ସୂଚନା ନ ଦେଇ ଖୋଲିଦେଲେ ଗେଟ୍‌: ଦଣ୍ଡାଧାର ପାଣିରେ ତଳି ଅଞ୍ଚଳ ଉବୁଟୁବୁ

କାମାକ୍ଷାନଗର, ୮।୯(ଡି.ଏନ୍‌.ଏ.) – ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲାର ଡମଶାଳ, ରାମିଆଳ ନଦୀରେ ବନ୍ୟା ଆସିଛି। ବିନା ସୂଚନାରେ ଦଣ୍ଡାଧାର ଡ୍ୟାମର ୨ଟି ଗେଟ୍‌ ଖୋଲିଦେବାରୁ ଜଳଭଣ୍ଡାର ସଂଲଗ୍ନ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟସ୍ତବହୁଳ କଙ୍କଡ଼ାହାଡ଼ ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇଯିବା ଆଶଙ୍କା ଦେଖାଯାଇଛି। ଅନ୍ୟପଟେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।


ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧାର ଡ୍ୟାମରେ ବିପଦ ସଙ୍କେତକୁ ପାଣି ଛୁଇଁଛି। ଡ୍ୟାମର ଜଳଧାରଣା କ୍ଷମତା ୧୦୮.୭୨ ମିଟର ଥିବାବେଳେ ପୂର୍ବାହ୍ନ ୧୦ଟା ସୁଦ୍ଧା ଜଳସ୍ତର ୧୧୦ ମିଟର ଟପିଥିଲା॥ ଫଳରେ ବନ୍ୟାଜଳ ପରିଚାଳନା ପାଇଁ ଉପଜିଲାପାଳଙ୍କ ସହ ଆଲୋଚନା କରି ଡ୍ୟାମ କର୍ତ୍ତୃପକ୍ଷ ପୂର୍ବାହ୍ନ ସାଢ଼େ ୧୧ଟାରେ ୪ଟି ଗେଟ୍‌ ମଧ୍ୟରୁ ୨ଟି ଖୋଲିଥିଲେ। ଏ ସମ୍ପର୍କରେ ଜନସାଧାରଣଙ୍କୁ ଆବଶ୍ୟକ ସୂଚନା ଦିଆଯାଇ ନ ଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ହଠାତ୍‌ ନଦୀରେ ପାଣି ଆସିବାରୁ ବୁଢ଼ିବିଲି ନିକଟରେ ୫ ଛେଳି ଚରାଳି ଏବଂ ୨ ପଲ ଛେଳି ବନ୍ୟା ଘେରରେ ରହିଯାଇଥିଲେ। ଏହି ସୂଚନା ମିଳିବା ପରେ ୨୦ ମିନିଟ୍‌ ଧରି ଡ୍ୟାମ୍‌ର ଗୋଟିଏ ଗେଟ୍‌ ବନ୍ଦ କରାଯାଇଥିଲା। ପାଣି ସାମାନ୍ୟ କମିବା ପରେ ସେମାନେ ସୁରକ୍ଷିତ ଭାବେ ବାହୁଡ଼ିଥିଲେ। ଏହାପରେ ପୁନର୍ବାର ବନ୍ଦ ଥିବା ଗେଟ୍‌ ଖୋଲାଯାଇଥିଲା। ଖବର ଲେଖାଯିବା ସୁଦ୍ଧା ୨ ଗେଟ୍‌ରେ ଜଳ ନିଷ୍କାସନ ଜାରି ରହିଛି। ଅପରପକ୍ଷେ ବନ୍ୟା ପାଣି ଯୋଗୁ ରେକୁଳାସ୍ଥିତ ଜଳଯୋଗାଣ ପ୍ରକଳ୍ପ, କୀର୍ତ୍ତନପୁର ଅଞ୍ଚଳର କେତେକ ସ୍ଥାନ ଜଳମଗ୍ନ ହୋଇଛି। ଧାନ ଫସଲ ପାଣିରେ ବୁଡ଼ିରହିଛି। କଙ୍କଡ଼ାହାଡ଼ ବ୍ରିଜ୍‌ ଉପରେ ବନ୍ୟାପାଣି ଚାଲୁଥିବାରୁ ବୁଢ଼ିବିଲି ସମେତ ବିଭିନ୍ନ ସ୍ଥାନକୁ ଯାତାୟାତ ଠପ୍‌ ହୋଇଯାଇଛି।
ଏ ନେଇ ଉପଜିଲାପାଳ କୁହନ୍ତି, ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ପାଣି ଛାଡ଼ିବାକୁ ଡ୍ୟାମ କର୍ତ୍ତୃପକ୍ଷ ଲିଖିତ ଭାବେ ଜଣାଇଥିଲେ। ଏ ସଂକ୍ରାନ୍ତରେ କଙ୍କଡ଼ାହାଡ଼, ପରଜଙ୍ଗ ତହସିଲଦାର, ପୋଲିସ ଷ୍ଟେଶନ, ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଇବାକୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରିବାକୁ କୁହାଯାଇଥିଲା। ତଥାପି ସୂଚନା ଅଭାବରୁ ଲୋକମାନେ ସମସ୍ୟା ଭୋଗିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତିରେ ନଜର ରଖାଯାଇଛି। ଏହାର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ଉପଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri