ସାମୁଦ୍ରିକ ଅଭୟାରଣ୍ୟରେ ମାଢ଼ୁଆ କଙ୍କଡ଼ା ଧରାଳିଙ୍କ ଭିଡ଼

ମହାକାଳପଡ଼ା,୧୯ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଢ଼ୁଆ କଙ୍କଡା ଧରାଳିଙ୍କ ଭିଡ଼ ଜମୁଛି। ସେମାନେ ଅଭୟାରଣ୍ୟ ଭିତରକୁ ବେଆଇନ ଭାବେ ପ୍ରବେଶ କରି ଅବାଧରେ କଙ୍କଡା ଧରିବା ସହ ମାଛ ମାରୁଛନ୍ତି। ଏହି ସୁଯୋଗରେ ସେମାନେ ଜଙ୍ଗଲରୁ କଞ୍ଚା କାଠ କାଟି ଡଙ୍ଗାରେ ଚାଲାଣ କରୁଥିବା ଅଭିଯୋଗ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର କେତେଜଣ ଅସାଧୁ କଙ୍କଡା ବ୍ୟବସାୟୀ ସ୍ଥାନୀୟ ଗରିବ ଜନଜାତି ଲୋକଙ୍କୁ କମ୍‌ ମୂଲ୍ୟ ଦେଇ ଶ୍ରମିକ ଭାବେ କାମରେ ଲଗାଉଛନ୍ତି। ସେହି ଶ୍ରମିକମାନେ ହୁକିଟୋଲା, ମାଦଳି, ଲଞ୍ଚ ଘୋଲା, ଷୋଳ ମୁହାଣ, ହେଟାମୁଣ୍ଡିଆ ସଂରକ୍ଷିତ, ବତିଘର ଜଙ୍ଗଲ, କଂସାରଡିଆ, ତଣ୍ଡା ଆଦି ଜଙ୍ଗଲ ଭିତରେ ବହି ଯାଉଥିବା ନଦୀରୁ ମାଛ ମାରିବା, କଙ୍କଡା ଧରିବା, ହରିଣ ଶିକାର ଆଦି କରୁଛନ୍ତି ା ସେହିପରି ବନ ବିଭାଗ ବନ ମହୋତ୍ସବ ପାଳନ କରୁଥିବା ବେଳେ ଏହି କଙ୍କଡା ଧରାଳିମାନେ ଡଙ୍ଗାରେ କାଠ ବୋଝେଇ କରି କୂଳକୁ ଫେରୁଛନ୍ତି। ସେମାନେ ଧରିଥିବା ମାଛ ଓ କଙ୍କଡ଼ାକୁ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଏହି ଅଞ୍ଚଳରେ ମାଢ଼ୁଆ କଙ୍କଡା ମୂଲ୍ୟ କେଜି ପ୍ରତି ୧ ହଜାରରୁ ୩ ହଜାର ଟଙ୍କାରେ ବିକ୍ରି ହେଉଛି। ବ୍ୟବସାୟୀମାନେ ସେହି କଙ୍କଡ଼ାକୁ ବଡ଼ ବାଉଁଶ ଝୁଡ଼ିରେ ପ୍ୟାକିଂ କରି ଟ୍ରକ୍‌ରେ କୋଲକାତା, ରାୟପୁର, ହାଇଦ୍ରାବାଦ ସମେତ ଦେଶର ପ୍ରମୁଖ ସହରର ନାମୀଦାମୀ ହୋଟେଲକୁ ଚାଲାଣ କରୁଛନ୍ତି। ମାଢ଼ୁଆ ପ୍ରଜାତି କଙ୍କଡାର ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବେଶ୍‌ ଚାହିଦା ରହିଛି। ପଞ୍ଚତାରକା ହୋଟେଲରେ ବିଦେଶୀମାନଙ୍କୁ ଏହି କଙ୍କଡ଼ାରେ ତିଆରି ବିଭିନ୍ନ ଖାଦ୍ୟ ପରଷା ଯାଉଛି। ତେବେ ମାଢ଼ୁଆ କଙ୍କଡ଼ା ବଉଳା କୁମ୍ଭାରଙ୍କ ମୁଖ୍ୟ ଖାଦ୍ୟ, ଏହି କଙ୍କଡ଼ାକୁ ରାଜନଗର ଅଞ୍ଚଳରେ ଧରିବା ନିଷେଧ କରାଯାଇଛି। ହେଲେ ମହାକାଳପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଚାଲିଥିବା ଏପରି ବ୍ୟବସାୟକୁ ରୋକିବାକୁ ବନବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ପରିବେଶବିତ୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିଦିନ ମାଢ଼ୁଆ କଙ୍କଡାଧରା ଚାଲିଥିବାରୁ ତାହା ପର୍ଯ୍ୟାୟକ୍ରମେ ବିଲୁପ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପରି କଙ୍କଡ଼ା ନ ମିଳିଲେ ବଉଳା କୁମ୍ଭୀରମାନେ ଖାଇବେ କ’ଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ଏକ ପ୍ରତିନିଧି ଦଳ ରାଜନଗର ଡିଏଫ୍‌ଓଙ୍କୁ ଭେଟି ଆଲୋଚନା କରିବେ ବୋଲି ପରିବେଶବିତ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ପାର୍ଶ୍ୱରେ ଗଦା ହୋଇଛି ମାଟି, ଯାତାୟାତରେ ସମସ୍ୟା

ପଟ୍ଟାଙ୍ଗୀ, ୭ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡ଼ରେ ମାଟି ଗଦାହୋଇ ରହିଛି।...

ଅଳିଆ ଗଦାରୁ ଶିଶୁପୁତ୍ରର ମୃତଦେହ ଠାବ

ଜୟପୁର,୨୯।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଏକ ଶପିଂ ମଲ ସମ୍ମୁଖରେ ଥିବା ଅଳିଆ ଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁଟିକୁ...

ଭିକୁଙ୍କ ସ୍ତ୍ରୀଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୨୦ା୮(ବ୍ୟୁରୋ) : ଗଞ୍ଜାମ ଜିଲା ଭଞ୍ଜନଗରରେ ଅଫିସ ଖୋଲି ଚାକିରି ଦେବା ଆଳରେ ବହୁ ଆଶାୟୀଙ୍କଠାରୁ ୧.୯୧ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ...

୧୧ଜଣିଆ ଅନ୍ତରୀଣ କମିଟି ଗଠିତ

କଟକ ଅଫିସ,୨।୬: ଲକ୍‌ଡାଉନ୍‌ ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଏଭଳି ସ୍ଥଳେ ଓକିଲ ସଂଘଗୁଡ଼ିକର...

କଳିଙ୍ଗା ଘାଟିରେ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ସୁରଟ୍‌ରୁ ଫେରୁଥିବା ବସ୍‌ର ରୁଟ୍‌ ବଦଳାଯିବ

ଭୁବନେଶ୍ୱର,୩।୫(ବ୍ୟୁରୋ): କଳିଙ୍ଗା ଘାଟିରେ ଦୁଇଟି ବସ୍‌ ଦୁର୍ଘଟଣା ହେବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘାଟି ରାସ୍ତା...

ଆଜି ଚକାଜାମ୍‌ ଆନ୍ଦୋଳନ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରବିବାର ସମଗ୍ର ଦେଶରେ ଚକାଜାମ୍‌ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶାରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଏହି...

ଆକ୍ରାନ୍ତ କଏଦୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଝାରପଡା ଜେଲ୍‌ରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଶତାଧିକ କଏଦୀ ଆକ୍ରାନ୍ତ ହୋଇଥିବାବେଳେ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ଜେଲ୍‌ ଆଇସୋଲେଶନ...

ବର୍ଷାଦିନେ ନଦୀବନ୍ଧ ପଥର ପ୍ୟାକିଂ : ସୂଚନା ଫଳକରେ ସୀମିତ ରହିଛି କାର୍ଯ୍ୟ

ନାଉଗାଁ,୧୪।୮(ସ୍ବ.ପ୍ର.): ନାଉଗାଁ ବ୍ଲକର ଗଜରାଜପୁର, ରୋହିଆ, ବଛାଳୋ, ଗଳଦାରୀ, ଶିଖର, ଓଷକଣା ଓ କୋରୁଅ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଦେବୀ ନଦୀ। ତଳିଆ...

Advertisement
Archives

Model This Week