ଆମ ଜିଲା ଖବର

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା ବିତି ଯାଇଥିବାବେଳେ ୪ ନିଖୋଜଙ୍କ ପତ୍ତା ମିଳୁନାହିଁ। ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ସେବା କର୍ମଚାରୀ…

ବଜ୍ରପାତରେ ଜଣେ ମୃତ

ପଦ୍ମପୁର,୮।୯(ଡି.ଏନ୍‌.ଏ.) : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜମଳା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜଏବଲ ଶିଖା (୫୫)। ଶନିବାର ଅପରାହ୍ନରେ ସେ ବିଲକୁ ଗାଈ ଚରାଇବାକୁ ଯାଇ ଫେରି ନ ଥିଲେ। ତେଣୁ ପରିବାର…

ବୈତରଣୀରେ ଜଳସ୍ତର ହ୍ରାସ: ଟଳିଲା ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ,୮।୯(ଡ଼ି.ଏନ୍‌.ଏ): ଭଦ୍ରକଦେଇ ପ୍ରବାହିତ ବୈତରଣୀ ନଦୀରେ ଶନିବାର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଥିଲା। ଆଖୁଆପଦାଠାରେ ବିପଦ ସଂକେତ ଅତିକ୍ରମ କରି ରାତି ୧୧ଟା ସୁଦ୍ଧା ଜଳସ୍ତର ୧୮.୧୩ ମିଟର ହୋଇଥିଲା। ଏହା କ୍ରମଶଃ ରାତି ୧୨ଟାରୁ କମିବା ଆରମ୍ଭ ହୋଇ…

ରେଙ୍ଗାଳି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କଣିହାଁ,୮।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଙ୍ଗାଳି ଡ୍ୟାମ୍‌ରୁ ରବିବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ୭ ନଂ ଗେଟ୍‌ ପୂର୍ବାହ୍ନ ୯ଟାରେ ଖୋଲାଯାଇଛି। ଡ୍ୟାମ୍‌ର ଜଳସ୍ତର ୧୨୨.୮୫ ମିଟର ଥିବାବେଳେ ଉପରମୁଣ୍ଡରୁ ୮୪୩.୨୫ ଘନମିଟର ଜଳ ପ୍ରବେଶ କରୁଛି। ଖୋଲାଯାଇଥିବା…

ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଭଣ୍ଡାରିପୋଖରୀ,୮।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଚୋରି ବଢ଼ିଚାଲିଛି। କିଛିଦିନ ତଳେ ଭଣ୍ଡାରିପୋଖରୀ ବଜାରର ବିଭିନ୍ନ ଦୋକାନରୁ ଚୋରି ହୋଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ମଞ୍ଜୁରୀ ପଞ୍ଚାୟତର ଗୋଟିଏ ଦିନରେ ୪ଟି ମନ୍ଦିରରୁ ଚୋରି ହୋଇଛି। ଚୋରମାନେ…

ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ପାଟଣା,୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ବୃଦ୍ଧ ଦମ୍ପତି ଘର ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବାବେଳେ କେହି ଦୁର୍ବୃତ୍ତ ସେମାନଙ୍କୁ ଅତି ଶୋଚନୀୟ ଭାବେ…

ଶ୍ରୀରାମପୁର ପୋଲ ଉପରେ ଆଣ୍ଠୁଏ ପାଣି ପ୍ରବାହିତ : ଗମନାଗମନ ବାଧାପ୍ରାପ୍ତ

କୋଟଗଡ଼,୮।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ସଦରମହକୁମାଠାରୁ ଶ୍ରୀରାମପୁର ପଞ୍ଚାୟତ ୩୫ କି.ମି। ତେବେ କୋଟଗଡ଼ ଆସିବା ପାଇଁ ଏହି ପୋଲ ପାର ହେବାକୁ ପଡ଼େ। ଲଗାଣ ବର୍ଷା ଯୋଗୁ ପୋଲ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାରୁ ଅଞ୍ଚଳବାସୀଙ୍କ ଯାତାୟାତ…

ବଲାଙ୍ଗୀର ଜିଲା ଚିଠି: ମରୁଡ଼ି ପରେ ବନ୍ୟା ଚିନ୍ତା

ବଲାଙ୍ଗୀର ଏକ ମରୁଡ଼ିପ୍ରବଣ ଜିଲା ଭାବେ ପରିଚିତ। ସ୍ବଳ୍ପ ବୃଷ୍ଟିପାତ କାରଣରୁ ଜିଲାରେ କ୍ରମାଗତ ମରୁଡ଼ି ଓ ଜଳସଙ୍କଟ ଏକ ସାଧାରଣ କଥା। ଖରାଦିନରେ ଗାଁ ଓ ସହର ଉତ୍ତପ୍ତ କଡ଼େଇରେ ପରିଣତ ହୋଇଯାଏ। ଲୋକେ ଅସହ୍ୟ କଷ୍ଟ ଭୋଗନ୍ତି। ଟିଟିଲାଗଡ଼…

ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ: ଗଗନୟାନରେ ମହାକାଶ ଯିବେ ବଲାଙ୍ଗୀରର ନିଖିଲ ରଥ

ବଲାଙ୍ଗୀର ଅଫିସ, ୮।୯: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ଗଗନୟାନ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି ା ମିଶନ୍‌ ଗଗନୟାନର ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ…

ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୮।୯: ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଆମିକସ୍‌ କ୍ୟୁରି ସ୍ବାଗତ କରିବା ପରେ ରବିବାର ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମଠ ଉପରେ ଥିବା ସିଂହଦ୍ୱାର ଥାନା…

ସାହସିକତା ପୁରସ୍କାର ପାଇଁ ୨ ଛାତ୍ରଙ୍କ ନାମ ସୁପାରିଶ

ଯାଜପୁର ଟାଉନ,୮।୯(ଡି.ଏନ.ଏ.)- କୋରେଇ ବ୍ଲକ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ଗଣେଶ ପୂଜାଦିନ ପୋଖରୀରେ ବୁଡ଼ି ଯାଉଥିବାବେଳେ ୨ଜଣ ୮ମ ଣ୍ରେଣୀ ଛାତ୍ର ତାଙ୍କୁ ଉଦ୍ଧାର କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ଉକ୍ତ ଦୁଇ ଛାତ୍ରଙ୍କ…

ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ବୋଲି ମାନିଲେ  ଯାଜପୁର ଜିଲାପାଳ: ୫-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଚିଠି

ଯାଜପୁର ଟାଉନ,୮।୯(ଡି.ଏନ.ଏ.)- ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ରୋଗୀସେବା ନିମନ୍ତେ ୫-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଶନିବାର ଚିଠି ଲେଖିଥିବା ଜଣାପଡିଛି। ଚିଠି (ନଂ. ୩୭୬/୭।୯।୨୦୧୯)ରେୁ ଜିଲାପାଳ ମୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?