ଆମ ଜିଲା ଖବର

କୋଭିଡ୍‌ ହସ୍ପିଟାଲକୁ ଗଞ୍ଜାମ ଜିଲାପାଳଙ୍କ ଅଚାନକ ଗସ୍ତ: ପରିଦର୍ଶନ ପରେ କହିଲେ ‘ଏମ୍‌କେସିଜିରେ ଅକ୍ସିଜେନ ଅଭାବ ଖବର ମିଥ୍ୟା’

ଛତ୍ରପୁର,୨୪।୪(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ। ପିପିଇ କିଟ୍‌ ପିନ୍ଧି ଜିଲାପାଳ ଉକ୍ତ କୋଭିଡ୍‌ ହସ୍ପିଟାଲ ମଧ୍ୟକୁ ପ୍ରବେଶ କରି ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ବିଷୟରେ ପଚାରି…

ପୁରୁଷୋତ୍ତମପୁର ସହର ଜନଶୂନ୍ୟ

ପୁରୁଷୋତ୍ତମପୁର,୨୪।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏହା କଡ଼ାକଡ଼ି ଭାବରେ ପାଳନ କରାଯାଇଛି। ପ୍ରଶାସନ ଓ ପୋଲିସ ପକ୍ଷରୁ ସହରରେ ପଇଁତରା ମରାଯାଉଛି। ଜନସାଧାରଣ…

ବିନା ଅନୁମତିରେ ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ବସ୍‌ ପଶି ଅଡୁଆରେ ପଡ଼ିଲା

ପାଟଣା,୨୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବଜାର ନିକଟରୁ ପଶ୍ଚିମବଙ୍ଗରୁ ବେଆଇନ ଭାବେ ପଶିଥିବା ଏକ ବସ୍‌କୁ ଶନିବାର ସକାଳୁ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ଅଟକ ରଖି ତୁରୁମୁଙ୍ଗା…

ଅପହୃତ ଏଏସ୍‌ଆଇଙ୍କୁ ହତ୍ୟା କଲେ ମାଓବାଦୀ, ଅଟକାଇଲେ ଯାତ୍ରୀବାହୀ ଟ୍ରେନ୍‌; ଲଗାଇଲେ ପୋଷ୍ଟର

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଜଣେ ପୋଲିସ ଏଏସ୍‌ଆଇଙ୍କୁ ଅପହରଣର ତିନିଦିନ ପରେ ମାଓବାଦୀମାନେ ଶୁକ୍ରବାର ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି। ଡିଆରଜି ଯବାନ ଭାବେ କାର୍ଯ୍ୟ କରୁଥିବା ମୁରଲି ତାତି ଗତ ଛୁଟିରେ ନିଜ ଗଁା ବିଜାପୁର…

ମେ’ ୧୫ ଯାଏ ବନ୍ଦ ହେଲା ଜଗା ଦର୍ଶନ

ପୁରୀ ଅଫିସ,୨୪।୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ମେ’ ୧୫ ଯାଏ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନ ଉପରେ କଟକଣା ଲାଗିଥିବା ନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।…

ଗଜପତିରେ ସପ୍ତାହାନ୍ତ ଶଟ୍‌ଡାଉନ୍‌: ରାସ୍ତାଘାଟ ଖାଁ ଖାଁ

ପାରଳାଖେମୁଣ୍ଡି,୨୪।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଶନିବାର ଗଜପତି ଜିଲାର ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିିରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆରମ୍ଭ ହୋଇଛି । ମେଡିକାଲ ଓ ଅତ୍ୟାବଶ୍ୟକ ସେବାକୁ କଟକଣା ନ ଥିବା ବେଳେ ବିନା କୌଣସି କାରଣ ନ…

ଶଟ୍‌ଡାଉନ୍‌ରେ ଗଞ୍ଜାମ ସହର ପ୍ରଭାବିତ

ଗଞ୍ଜାମ,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ସପ୍ତାହକୁ ଦୁଇଦିନ ଅର୍ଥାତ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଗଞ୍ଜାମ ସହର ଶଟ୍‌ଡାଉନରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବଡ଼ ବଜାର ଓ ସାନ ବଜାରର…

ଜୀବନ ଜୀବିକା ଦୋଛକିରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪।୪: ଶନିବାର ଓ ରବିବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବାକୁ ସପ୍ତାହାନ୍ତ କଟକଣା ଶୁକ୍ରବାର ରାତ୍ରି କର୍ଫୁରୁ ଏକ ପ୍ରକାର ଆରମ୍ଭ ହୋଇଛି। ସହର ମଧ୍ୟରେ ଦୋକାନ ବଜାର ବନ୍ଦ ରହିବା…

ଅନିଶ୍ଚିତତାରେ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜଗତ୍‌ସିଂହପୁର ଅଫିସ,୨୪।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ଚଳିତବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ବାତିଲ କରି ଦିଆଯାଇଛି। ଆଗକୁ କେବେ ପରୀକ୍ଷା ହେବ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।…

କରୋନା ଭୟ: ସମୁଦ୍ର ଜଳପଥ ଭରସା

ମହାକାଳପଡ଼ା,୨୪।୪ (ଡି.ଏନ.ଏ.): ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ କରୋନା ପଜିଟିଭ ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇଛି। ଏବେ ଓଡ଼ିଶାରେ ମଧ୍ୟ ସଂକ୍ରମଣର ମାତ୍ରା ଦିନକୁଦିନ…

ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନି: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହାଇଦର

କଟକ ଅଫିସ,୨୪।୪: କରୋନାରେ ଆକ୍ରାନ୍ତ ହୋଇଥିବା ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦରଙ୍କୁ ଚୌଦ୍ୱାର ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ଅଧିକ ଚିକିତ୍ସା ଲାଗି ସେ ଶୁକ୍ରବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ରେକର୍ଡପତ୍ର ଜେଲ କର୍ତ୍ତୃପକ୍ଷଙ୍କଠାରୁ ମଗାଇବାକୁ…

ଗଳାବାଟ ଦେଇ ପଶିଆସୁଛନ୍ତି ପ୍ରବାସୀ

ଜଳେଶ୍ୱର, ୨୪।୪(ଡି.ଏନ.ଏ.)-କରୋନା ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଶା-ପଶ୍ଚିମବଙ୍ଗ ଉପାନ୍ତ ସିଲ୍‌ କରାଯାଇଥିଲେ ମଧ୍ୟ ଏବେବି ବହୁ ସ୍ଥାନରେ ଗଳାବାଟ ମୁକୁଳା ପଡିଛି ା ଏହି ଗଳାବାଟ ଦେଇ ପଶ୍ଚିମବଙ୍ଗ ପ୍ରବାସୀ ଓଡ଼ିଶା ମଧ୍ୟକୁ ପଶିଆସୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?