ଆମ ଜିଲା ଖବର

କଟକଣା ନ ମାନି କାରବାର

ଅନୁଗୋଳ ଅଫିସ, ୨୪।୪ ଅନୁଗୋଳ ଜିଲାରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ବିଶେଷକରି ଅନୁଗୋଳ, ତାଳଚେର ଓ କିଶୋରନଗର ବ୍ଲକରୁ ଦୈନିକ ଅଧିକ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ତେଣୁ ଏଠାରେ କରୋନା ଚେନ୍‌ ଭାଙ୍ଗିବାକୁ ଅନୁଗୋଳ ଓ ତାଳଚେର…

ଟିକା ନେବାକୁ ଆସି କଲବଲ

ଭୁବନ, ୨୪।୪(ଡି.ଏନ.ଏ.) କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ। ଟିକା ଯେପରି ନଷ୍ଟ ନ ହେବ ଏବଂ ହିତାଧିକାରୀମାନେ ଟିକା ପାଇପାରିବେ ସେଥିଲାଗି ସ୍ବତନ୍ତ୍ର ଗୁରୁତ୍ୱ…

ରାସ୍ତା ଉପରେ ଚାଷୀଙ୍କୁ ଝୁଣି ପକାଇଲା ବାର୍‌ହା: ଭିଡିଓ ଭାଇରାଲ

ଭଞ୍ଜନଗର,୨୩।୪: ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ମୁଦୁଲିପଲ୍ଲୀ ଅଞ୍ଚଳରେ ଏକ ବାର୍‌ହା ଜନବସତି ଆଡକୁ ଚାଲିଆସିଥିଲା। ସେତିକିବେଳେ ଜମିକୁ କାମ କରିବାକୁ ଯାଇ ଘରକୁ ଫେରୁଥିଲେ ସୁବାସ ବିଷୋୟୀ। ସେ ବାର୍‌ହା ହାବୁଡ଼ରେ ପଡିଯାଇଥିଲେ। ବାର୍‌ହାଟି ସୁବାସଙ୍କୁ ରାସ୍ତା ଉପରେ ଝୁଣିି…

ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ମୃତ

ଭବାନୀପାଟଣା/ଫୁଲବାଣୀ,୨୩।୪: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲୁବେନଗଡ଼ ଅଞ୍ଚଳରେ ଶୁକ୍ରବାର ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ମାଓବାଦୀମାନେ ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ଏସ୍‌ଓଜି…

ନିଜଆଡୁ ବଜାର ବନ୍ଦ କଲା ବ୍ୟବସାୟୀ ସଂଘ

ଟିଟିଲାଗଡ଼,୨୩।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ କରୋନାର ଦ୍ୱିତୀୟ ଲହର ଭୟ ସୃଷ୍ଟି କରିଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘର ଆହ୍ବାନ କ୍ରମେ ଗତ ବୁଧବାର ସନ୍ଧ୍ୟାରୁ ସୋମବାର ସକାଳ ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ବଜାର…

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ଆର୍‌ଆଇ

କର୍ଲାମୁଣ୍ଡା,୨୩।୪(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆର୍‌ଆଇ ରମେଶ ବରାଳ। ଏକ ଡିମାରକେଶନ ରିପୋର୍ଟ ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନାନୁଯାୟୀ, ରିଞ୍ଜା ଗ୍ରାମର ବିରଞ୍ଚି ଚୌଧୁରୀ କର୍ଲାମୁଣ୍ଡାଠାରେ ଥିବା…

ସପ୍ତାହନ୍ତ ଶଟ୍‌ଡାଉନ୍‌ ନେଇ ନୂଆ ଗାଇଡ୍‌ଲାଇନ୍‌

ପାରଳାଖେମୁଣ୍ଡି,୨୩।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶଟ୍‌ଡାଉନ୍‌ ସରକାର ଘୋଷଣା କରିଛନ୍ତି। ଏହି ଆଧାରରେ ଶନିବାର ଓ ରବିବାର ଦୁଇଦିନ ଗଜପତି ଜିଲା ସମେତ ପାରଳାଖେମୁଣ୍ଡି ସହର ମଧ୍ୟ ଶଟ୍‌ଡାଉନ ରହିବ। କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ଦିଆଯିବ…

କ୍ୱାରାଣ୍ଟାଇନ୍‌ରେ ରହିବେ ପଶ୍ଚିମବଙ୍ଗ ଫେରନ୍ତା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୩।୪(ଡି.ଏନ୍‌.ଏ.): ପଶ୍ଚିମବଙ୍ଗରୁ ଗଞ୍ଜାମକୁ ଫେରୁଥିବା ପ୍ରବାସୀମାନଙ୍କୁ ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି) ଖୋଲାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ଲକ ସ୍ତରରେ ନିହାତି ଭାବରେ…

କାଜୁ ଫ୍ୟାକ୍ଟ୍ରି ସିଲ୍‌ କଲା ପ୍ରଶାସନ

ପୁରୁଷୋତ୍ତମପୁର,୨୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଠାରେ ଥିବା କାଜୁ ଫ୍ୟାକ୍ଟ୍ରିରେ କୋଭିଡ୍‌ ଆଇନକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରି ଶତାଧିକ ମହିଳା ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯାଉଥିବା ବେଳେ ଏହି ଫ୍ୟାକ୍ଟ୍ରି ଉପରେ ପୁରୁଷୋତ୍ତମପୁର ପୋଲିସ ଏଏସ୍‌ଆଇ…

ଅନ୍‌ଲାଇନ୍‌ କ୍ଲାସ୍‌ରେ ପିଲାଙ୍କ ଉପସ୍ଥିତି କମ୍‌

ସାକ୍ଷୀଗୋପାଳ,୨୩।୪:(ସ୍ବ.ପ୍ର.): ଗତବର୍ଷ ମାର୍ଚ୍ଚ ମାସରେ ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ଶଟଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ଶିକ୍ଷାନୁଗୁଡ଼ିକ ବନ୍ଦ ରହିଥିଲା। ତେବେ ଅନ୍‌ଲାଇନ୍‌ ଜରିଆରେ ଶିକ୍ଷାଦାନ କରାଯାଇଥିଲା। କରୋନା ପ୍ରକୋପ କମିବା ପରେ ଗତ…

ଲୋକେ ପିଇବେ ଖୋଲା କୂଅ ପାଣି

ଯାଜପୁର ଅଫିସ,୨୩।୪: ଖରାର ପ୍ରକୋପ ସହିତ ତାଳ ଦେଇ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ବଢ଼ି ଚାଲିଛି। ଭୂତଳ ଜଳସ୍ତର କମିବାରେ ଲାଗିଛି। ଫଳରେ କୂଅ, ନଳକୂପ, ନଦୀ, ପୋଖରୀ ଶୁଖିବା ଆରମ୍ଭ ହୋଇଛି। ପାଣି ପାଇଁ ଗ୍ରାମାଞ୍ଚଳ ଲୋକେ…

ଜବରଦଖଲ: ହାତୀଯୋରରୁ ଜଳ ନିଷ୍କାସନ ହେଉନି

ନାଉଗାଁ,୨୩।୪(ସ୍ବ.ପ୍ର): ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ଭାତପଡାଠାରୁ ଉପତ୍ତ୍ତି ହୋଇଛି ହାତୀଯୋର। ଏହି ଯୋରଟି ଭାତପଢ଼ା ଦେଇ ଅଲଣା ପଞ୍ଚାୟତର ନହଡିପଡ଼ା, ମୁଣ୍ଡାଳୋ, ବେଣାପଡ଼ା ଦେଇ ଜାମୁଗାଁ ପଞ୍ଚାୟତ ଛତିଆନାଠାରେ ବାଉଁଶ ଯୋରି ସହ ସଂଯୁକ୍ତ ହୋଇଛି। ପୂର୍ବରୁ ଏହି ଯୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?