ଆମ ଜିଲା ଖବର

୧୯ ବର୍ଷ ସଂଘର୍ଷ, ତଥାପି ମିଳିନି ନ୍ୟାୟ

ସମ୍ବଲପୁର,୨।୬(ବ୍ୟୁରୋ):ଦୀର୍ଘ ୧୯ ବର୍ଷ ସଂଘର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦେବୋଦତ୍ତର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ସମ୍ବଲପୁର ଠେମରା ଗ୍ରାମର ରାମଚନ୍ଦ୍ର ମିଶ୍ରଙ୍କୁ ମିଳିନି ନ୍ୟାୟ। ବିଭାଗର ଜଣେ ଉଚ୍ଚ ଅଧିକାରୀଙ୍କ ଆକ୍ରୋସ ଶିକାର ହୋଇ…

କରାଟେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ବେଲ୍ଟ ପ୍ରଦାନ

ଟିଟିଲାଗଡ଼, ୨ା୬ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଟିଟିଲାଗଡ କରାଟେ ସଂଘ ପକ୍ଷରୁ ଉତ୍କଲ କରାଟେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏ ନେଇ ସ୍କୁଲ ପରିସରରେ ଅନଷ୍ଠିତ ସମାରୋହରେ ଟିଟିଲାଗଡ କରାଟେ ସଂଘ ସଭାପତି ଅମରଜିତ ବାଗ ମୁଖ୍ୟଅତିଥି…

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟଣା: ବାଳକଙ୍କ ମୃତ୍ୟୁ, ଗୁରୁତରଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି

ଓଡଗାଁ,୨।୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ହାଡାଝୋଳା ଢିପିସାହିରେ ୨୫ ତାରିଖ ରାତିରେ ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ରବିବାର ଅଗ୍ନିକାଣ୍ଡ ଘଟିଥିବା ପରିବାରର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୁଲୁ ଘଟୁଆଳ(୧୧)। ବୁଲୁଙ୍କ…

ଦାରିଙ୍ଗବାଡ଼ିରେ କାଳବୈଶାଖୀ : ଏକାଧିକ ଲୋକଙ୍କ ଛପର ଉଡ଼ିଲା

ଦାରିଙ୍ଗବାଡ଼ି,୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି ା ଫଳରେ ଅଞ୍ଚଳରେ ଏକାଧିକ ଘରର ଛପର ଉଡ଼ିବା ସହ ଗଛ ଭାଙ୍ଗି ପଡ଼ିଛି ା ଦାରିଙ୍ଗବାଡ଼ିରେ ୪୫ ମି.ମି. ବର୍ଷା ହୋଇଥିବା…

ବାଲି ଚୋରାଚାଲାଣ : ୭ ଟ୍ରାକ୍ଟର ଜବତ

ବାଲିଗୁଡ଼ା,୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବାଲି ଓ ପଥର ଚୋରାଚାଲାଣ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ବାଲିଗୁଡ଼ା ତହସିଲଦାର କ୍ଷୀରାବ୍ଧୀ ତନୟା ସାହୁ ରବିବାର ୭ଟି ବାଲି ଓ ପଥର…

ପୂର୍ତ୍ତ ବିଭାଗ ଡାକବଙ୍ଗଳା କାନ୍ଥରେ ମାଓପୋଷ୍ଟର : ଜନସାଧାରଣ ଭୟଭୀତ

ବାଲିଗୁଡ଼ା,୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ସେମାନଙ୍କ ସ୍ଥିତି ଜାହିର କରି ବାରମ୍ବାର ନାନା ଧମକପୂର୍ଣ୍ଣ ପୋଷ୍ଟର ଲଗାଉଛନ୍ତି। ଫଳରେ ଜନସାଧାରଣ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏପରି ଏକ ପୋଷ୍ଟର ରବିବାର ସକାଳେ ବାଲିୁଗଡ଼ା ଥାନା ଠାରୁ ମାତ୍ର…

ବିଧାୟକ ଭାବେ ଶପଥ ନେବାପରେ ପାଟଣାଗଡ଼ ଫେରିଲେ ସରୋଜ ମେହେର: ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ଅଞ୍ଚଳବାସୀ

ପାଟଣାଗଡ଼୨।୬(ଡି.ଏନ.ଏ.): ପାଟଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସରୋଜ ମେହେରଙ୍କୁ ରବିବାର ପାଟଣାଗଡ଼ ବିଜୁ ଜନତା ଦଳ ତଥା ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଥମ କରି ବିଧାୟକ ଭାବେ ଶପଥ ଗ୍ରହଣ ପରେ ସେ ପାଟଣାଗଡକୁ ଫେରିବା…

ଛାତ୍ରୀଛାତ୍ରଙ୍କୁ ମାର୍କ କମ୍‌ ମିଳିଥିବା ନେଇ ଅଭିଭାବକ ଫୋରମର ଅଭିଯୋଗ

ବାରିପଦା ଅଫିସ,୨ା୬ : ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଚତୁର୍ଥ ସେମିଷ୍ଟାର ଇଣ୍ଟରନାଲ ପରୀକ୍ଷାରେ କମ୍‌ ମାର୍କ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ରାଇରଙ୍ଗପୁର ଅଭିଭାବକ ଫୋରମର ସଭାପତି ରବୀନ୍ଦ୍ର କୁମାର ପଟ୍ଟନାୟକ, ମୟୂରଭଞ୍ଜ ଆଦିବାସୀ…

ମନ୍ତ୍ରୀପଦ ମିଳିବାପରେ ଜ୍ୟୋତିପ୍ରକାଶଙ୍କ ପଞ୍ଚଲିଙ୍ଗେଶ୍ୱରରେ ପୂଜାର୍ଚ୍ଚନା

ସଜନାଗଡ଼,୨।୬:(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ( ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ) ମିଳିଛି। ଦାୟିତ୍ୱ ମିଳିବା ପରେ ରବିବାର ସେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଦିନ୧୨ଟାରେ ପହଞ୍ଚିଥିଲେ। ପ୍ରଥମେ ଶୈବପୀଠକୁ ଯାଇ ଲିଙ୍ଗ ଦର୍ଶନ…

ମାଧପୁର ଅଞ୍ଚଳରେ ମନମୁଖି ବିଦ୍ୟୁତ୍‌ କାଟ: ଅତିଷ୍ଠ ହୋଇପଡ଼ିଲେଣି ଅଞ୍ଚଳବାସୀ

ମାଧପୁର,୨।୬: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟରେ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ଖରାଦିନ ହୋଇଥିବାରୁ ବିଦ୍ୟୁତ୍‌ କାଟ…

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା ଘଟଣା : ହତ୍ୟାକାରୀ ଅଟକ, ରକ୍ତଭିଜା ଖଣ୍ଡା ଜବତ

ପୁରୁଷୋତ୍ତମପୁର,୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତର କଇଠଡ଼ା ଗ୍ରାମରେ ଶନିବାର ରାତିରେ ଡାକ୍ତର ପ୍ରଧାନଙ୍କୁ ସର୍ବସମ୍ମୁଖରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ତେବେ ଅଭିଯୁକ୍ତ ଜଣକ ସେହି ଗ୍ରାମର ଗାନ୍ଧି ପ୍ରଧାନଙ୍କୁ ପୋଲିସ ଉଠାଇ ଆଣି ଥାନାରେ…

ଟ୍ରାକ୍ଟର-ଟ୍ରଲି ଚାପି ହୋଇ ଯୁବକଙ୍କ ଜୀବନ ଗଲା

ଝରିଗାଁ,୨ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚିତାବେଡ଼ା ଗ୍ରାମରେ ରବିବାର ସକାଳେ ଟ୍ରାକ୍ଟର – ଟ୍ରଲି ଚାପି ହୋଇ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ଖବରରୁ ଜଣାପଡ଼ିଛି, ବେଲଗାଁ ପଞ୍ଚାୟତ କରମରୀ ଗ୍ରାମର ଟ୍ରାକ୍ଟରଟି ଡଙ୍ଗରୀଗୁଡ଼ା ପଞ୍ଚାୟତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri