ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଆଜି

ପୁରୀ ଅଫିସ,୧୯ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଲୀଳାଖେଳା ସରି ଆସୁଛି। ଆଉ ଦିନକ ପରେ ମଙ୍ଗଳବାର ଆଡ଼ପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିିବେ ଚତୁର୍ଦ୍ଧାମୂର୍ତ୍ତି। ସୋମବାର ନବମୀ ସନ୍ଧ୍ୟା ଦର୍ଶନ। ତେବେ କଟକଣା ଯୋଗୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ବଞ୍ଚିତ ହେବେ। ତେଣୁ ଭକ୍ତଙ୍କ ମନରେ ନିରାଶା ଭାବ ଛାଇଯାଇଛି। ଶରଧାବାଲି ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ଗହଳଚହଳ ନାହିଁ। ସୋମବାର ପହୁଡ଼ ଆଳତି ପରେ ଦଇତାପତି ସେବାୟତଙ୍କ ଦ୍ୱାରା ବାହୁଡ଼ାଯାତ୍ରା ପାଇଁ ସେନାପଟା ଲାଗି, ବାହୁଟକଣ୍ଟ ଲାଗି ଆଦି ବିଶେଷ ନୀତି କରାଯିବ। ସେହିଭଳି ପହଣ୍ଡି ପାଇଁ କୋଠସୁଆଁସିଆ ସେବାୟତମାନେ ରତ୍ନସିଂହାସନରେ ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ କରିବେ। ଅନ୍ୟପକ୍ଷରେ ବାହୁଡ଼ାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସୋମବାର ମହାପ୍ରଭୁଙ୍କ ସେନାପଟା ଲାଗି ଓ ପହଣ୍ଡି ପାଇଁ ଜନ୍ମବେଦି ତଳେ କୋଠ ସୁଆଁସିଆଙ୍କ ଦ୍ୱାରା ଚାରମାଳ ବନ୍ଧାଯିବ। ମଙ୍ଗଳବାର କଡ଼ା କଟକଣା ଭିତରେ ବାହୁଡ଼ାଯାତ୍ରା ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ସ୍କୁଲ ପିଲାଙ୍କୁ ପ୍ରୋତ୍ସାହନ: ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ିବାକୁ ମିଳିବ ୧୫% ସଂରକ୍ଷଣ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ଡାକ୍ତରୀ, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାରେ ନାମଲେଖା ପାଇଁ ସରକାରୀ ହାଇସ୍କୁଲ ପିଲାଙ୍କୁ ୧୫% ସ୍ଥାନ ସଂରକ୍ଷଣ ମିଳିବ। ଏ ନେଇ ମଙ୍ଗଳବାର ବିଧାନସଭାରେ...

ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ତଳେ ଫସି ରହିଛନ୍ତି ୨

ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ...

ବାଜା ବଜେଇ ୪ ଅଲିମ୍ପିଆନଙ୍କୁ ଗାଁକୁ ନେଲେ

ଝାରସୁଗୁଡ଼ା ଅଫିସ,୨୧ା୮: ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିଥିବା ରାଜ୍ୟର ୪ଜଣ ଖେଳାଳି ପୁରୁଷ ହକି ଦଳର ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ...

ଏମ୍‌ପି ଅନୁଭବ ମହାନ୍ତିଙ୍କୁ ମହିଳା କମିଶନଙ୍କ ନୋଟିସ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ)-କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଏବେ ଚରମ ସୀମାରେ ପହଞ୍ଚତ୍ଛି।...

ଖାକିରେ କଳଙ୍କ: ବଳାତ୍କାର ପରେ ନାବାଳିକା ଝିଆରି ୫ ମାସର ଗର୍ଭବତୀ, ହାବିଲଦାରଙ୍କୁ ବାନ୍ଧିଲା କ୍ୟାପିଟାଲ ପୋଲିସ

ଭୁବନେଶ୍ୱର, ୫।୩(ବ୍ୟୁରୋ): ଖାକିରେ କଳଙ୍କ। ଜଣେ ହାବିଲଦାରଙ୍କ ନାମରେ ଆସିଛି ବଳାତ୍କାର ଅଭିଯୋଗ। ସେ ହେଲେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ହାବିଲଦାର ବିଜୟ ପେଟି ।...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୯ ଜୁଆଡ଼ି ଗିରଫ, ୮୫ ହଜାର ୫୦୦ ଟଙ୍କା ଜବତ

ଛତ୍ରପୁର, ୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ମାଣ୍ଡିଆପଲ୍ଲୀ ଟାଟା ପ୍ରକଳ୍ପ ନିକଟ ଏକ ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ନେଇ ଚମାଖଣ୍ଡି ଥାନା ପୋଲିସକୁ ଶୁକ୍ରବାର ସନ୍ଧ୍ୟାରେ...

ଆଗେଇପାରୁନି ଆଚାର୍ଯ୍ୟ ବିହାର-ବାରଙ୍ଗ ସମାନ୍ତରାଳ ରାସ୍ତା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ହୁ ହୁ ବଢୁଛି ରାଜଧାନୀର ଜନସଂଖ୍ୟା। ପରିବ୍ୟାପ୍ତ ହୋଇଚାଲିଛି ସହରର ଆକାର। ସ୍ମାର୍ଟସିଟି ହେବାପରଠାରୁ ଭୁବନେଶ୍ୱରରେ ରହିବାକୁ ରାଜ୍ୟ ତଥା ବାହାରୁ ଲୋକଙ୍କ ସୁଅ...

ବସ୍ତାନି ବୋଝ ଯାଞ୍ଚ: ରାଜଧାନୀର ୨ ସ୍କୁଲରେ ପହଞ୍ଚିଲେ ସ୍ବତନ୍ତ୍ର ସ୍କ୍ବାଡ୍‌

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ସ୍କୁଲ ପିଲାଙ୍କ ବ୍ୟାଗ ବୋଝ ନେଇ ଆରମ୍ଭ ହୋଇଛି ତତ୍ପରତା। ଏ ନେଇ ବୁଧବାର ରାଜଧାନୀରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ପହଞ୍ଚି ସ୍କୁଲ...

Advertisement
Archives

Model This Week