦୀମଝିରେ ଟଣାଯାଇଥିବା ଏକ କେବୁଲ ଲାଇନ୍‌ରେ ଡଙ୍ଗା ଛନ୍ଦି ହୋଇଯାଇଥିଲା। ଯାତ୍ରୀମାନେ ହଡ଼ବଡ଼େଇ ଯାଇ କେବୁଲକୁ ଧରି ପକାଇଥିଲେ। ଫଳରେ ପ୍ରବଳ ସ୍ରୋତରେ ଡଙ୍ଗାଟି ଓଲଟି ତଳମୁଣ୍ଡକୁ ଭାସିଯାଇଥିଲା।
ପ୍ରଥମେ ପ୍ରତାପ କୁନ୍ଦନଦେଈପୁର ଘାଟ ତଳକୁ ଥିବା ରୋଡ୍‌ ଘାଟରେ ପହଁରି ଲାଗିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ରୋଡ୍‌ ଗ୍ରାମର ରାଜକିଶୋର ନାୟକଙ୍କ ପୁଅ ଅଜୟ, କନ୍ଦର୍ପ ସାହୁଙ୍କ ପୁଅ ରାଜେନ୍ଦ୍ର, ଖଡଗପ୍ରସାଦର ଡଙ୍ଗା ଚାଳକ ଘନିଆ ଏବଂ ତାଙ୍କ ପୁଅ ଜଟି ଆସି ଘାଟରେ ପହଞ୍ଚତ୍ଥିଲେ। ଅନ୍ୟପକ୍ଷରେ କୁନ୍ଦନଦେଈପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ୱଜିତ୍‌, ରୋଡ୍‌ ଗ୍ରାମର ବିନୋଦ ସାହୁଙ୍କ ପୁଅ ରମେଶ, ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ଏବଂ ରାଜକିଶୋର ନାୟକଙ୍କ ବଡ଼ପୁଅ ବିଜୟଙ୍କ ପତ୍ତା ମିଳୁନାହିଁ।
ଏହି ଘଟଣା ଜଣାପଡ଼ିବା ପରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ରେଞ୍ଜର ହରମୋହନ ନାୟକ, ଅଗ୍ନିଶମ କର୍ମଚାରୀ, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚତ୍ ଗ୍ରାମବାସୀଙ୍କ ସହାୟତାରେ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ତେବେ ନଦୀ ଅବବାହିକାରେ ହାତୀପଲ ବିଚରଣ କରୁଥିବା ଏବଂ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଚଳିତବର୍ଷ ଓଡ଼ାପଡ଼ା ବ୍ଲକର ପ୍ରସିଦ୍ଧ ନାଧରା ଯାତ୍ରା ବେଳେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଚଳାଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ତଥାପି ବେଆଇନ ଭାବେ ଉକ୍ତ ହୁଲି ଡଙ୍ଗା ଚଳାଚଳ କରୁଥିବାରୁ ଏହି ଦୁର୍ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri