ରାସ୍ତା ଅପେକ୍ଷାରେ ବଡ଼ମୂଳବାସୀ

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଥିଲେ ବି ମିଳୁନି ମୌଳିକ ସୁବିଧା। ବିଭିନ୍ନ ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ଅସ୍ଥାୟୀ ମାଟି ରାସ୍ତା ପାଲଟିଛି ମରଣଯନ୍ତା। ଫଳରେ ଗ୍ରାମରୁ ବାହାରି ମୁଖ୍ୟ ରାସ୍ତାକୁ ବାହାରିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତର ବଡମୂଳବାସୀଙ୍କ ପାଇଁ କାଠିକର ପାଠ ହୋଇଯାଉଛି। ସେଠାରେ ସ୍ଥାୟୀ ରାସ୍ତାଟିଏ ନିର୍ମାଣ କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ମୁତାବକ, କତଡା ପଞ୍ଚାୟତ ଅନ୍ତର୍ଗତ କତଡା-ପିତାଚରୀ-ବଡମୂଳ-ଡାହିମାଳ କୁ ସଂଯୋଗ କରୁଥିବା ପ୍ରାୟ ୯ କିମି ବିଶିଷ୍ଟ ଏହି ମାଟି ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି। ମରାମତି କରାଯାଉ ନ ଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ରାସ୍ତା ସାରା ଖାଲଖମା ସହ ବର୍ଷା ହେଲେ କାଦୁଅ ଭର୍ତ୍ତି ହୋଇଯାଉଥିବା ଯୋଗୁ ସେଠାରେ ଗାଡି ଯିବା ତ ଦୂର କଥା ଚାଲି କରି ମଧ୍ୟ ଯିବା ସମ୍ଭବ ହେଉନି। ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ଏହି ଜଙ୍ଗଲ ରାସ୍ତା ଦେଇ ଯିବାଆସିବା କରୁଛନ୍ତି। ଏହା ଉପରେ ନିର୍ଭର କରୁଥିବା ବଡମୂଳ, ପୀତାଚରୀ, ଡାହିମାଳ,ବକଳା,କତଡା ଆଦି ଗ୍ରାମ ସହ ଅନ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ରାସ୍ତାଟି ଜଙ୍ଗଲ ବିଭାଗ ସଂରକ୍ଷିତ ଅଞ୍ଚଳ ଅଧୀନରେ ଯାଉଛି। ତେଣୁ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଫରେଷ୍ଟ କ୍ଲିୟରାନ୍ସ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ଜରିଆରେ ଏହି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ଆବଶ୍ୟକ ଆର୍ଥିକ ଅନୁଦାନ ମଧ୍ୟ ମିଳିଛି। ହେଲେ ଏହାର ଅଗ୍ରଗତି ହୋଇପାରୁ ନ ଥିବାରୁ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ବଡମୂଳ ଗାଁ ସଭାପତି ଶରତଚନ୍ଦ୍ର ସାହୁ, ସମ୍ପାଦକ ପ୍ରଦୀପ କୁମାର ଦେହୁରୀ, ଦେବରାଜ ସାହୁ, ନିଶାମଣି ସାହୁ, ଦୁଷ୍ମନ୍ତ ସାହୁ, ଗୟାଚାନ୍ଦ ସାହୁ, ବରିଷ୍ଠ ନେତା ସୁଶୀଳ କୁମାର ସିଂହ, ରତ୍ନାକର ଖିଲାର, ରଞ୍ଜନ ଖିଲାର, ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜରପଡା ଫରେଷ୍ଟ ରେଞ୍ଜ ଅଫିସର ହୃଦାନନ୍ଦ ନାଏକ କୁହନ୍ତି,କତଡା ଠାରୁ ବଡମୂଳ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରାୟ ୩ କିମି ରିଜର୍ଭ ଫରେଷ୍ଟ ମଧ୍ୟରେ ରହିଛି। ତେଣୁ ସେହି ରାସ୍ତା ନିର୍ମାଣ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କରାଯାଇପାରିବ ନାହିଁ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅନୁମୋଦନ କ୍ରମେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଫରେଷ୍ଟ କ୍ଲିୟରାନ୍ସ ମିଳିଲା ପରେ ଏହି ନିର୍ମାଣ କାମ ହୋଇପାରିବ। ଏ ବାବଦରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଛି। ବିଡିଓ ରୋମାଞ୍ଚଳ ଖମାରୀ କୁହନ୍ତି, ପଞ୍ଚାୟତ ସମିତି ଅଧୀନରେ ଥିବା ରାସ୍ତା ନିର୍ମାଣ ତଥା ମରାମତି ପାଇଁ ଆବଶ୍ୟକ ଅର୍ଥ ଅନୁଦାନ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri