ସାମୁଦ୍ରିକ ଅଭୟାରଣ୍ୟରେ ମାଢ଼ୁଆ କଙ୍କଡ଼ା ଧରାଳିଙ୍କ ଭିଡ଼

ମହାକାଳପଡ଼ା,୧୯ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଢ଼ୁଆ କଙ୍କଡା ଧରାଳିଙ୍କ ଭିଡ଼ ଜମୁଛି। ସେମାନେ ଅଭୟାରଣ୍ୟ ଭିତରକୁ ବେଆଇନ ଭାବେ ପ୍ରବେଶ କରି ଅବାଧରେ କଙ୍କଡା ଧରିବା ସହ ମାଛ ମାରୁଛନ୍ତି। ଏହି ସୁଯୋଗରେ ସେମାନେ ଜଙ୍ଗଲରୁ କଞ୍ଚା କାଠ କାଟି ଡଙ୍ଗାରେ ଚାଲାଣ କରୁଥିବା ଅଭିଯୋଗ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର କେତେଜଣ ଅସାଧୁ କଙ୍କଡା ବ୍ୟବସାୟୀ ସ୍ଥାନୀୟ ଗରିବ ଜନଜାତି ଲୋକଙ୍କୁ କମ୍‌ ମୂଲ୍ୟ ଦେଇ ଶ୍ରମିକ ଭାବେ କାମରେ ଲଗାଉଛନ୍ତି। ସେହି ଶ୍ରମିକମାନେ ହୁକିଟୋଲା, ମାଦଳି, ଲଞ୍ଚ ଘୋଲା, ଷୋଳ ମୁହାଣ, ହେଟାମୁଣ୍ଡିଆ ସଂରକ୍ଷିତ, ବତିଘର ଜଙ୍ଗଲ, କଂସାରଡିଆ, ତଣ୍ଡା ଆଦି ଜଙ୍ଗଲ ଭିତରେ ବହି ଯାଉଥିବା ନଦୀରୁ ମାଛ ମାରିବା, କଙ୍କଡା ଧରିବା, ହରିଣ ଶିକାର ଆଦି କରୁଛନ୍ତି ା ସେହିପରି ବନ ବିଭାଗ ବନ ମହୋତ୍ସବ ପାଳନ କରୁଥିବା ବେଳେ ଏହି କଙ୍କଡା ଧରାଳିମାନେ ଡଙ୍ଗାରେ କାଠ ବୋଝେଇ କରି କୂଳକୁ ଫେରୁଛନ୍ତି। ସେମାନେ ଧରିଥିବା ମାଛ ଓ କଙ୍କଡ଼ାକୁ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଏହି ଅଞ୍ଚଳରେ ମାଢ଼ୁଆ କଙ୍କଡା ମୂଲ୍ୟ କେଜି ପ୍ରତି ୧ ହଜାରରୁ ୩ ହଜାର ଟଙ୍କାରେ ବିକ୍ରି ହେଉଛି। ବ୍ୟବସାୟୀମାନେ ସେହି କଙ୍କଡ଼ାକୁ ବଡ଼ ବାଉଁଶ ଝୁଡ଼ିରେ ପ୍ୟାକିଂ କରି ଟ୍ରକ୍‌ରେ କୋଲକାତା, ରାୟପୁର, ହାଇଦ୍ରାବାଦ ସମେତ ଦେଶର ପ୍ରମୁଖ ସହରର ନାମୀଦାମୀ ହୋଟେଲକୁ ଚାଲାଣ କରୁଛନ୍ତି। ମାଢ଼ୁଆ ପ୍ରଜାତି କଙ୍କଡାର ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବେଶ୍‌ ଚାହିଦା ରହିଛି। ପଞ୍ଚତାରକା ହୋଟେଲରେ ବିଦେଶୀମାନଙ୍କୁ ଏହି କଙ୍କଡ଼ାରେ ତିଆରି ବିଭିନ୍ନ ଖାଦ୍ୟ ପରଷା ଯାଉଛି। ତେବେ ମାଢ଼ୁଆ କଙ୍କଡ଼ା ବଉଳା କୁମ୍ଭାରଙ୍କ ମୁଖ୍ୟ ଖାଦ୍ୟ, ଏହି କଙ୍କଡ଼ାକୁ ରାଜନଗର ଅଞ୍ଚଳରେ ଧରିବା ନିଷେଧ କରାଯାଇଛି। ହେଲେ ମହାକାଳପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଚାଲିଥିବା ଏପରି ବ୍ୟବସାୟକୁ ରୋକିବାକୁ ବନବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ପରିବେଶବିତ୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିଦିନ ମାଢ଼ୁଆ କଙ୍କଡାଧରା ଚାଲିଥିବାରୁ ତାହା ପର୍ଯ୍ୟାୟକ୍ରମେ ବିଲୁପ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପରି କଙ୍କଡ଼ା ନ ମିଳିଲେ ବଉଳା କୁମ୍ଭୀରମାନେ ଖାଇବେ କ’ଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ଏକ ପ୍ରତିନିଧି ଦଳ ରାଜନଗର ଡିଏଫ୍‌ଓଙ୍କୁ ଭେଟି ଆଲୋଚନା କରିବେ ବୋଲି ପରିବେଶବିତ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?