ଚାଇନାକୁ ଲମ୍ବିଛି ଭାଲୁ ର଼୍ୟାକେଟ
ଖୋର୍ଦ୍ଧା ଅଫିସ,୨୫ା୪: ଖୋର୍ଦ୍ଧାର ପିତାପଲ୍ଲୀ-ଗଙ୍ଗପଡ଼ା ରାସ୍ତା ପାର୍ଶ୍ୱସ୍ଥ ଭୁଆସୁୁଣୀ ମନ୍ଦିର ନିକଟରୁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଗତ ଗୁରୁବାର ୫ଟି ଭାଲୁଛୁଆକୁ ଉଦ୍ଧାର କରିଥିଲେ। ସେହିପରି ଉକ୍ତ ଦିନ ସନ୍ଧ୍ୟାରେ ଗଡ଼ଖୋର୍ଦ୍ଧାରୁ ୨ଟି ଭାଲୁଛୁଆକୁ ଉଦ୍ଧାର କରାଯାଇଥିଲା। ସମସ୍ତ ଭାଲୁଛୁଆକୁ ନନ୍ଦନକାନନକୁୁ…
ନାଲ୍କୋ କଲୋନିରେ ଜବରଦଖଲ
ବଅଁରପାଳ,୨୫ା୪(ଡି.ଏନ.ଏ.): ନବରତ୍ନପ୍ରାପ୍ତ ଅନୁଗୋଳ ଜିଲା ନାଲ୍କୋ ପ୍ଲାଣ୍ଟର କାର୍ଯ୍ୟରତ କର୍ମଚାରୀମାନଙ୍କ ରହିବା ନିମନ୍ତେ ଟାଉନଶିପ୍ରେ ରହିଛି ନାଲ୍କୋ କଲୋନି। ଏଠାରେ ୫ ହଜାରରୁ ଅଧିକ କର୍ମଚାରୀ ରହୁଛନ୍ତି। ସେହିପରି ବହୁ ସରକାରୀ ଅଧିକାରୀଙ୍କୁ ନାଲ୍କୋ କ୍ୱାର୍ଟର୍ସ ଯୋଗାଇ ଦେଇଛି। କଲୋନିରେ ରହୁଥିବା…
ସୀମାନ୍ତରେ ମୁହାଁମୁହିଁ ସ୍ଥିତି: ଓଡ଼ିଶା ପୋଲିସ ଉପରକୁ ବିଛୁଆତି ଫିଙ୍ଗିଲେ ପଶ୍ଚିମବଙ୍ଗବାସୀ
ଭୋଗରାଇ, ୨୫।୪(ଡି.ଏନ.ଏ.): ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ପ୍ରତି ବିପଦ ଦେଖାଦେଇଛି। ଏହି ମାରାମତ୍କ ଭୂତାଣୁ ଅଧିକ ଘାତକ ସାବ୍ୟସ୍ତ ହେଉଥିବାରୁ ଓଡ଼ିଶା ସରକାର ଆଗୁଆ ସତର୍କତା ସ୍ବରୂପ ବାଲେଶ୍ୱର ଏବଂ…
ହସ୍ତକଳା କରିଛି ସ୍ବାବଲମ୍ବୀ
ଚିତ୍ରଡ଼ା,୨୫।୪(ଡି.ଏନ.ଏ.)- ହାଣ୍ଡିଶାଳରୁ ମହାକାଶ। ଘର ଅଗଣାରୁ ସଂସଦ ଭବନ। ସବୁ କ୍ଷେତ୍ରରେ ନାରୀ ନିଜର ରାକାଷ୍ଠା ପ୍ରତିପାଦିତ କରିଆସୁଛନ୍ତି। ଅବଳା ଦୁର୍ବଳା ଶବ୍ଦ ଆଜିର ନାରୀ ଆଗରେ ହାର ମାନିଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା…
ଟଙ୍କା ଦେଇ ଟିକାକୁ ନା’
ଅନୁଗୋଳ ଅଫିସ, ୨୫।୪: କୋଭିଡ୍ରୁ ବର୍ତ୍ତିବା ପାଇଁ ଟିକା ନେବା ଜରୁରୀ। ଏ ନେଇ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କିପରି ଅଧିକରୁ ଅଧିକ ଲୋକଙ୍କୁ ଶୀଘ୍ର ଟିକାକରଣ କରାଯିବ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସରକାରୀ…
କାର୍ଯ୍ୟକ୍ଷମ ହେବ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ
ଯାଜପୁର ଅଫିସ,୨୫ା୪: ଦେଶର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ଅଭାବରୁ ଲୋକେ ମରୁଛନ୍ତି। ନାସିକ କୋଭିଡ୍ ହସ୍ପିଟାଲରେ ବୁଧବାର ଅକ୍ସିଜେନ ଅଭାବରୁ ୨୪ ଜଣ ଏବଂ ଗତ ୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୦ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ ଯାଜପୁର…
୧୦ ଫୁଟର ଅହିରାଜ ଉଦ୍ଧାର
ବାଲିଗୁଡ଼ା,୨୪ା୪: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସଗଡ଼ିଆ ସାହିରୁ ଶନିବାର ୧୦ଫୁଟର ଲମ୍ବର ଏକ ଅହିରାଜ ସାପ ବନ ବିଭାଗ ଉଦ୍ଧାର କରିଛି। କୋଟଗଡ଼ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ବିଷଧର ଅହିରାଜକୁ ଦେଖି କୋଟଗଡ଼…
ସଙ୍ଘବଦ୍ଧ ଆକ୍ରମଣ: ମହିଳାଙ୍କ ସମେତ ୪ ଆହତ
ଛତ୍ରପୁର,୨୪ା୪: ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଧୀନ ଅଗସ୍ତିନୂଆଗାଁରେ ଶନିବାର ରାତି ପ୍ରାୟ ସାଢେ ୮ଟାରେ ସଂଘବଦ୍ଧ ଆକ୍ରମଣରେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଝୁନୁ ଗୌଡ଼, ବିନାୟକ ଗୌଡ଼, ନୀବାସୀ ଗୌଡ଼ ଓ…
କଟକଣାକୁ ଫୁ: ଲୋକେ ଉତ୍ସାହିତ ହୋଇ ସ୍ବାଗତ କଲେ ବୋଲି କହିଲେ ବିଧାୟିକା
ବରଗଡ଼ ଅଫିସ,୨୪।୪: କରୋନା ମୁକାବିଲା ପାଇଁ କଟକଣାକୁ କଡାକଡି କରାଯାଇଛି। ହେଲେ ବରଗଡ଼ ଜିଲା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଅତାବିରା ନିର୍ବାଚନ ମଣ୍ଡଳୀ ଅଧୀନ ଭେଡ଼େନ ବ୍ଲକର ଥୁଆପାଲି ଏବଂ ଗୁରୁପାଲି ଗ୍ରାମରେ…
ସ୍ତ୍ରୀଙ୍କୁ କଇଁଚିରେ ଆକ୍ରମଣ କଲା ସ୍ବାମୀ
ଚୌଦ୍ୱାର,୨୪ା୪(ଡି.ଏନ୍.ଏ.)- ଚୌଦ୍ୱାର ଥାନା ଅଧୀନ ଖର୍ଦ୍ଧାସାହି ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ କଇଁଚିରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନା ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଖର୍ଦ୍ଧାସାହି ଅଞ୍ଚଳର ଫକୀର ସାହୁ ନାମକ ଜଣେ…
ଔଷଧ ଦୋକାନରେ ଗୁଟ୍ଖା, ସିଗାରେଟ୍ ବିକ୍ରି
ଭଦ୍ରକ ଅଫିସ, ୨୪।୪: ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍ଖା ଓ ସିଗାରେଟ୍। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଔଷଧ ଦୋକାନକୁ ୭ ଦିନ ପାଇଁ ସିଲ୍ କରାଯାଇଛି। ଭଦ୍ରକ…
ବିଧାୟକଙ୍କ ନାମରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗ
ଝାରସୁଗୁଡ଼ା ଅଫିସ,୨୪ା୪: ବ୍ରଜରାଜନଗର ବିଧାୟକ ତଥା ବିଜେଡି ଜିଲା ସଭାପତି କିଶୋର କୁମାର ମହାନ୍ତି ଏବଂ ବିଜେଡି କର୍ମୀ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ସାଧାରଣ ସମ୍ପାଦକ ଜୀବନ ସାର୍ଥକ ଦାସ…

