ପୋଲିସ ଡିଜି ଦେଲେ ଅନୁମୋଦନ: ପିଟିସିରେ ପ୍ରଶିକ୍ଷଣ ନେବେ ଅଫିସର

ଅନୁଗୋଳ ଅଫିସ, ୮।୯ – ଅନୁଗୋଳ ସ୍ଥିତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର(ପିଟିସି)ରେ ଦୀର୍ଘ ବର୍ଷ ପରେ ପୋଲିସ ଅଫିସରମାନେ ପ୍ରଶିକ୍ଷଣ ନେବେ। ଏ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମୋହର ମାରିବା ପରେ ପିଟିସି ଚଳଚଞ୍ଚଳ ହୋଇପଡ଼ିଛି। ତେବେ ପିଟିସିରେ ପ୍ରଶିକ୍ଷଣ ନେଉଥିବା ୬୮୩ କନଷ୍ଟେବଳଙ୍କ ପାସିଂ ଆଉଟ ପରେଡ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବା ପରେ ଅଫିସରମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ ବୋଲି ପିଟିସି ଅଧ୍ୟକ୍ଷ ତଥା ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଅନୁଗୋଳ ପିଟିସିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ୩୫୩ ଜଣ ସବ୍‌ଇନ୍ସପେକ୍ଟର ତାଲିମ ଗ୍ରହଣ କରିବେ। ଶନିବାର ପୋଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ଅନୁମୋଦନ କରିଛନ୍ତି। ଓଡ଼ିଶା ପୋଲିସର କେନ୍ଦ୍ରୀୟ ମନୋନୟନ ବୋର୍ଡ ଶୁକ୍ରବାର ଏହି ୩୫୩ ଜଣ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟରଙ୍କୁ ସବଇନ୍ସପେକ୍ଟର ଭାବେ ପଦୋନ୍ନତି ଦେଇଥିଲେ। ପଦୋନ୍ନତି ପାଇଥିବା ଅଫିସରଙ୍କ ମଧ୍ୟରେ ୨୭୩ ଜଣ ସାଧାରଣ ବର୍ଗର ଥିବାବେଳେ ୬୭ ଜଣ ଅନୁସୂଚିତ ଜାତି ଓ ୧୩ ଜଣ ଅନୁସୂଚିତ ଜନଜାତି ବର୍ଗର ଅଛନ୍ତି। ପଦୋନ୍ନତି ପାଇଥିବା ଏହି ଅଫିସରମାନେ ଅନୁଗୋଳ ପିଟିସି ଠାରେ ଛଅ ମାସ ପ୍ରଶିକ୍ଷଣ ଗ୍ରହଣ କରିବେ ବୋଲି ପିଟିସି ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ପିଟିସି ଠାରେ ପହଞ୍ଚତ୍ବା ପରେ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ। ତେବେ ବର୍ତ୍ତମାନ ପିଟିସିରେ ମୋଟ ୯ ଜଣ ପ୍ରଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଡିଏସ୍‌ପି ପାହ୍ୟାର ହୋଇଥିବାବେଳେ ଅନ୍ୟ ୮ ଜଣ ଇନ୍ସପେକ୍ଟର ପାହ୍ୟାର। ତେଣୁ ଅଫିସରମାନଙ୍କୁ ପଢ଼ାଇବା ପାଇଁ ଦୁଇ ଜଣ ଦକ୍ଷ ଡିଏସ୍‌ପି ପାହ୍ୟା ଓ ଦୁଇ ଜଣ ଦକ୍ଷ ଇନ୍ସପେକ୍ଟର ପାହ୍ୟାର ଅଫିସରଙ୍କୁ ପିଟିସିରେ ନିଯୁକ୍ତି କରିବାକୁ ଅଧ୍ୟକ୍ଷ ତଥା ଡିଆଇଜି ଭୋଳ ପୋଲିସ ବିଭାଗକୁ ଅବଗତ କରାଇଛନ୍ତି। ତେବେ ଅଫିସରମାନଙ୍କ ପ୍ରଶିକ୍ଷଣ କିଭଳି ଭଲ ହେବ ସେଥିପାଇଁ ପିଟିସିର ପ୍ରଶିକ୍ଷକ ଓ କର୍ମକର୍ତ୍ତାମାନେ ସଜାଗ ରହିଛନ୍ତି। ଦୀର୍ଘ ଦିନ ପରେ ପିଟିସିକୁ ଅଫିସରମାନଙ୍କ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବାରୁ ଅନୁଗୋଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri