ଅଜବ ଟ୍ରାଫିକ୍‌ ନିୟମ: ବାବୁଙ୍କୁ କୋହଳ, ଲୋକଙ୍କୁ କଡ଼ା

ଢେଙ୍କାନାଳ ଅଫିସ, ୮।୯ – ସାରା ରାଜ୍ୟରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ହେଲେ ଢେଙ୍କାନାଳ ଜିଲାରେ ସ୍ଥାନ, କାଳ ଦେଖି ବଦଳୁଛି ନିୟମ। ବାଇକ୍‌ ଆରୋହୀ, ଜନସାଧାରଣ, କଲେଜ ଛାତ୍ରୀଛାତ୍ରଙ୍କ ପାଇଁ କଡ଼ାକଡ଼ି କରାଯାଉଥିବାବେଳେ ସରକାରୀ ବାବୁଙ୍କ ପାଇଁ ପୂରା କୋହଳ। ଏପରି ଫୁଲାଫାଙ୍କିଆ ବ୍ୟବସ୍ଥାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲାରେ ସରକାରୀ ବାବୁ ଟ୍ରାଫିକ୍‌ ନିୟମ ମାନୁ ନ ଥିବା ଅଭିଯୋଗ ହେଉଛି। ସେମାନେ ବିନା ହେଲମେଟ୍‌, ସିଟ୍‌ବେଲ୍ଟ ବାନ୍ଧି ଗାଡ଼ି ଚଢୁଛନ୍ତି। ଏପରି ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ କଲେ ଅଜବ ଉତ୍ତର ମିଳୁଛି। ସରକାରୀ ବାବୁମାନେ ଯାଉଥିବା ଗାଡ଼ିକୁ ଛାଡ଼ିଦେବାକୁ ଉପରୁ ନିର୍ଦ୍ଦେଶ ଥିବା ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ଖୋଲାଖୋଲି କହୁଛନ୍ତି, ଯାହାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ।
ଅପରପକ୍ଷେ ସହରର ଟ୍ରାଫିକ୍‌ ବ୍ୟବସ୍ଥା ପୋଲିସ କର୍ମଚାରୀଙ୍କ ମନମର୍ଜିରେ ଚାଲିଛି। ଏହାର ଏକ ଉଦାହରଣ ଶନିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଦକ୍ଷିଣକାଳୀ ରୋଡ୍‌ସ୍ଥିତ ଏକ ହୋଟେଲ ନିକଟରେ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଯାନବାହନ ଗତି ମନ୍ଥର କରିବାକୁ ସେଠାରେ ସ୍ପିଡ୍‌ବ୍ରେକର ମଧ୍ୟ ରଖାଯାଇଛି। ଶନିବାର ଅପରାହ୍ନ ସାଢ଼େ ୧ଟାରେ ଉକ୍ତ ରାସ୍ତାରେ ପଛକୁ ପଛ ୨ଟି ସରକାରୀ ଗାଡ଼ି ଆସୁଥିଲା। ଏହା ପଛରେ ଜଣେ ବ୍ୟକ୍ତି ନିଜ କାର୍‌ ନେଇ ଆସୁଥିଲେ। ସେଠାରେ ଟ୍ରାଫିକ୍‌ ପରିଚାଳନା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଉଭୟ ସରକାରୀ ଗାଡ଼ିକୁ ବେନିୟମ ଭାବେ ନୋ ଏଣ୍ଟ୍ରିରେ ଛାଡ଼ି ଦେଇଥିଲେ। ହେଲେ ପଛରେ ଆସୁଥିବା ବ୍ୟକ୍ତିଙ୍କୁ ନିୟମ ଅନୁଯାୟୀ ରାସ୍ତାରେ ଯିବାକୁ ଆଇନ ପାଠ ପଢ଼ାଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ପୋଲିସ କର୍ମଚାରୀ ଜଣକ କହିଲେ, ସରକାରୀ ଗାଡ଼ି ଛାଡିଦେବାକୁ ଉପରୁ ନିର୍ଦ୍ଦେଶ ଅଛି। ତେଣୁ ଅନ୍ୟ ଗାଡ଼ିଗୁଡ଼ିକୁ ଧରିବୁ।
ସରକାରୀ କର୍ମଚାରୀଙ୍କୁ ଟ୍ରାଫିକ୍‌ ନିୟମ ପ୍ରତି ସଚେତନ କରିବାକୁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏ ନେଇ ବିଭିନ୍ନ ବିଭାଗକୁ ଚିଠି ମାଧ୍ୟମରେ ଜଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାସତ୍ତ୍ୱେ ସରକାରୀ ବାବୁମାନେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଏଥିପ୍ରତି ଏସ୍‌ପି, ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କୁହନ୍ତି, ଟ୍ରାଫିକ ଆଇନ ସମସ୍ତଙ୍କ ପାଇଁ ସମାନ। ଏଥିରେ ବ୍ୟତିକ୍ରମ କିପରି ହୋଇଛି ସେ ନେଇ ପଚାରି ବୁଝିବା ପରେ ହିଁ କହିହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର୍, ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର,୨୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଢେଙ୍କାନାଳରୁ ଘଟଗାଁ ଯାଉଥିବା ବେଳେ ରାସୋଳ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri