ଅକ୍ଟୋବର ୧୪ରୁ ଆଞ୍ଚଳିକ ସରସ ମେଳା

ଢେଙ୍କାନାଳ ଅଫିସ, ୮ା୯ – ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ମହିଷାପାଟ ବାଇପାସ୍‌ ନିକଟ ପଡ଼ିଆରେ ଅକ୍ଟୋବର ୧୪ରୁ ୨୩ ଯାଏ ଆଞ୍ଚଳିକ ସରସ ମେଳା-୨୦୧୯ ଅନୁଷ୍ଠିତ ହେବ। ଜିଲାରେ ପ୍ରଥମ ଥର ପାଇଁ ଏହି ମେଳା ଆୟୋଜିତ ହେଉଛି। ଏହାକୁ ସୁବ୍ୟବସ୍ଥିତ କରିବାକୁ ଶନିବାର ଅପରାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ।
ପୂର୍ବରୁ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳାର ବର୍ଦ୍ଧିତ ରୂପରେଖ ହେଉଛି ସରସ ମେଳା। ଏହାକୁ ପଲ୍ଲିଶ୍ରୀ ମେଳାଠାରୁ ଅଧିକ ଆକର୍ଷଣୀୟ କରାଯିବ। ବ୍ୟବସାୟ ପାଇଁ ୪୩୨ ଷ୍ଟଲ ଖୋଲିବ। ଉକ୍ତ ଷ୍ଟଲରେ ରାଜ୍ୟ, ରାଜ୍ୟ ବାହାର ବିଭିନ୍ନ ସଂସ୍ଥା, ଉଦ୍ୟୋଗ ଏବଂ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ। ଏଥିସହ ସ୍ବତନ୍ତ୍ର ଭାବେ ୨୦ଟି ଷ୍ଟଲରେ ଭଳିକି ଭଳି ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ। ପ୍ରତି ଷ୍ଟଲ ପାଇଁ ୧୦ ହଜାର ଟଙ୍କା ଦେୟ ଧାର୍ଯ୍ୟ ହୋଇଛି। ମେଳାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିରେ ଜିଲା, ରାଜ୍ୟ ତଥା ରାଜ୍ୟ ବାହାରର ଖ୍ୟାତିସମ୍ପନ୍ନ ଅନୁଷ୍ଠାନ, ଶିଳ୍ପୀ ଅଂଶଗ୍ରହଣ କରିବେ। ସରସ ମେଳା ଉପଲକ୍ଷେ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ୩ଦିନିଆ ଲୋକକଳା ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ସରକାରଙ୍କ ଅନୁମୋଦନକ୍ରମେ ଜିଲାରେ ପ୍ରଥମ ଥର ପାଇଁ ଏପରି ମେଳା ଆୟୋଜନ କରାଯାଉଛି। ଏହାକୁ ଆକର୍ଷଣୀୟ କରିବାକୁ ସମସ୍ତ ବିଭାଗର ଅଧିକାରୀମାନେ ନିଷ୍ଠାର ସହ ଦାୟିତ୍ୱ ସମ୍ପାଦନ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ମେଳାର ସଫଳ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ। ଡିଏସ୍‌ଏମ୍‌ଏସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଞ୍ଜୀବ କୁମାର ମହାନ୍ତି ମେଳାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ମେଳା ପଡ଼ିଆରେ ସ୍ବଚ୍ଛତା ରକ୍ଷା, ଶୌଚାଳୟ ବ୍ୟବସ୍ଥା, ଟ୍ରାଫିକ୍‌ ନିୟନ୍ତ୍ରଣ, ମେଳାରେ ଅଂଶଗ୍ରହଣ କରୁଥିବା ବ୍ୟବସାୟୀଙ୍କ ରହଣି, ଅଗ୍ନି ନିର୍ବାପକ ବ୍ୟବସ୍ଥା, ବିଦ୍ୟୁତ୍‌ ଯୋଗାଣ, ଜଳଯୋଗାଣ ଏବଂ ପ୍ରଚାର ପ୍ରସାର ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ପୌରସଂସ୍ଥାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାର୍କିଂ ବ୍ୟବସ୍ଥା ଓ ଅର୍ଥ କାରବାର ପାଇଁ ୨ ଏଟିଏମ୍‌ ସ୍ଥାପନ କରାଯିବ। ମେଳାରେ ଭାଗ ନେବାକୁ ଥିବା ସଂସ୍ଥା ଅକ୍ଟୋବର ୧୩ ସୁଦ୍ଧା ପଞ୍ଜୀକୃତ ହେବେ। ୧୪ ତାରିଖରେ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ଆର୍‌ଆଇସି ଜେନେରାଲ ମ୍ୟାନେଜର ଉମାକାନ୍ତ ରାଜଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri