ମୟୂରଭଞ୍ଜର ଶିଶୁ କନ୍ୟାଙ୍କ ନାମରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ

ବାରିପଦା ଅଫିସ,୧୮ା୭: ବିଚକ୍ଷଣ ପ୍ରତିଭାର ପରିଚୟ ଦେଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲାର କୁନି ଝିଅ ଶ୍ରେୟାସୀ ମହାନ୍ତ। ମାତ୍ର ଅଢେଇ ବର୍ଷ ବୟସରେ ଅସାଧାରଣ ସ୍ମରଣ ଶକ୍ତିର ଅଧିକାରୀ ଶ୍ରେୟାସୀଙ୍କୁ ଶନିବାର ମେଡାଲ, ପ୍ରମାଣପତ୍ର, ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ପୁସ୍ତକ ସହିତ ପରିଚୟପତ୍ର ମିଳିଛି। କଳା ଓ ସଂସ୍କୃତିର ମାଟି ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଘାଗରବେଡ଼ା ପଞ୍ଚାୟତ ବାଟିସାହିର ବାପା ସୁବ୍ରତ ମହାନ୍ତ ଓ ମା’ ତୃପ୍ତିଲତାଙ୍କ ଝିଅ ଶ୍ରେୟାସୀ।
୨ବର୍ଷ ୭ମାସର କୁନି ଝିଅ ଶ୍ରେୟାସୀ ଇଂଲିଶ ବର୍ଣ୍ଣମାଳାର ଏରୁ ଜେଡ୍‌ ପର୍ଯ୍ୟନ୍ତ ସ୍ପଷ୍ଟ ଉଚ୍ଚାରଣ କରିବା ସହିତ ୧୦ ପ୍ରକାର ପ୍ରାଣୀ, ୭ ଖାଦ୍ୟ, ୭ ରଙ୍ଗ, ସପ୍ତାହର ୭ଦିନ, ଓଡ଼ିଆ ବର୍ଣ୍ଣମାଳାର ୧୦ଟି ଅକ୍ଷର ସ୍ପଷ୍ଟ ଚିହ୍ନଟ କରି କହି ପାରୁଛନ୍ତି। ଏ ସଂକ୍ରାନ୍ତୀୟ ଏକ ଭିଡିଓ ଗତ ଜୁନ ୨୧ରେ ବାପା ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସକୁ ପଠାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବା ପରେ ଚୂଡାନ୍ତ ପର୍ଯ୍ୟାୟରେ ଜୁନ ୨୩ରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିବା ନେଇ ତାଙ୍କ ନାମ ଘୋଷଣା ହୋଇଥିଲା  । ଜୁଲାଇ ୧୭ରେ ତାଙ୍କ ନିକଟକୁ ସମସ୍ତ ପ୍ରମାଣପତ୍ର ଆସିବା ପରେ ପରିବାର ତଥା ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଶ୍ରେୟାସୀଙ୍କ ବାପା ସୁବ୍ରତ ଦିଲ୍ଲୀଠାରେ ଇଣ୍ଡୋ-ତିବ୍ବତାନ (ଆଇଟିବିପି)ର ପାରାମେଡିକାଲ ବିଭାଗରେ କାର୍ଯ୍ୟରତ। ତାଙ୍କ ମା’ ଜଣେ ଗୃହିଣୀ। ଶ୍ରେୟାସୀ ବର୍ତ୍ତମାନ ମା’ବାପାଙ୍କ ସହିତ ଦିଲ୍ଲୀରେ ରହୁଛନ୍ତି। ଅଳ୍ପ ବୟସରେ ନୂଆ ଜିନିଷ ଶିଖିବାରେ ଆଗ୍ରହ ଓ ବିଚକ୍ଷଣ ସ୍ମୃତିଶକ୍ତି ପାଇଁ ଶ୍ରେୟାସୀଙ୍କୁ ଏହି ସଫଳତା ମିଳିଛି। ଏତେ କମ୍‌ ବୟସରେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନାମ ଯୋଡ଼ିଥିବାରୁ କେବଳ ମୟୂରଭଞ୍ଜ ନୁହେଁ ସମଗ୍ର ଭାରତବର୍ଷରେ ଗୌରବ ବୃଦ୍ଧି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri