ଆମ ଜିଲା ଖବର

ବିଭିନ୍ନ ସମସ୍ୟା ନେଇ କୁଚିଣ୍ଡା ବିଧାୟକଙ୍କୁ ଦାବିପତ୍ର

ଜମନକିରା,୧୬।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ଯୁବ ସଚେତନ ନାଗରିକ ସଂଘର କର୍ମକର୍ତ୍ତା ବିଭିନ୍ନ ସମସ୍ୟା ନେଇ ଗୁରୁବାର କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ସାପ୍ତାହିକୀ ବଜାରରେ ପାନୀୟଜଳ ବ୍ୟବସ୍ଥା, ଗୋଟିଲ…

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ପାଟପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିପୁର ଗ୍ରାମ ନିକଟ ମୁହାଣ ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିସ୍ତିପୁର ଗ୍ରାମ କିଶୋରନଗରର ବସନ୍ତ ଦାସ। ପ୍ରକାଶ ଯେ, ବସନ୍ତ କିଛି ବର୍ଷ ପୂର୍ବେ ବିବାହ…

୨୩ରୁ ଭିତରକନିକାରେ ପକ୍ଷୀଗଣନା ଆରମ୍ଭ

ରାଜନଗର,୧୬।୮(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ସମାଗମ ହୋଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ୭ ଦିନ ଧରି ଏହି ଗଣନା ଚାଲିବ। ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ଅତିରିକ୍ତ ବନ ସଂରକ୍ଷକ ସୁବ୍ରତ କୁମାର…

ରକ୍ଷାବନ୍ଧନ ପାଳିତ

ଶେରଗଡ଼,୧୫।୮(ଡି.ଏନ.ଏ.)-ଶେରଗଡ଼ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଗୁରୁବାର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଛାତ୍ରୀଛାତ୍ରମାନେ ରାଖୀ ଗୀତ ବୋଲିବା ପରେ ପରସ୍ପରକୁ ରାଖୀ ବାନ୍ଧି ମିଠା ଖୁଆଇଥିଲେ। ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା, ଗାୟତ୍ରୀ, ଝିନି, ସନ୍ଧ୍ୟା ପ୍ରମୁଖ ସହଯୋଗ କରିଥିଲେ।

ହୀରାକୁଦର ୨୦ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ.): ହୀରାକୁଦ ଜଳଭଣ୍ଡାରରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୦ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରୁ ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡ୍ୟାମ୍‌ର ଜଳସ୍ତର ୬୨୧.୮୫ ଫୁଟ ରହିଥିବା ଜଳସମ୍ପଦ ବିଭାଗ…

ଗଛରେ ରାଖୀ ବାନ୍ଧିଲେ ଛାତ୍ରୀ, ଅତିଥି, ଶିକ୍ଷୟିତ୍ରୀ

ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ମାଝି ବାଳିକା ବିଦ୍ୟାଳୟରେ ଗୁରୁବାର ସ୍ବାଧୀନତା ଦିବସ ଓ ରକ୍ଷାବନ୍ଧନ ପାଳନ କରାଯାଇଛି। ବିଦ୍ୟାଳୟ ପୂର୍ବତନ ସମ୍ପାଦକ ତଥା ଜିଲା ଭାଜପା ସଭାପତି ଗୋବିନ୍ଦ କୁମାର ଜୈନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ…

ସ୍ବାଧୀନତା ଦିବସରେ ଗାନ୍ଧିଜୀଙ୍କୁ ଅସମ୍ମାନ

ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍‌.ଏ.)-ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସମସ୍ତେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥାନ୍ତି। ଜାତୀୟ ପତାକା ଉତ୍ତୋଳନ ପରେ ସେମାନଙ୍କ ବଳିଦାନର କଥା ଚର୍ଚ୍ଚା ହୋଇଥାଏ। ଏହା ମଧ୍ୟରେ ସ୍ବାଧୀନତା ସଂଗ୍ରାମର ପୁରୋଧା କୁହାଯାଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଚନ୍ଦାହାଣ୍ଡିରେ…

ନନ୍ଦପୁରରେ ସ୍ବାଧୀନତା ଦିବସ

ନନ୍ଦପୁର, ୧୫।୮(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ନନ୍ଦପୁର ସଦର ମହକୁମାସ୍ଥିତ ସମସ୍ତ ବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ, ଅଭିଭାବକ, ସମସ୍ତ କାର୍ଯ୍ୟାଳୟ କର୍ମଚାରୀ ସକାଳ ୯ଟାରେ ସରକାରୀ…

ଗୁମ୍ମା ବ୍ଲକ କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ

ଗୁମ୍ମା, ୧୫।୮-ଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଡିଓ ନଟବର ଗରଡ଼ା, ସଡିପିଓ ଅନିତା ରାଣୀ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଜିଲା ପରିଷଦ ହିମାଂଶୁ ଲିମ୍ମା ଏବଂ ବିଭିନ୍ନ ଅନୁଷ୍ଠାନର…

ମଦ ବ୍ୟବସାୟୀଙ୍କୁ ସରକାରଙ୍କ ପ୍ରୋତ୍ସାହନ: ଆନ୍ଦୋଳନକୁ ଓହ୍ଲାଇଲା ବେଗୁନିଆ ଜନକଲ୍ୟାଣ ପ୍ରତିଷ୍ଠାନ

ବେଗୁନିଆ, ୧୫।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏଠାରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ ହେଉଛି। ଏଥିଯୋଗୁ ଗାଁଦାଣ୍ଡରେ ମଦ ବ୍ୟବସାୟୀମାନେ ଖୁଲମଖୁଲା ମଦ ବିକ୍ରି କରୁଛନ୍ତି।…

ଜିଲା ବିଦ୍ୟାଳୟସ୍ତରୀୟ ଫୁଟ୍‌ବଲ୍‌: ମଣ୍ଟଫୋର୍ଟ ସ୍କୁଲ ଚାମ୍ପିୟନ

ଢେଙ୍କାନାଳ ଅଫିସ, ୧୫।୮-ଢେଙ୍କାନାଳ ଷ୍ଟାଡିୟମ୍‌ରେ ଚାଲିଥିବା ଜିଲା ବିଦ୍ୟାଳୟସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟକୁ ୪-୨ ଗୋଲ୍‌ରେ ପରାସ୍ତ କରି ମଣ୍ଟଫୋର୍ଟ ସ୍କୁଲ ଚାମ୍ପିୟନ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ…

ସିଆର୍‌ପିଏଫ୍‌ କ୍ୟାମ୍ପରେ ସ୍ବାଧୀନତା ଦିବସ, ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮- ରାୟଗଡାସ୍ଥିତ ସିଆର୍‌ପିଏଫ୍‌ର ୪ର୍ଥ ବାଟାଲିୟନ କ୍ୟାମ୍ପରେ ଗୁରୁବାର ସ୍ବାଦୀନତା ଦିବସ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ୪ର୍ଥ ବାଟାଲିୟନ କମାଣ୍ଡାଣ୍ଟ ଓ୍ବାଇ.କେ ରାଜପୁତ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଇଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?