ପୁରୀ ଅଫିସ,୧୯।୭: ବାହୁଡ଼ା ଯାତ୍ରା ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ପୋଲିସର ପ୍ରସ୍ତୁତି ଓ କଟକଣା କାର୍ଯ୍ୟକାରୀ ସମ୍ପର୍କରେ ରବିବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ବି.କେ. ଶର୍ମା ପୁରୀ ଆସି ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଏସ୍ପିଙ୍କ ସମେତ ପୋଲିସ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଏସ୍ପିଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟାପ୍ ଦେଖିଛନ୍ତି। ରଥଯାତ୍ରା ସମୟରେ ହୋଇଥିବା ସମସ୍ୟାର ସମାଧାନ ଉପରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶର୍ମା ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଓ ଲଜରେ ପୋଲିସ ପହଞ୍ଚି ଯାଞ୍ଚ କରିଛି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶର୍ମା କହିଛନ୍ତି, ରଥଯାତ୍ରାରେ ପୁରୀ ସହରବାସୀଙ୍କ ସମର୍ଥନ ପାଇଁ ଧନ୍ୟବାଦ। ବାହୁଡ଼ା ଯାତ୍ରା ଓ ସୁନାବେଶରେ ପୁରୀ ସହରବାସୀଙ୍କଠାରୁ ଏହି ଭଳି ଭାବେ ଶୃଙ୍ଖଳିତ ଆଚରଣ ଆଶା କରୁଛୁ। ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାରେ ଜୋରସୋରରେ ଲାଗିଛନ୍ତି ଓ ଆସନ୍ତା ବାହୁଡ଼ା ଯାତ୍ରା ଓ ସୁନାବେଶ ମଧ୍ୟ ସୁରୁଖୁରରେ ହେବ ବୋଲି ଆଶା ରହିଛି। ଲଜ୍ ଓ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇଛି। ଆସନ୍ତା ୨୧ ତାରିଖ ରାତ୍ର ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ସମୟରେ କାହାରିକୁ ହୋଟେଲ୍, ଧର୍ମଶାଳା ଓ ଲଜ୍ ଇତ୍ୟାଦିରେ ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନଧିକାର ପ୍ରବେଶ ନେଇ ସୂଚନା ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଏସ୍ପି କନୱର ବିଶାଲ ସିଂ କହିଛନ୍ତି, ବାହୁଡ଼ା ଯାତ୍ରାରେ ଅନଧିକାର ପ୍ରବେଶ ରୋକିବା ପାଇଁ ପୁରୀ ପୋଲିସ ନୂଆ ପନ୍ଥା ଆପଣାଇଛି। ବଡ଼ଦାଣ୍ଡରେ ୨୨ଟି ଟିମ୍ ରହିବେ। ଉଭୟ ପାର୍ଶ୍ୱରେ ୧୧ଟି ଲେଖାଏ ଟିମ୍ ରହିବେ। ପ୍ରତି ଟିମ୍ରେ ମାଜିଷ୍ଟ୍ରେଟ୍, ଭିଡିଓଗ୍ରାଫର୍, ମେଗାଫୋନ୍ ଓ ପୋଲିସ କର୍ମଚାରୀମାନେ ନିୟୋଜିତ ହେବେ। ଏଥିସହ ତିନୋଟି ଚେକିଂ ଟିମ୍ ବଡ଼ଦାଣ୍ଡରେ ଚଲାବୁଲା କରି ନଜର ରଖିବେ। କାହାରି ଉପରେ ସନ୍ଦେହ ହେଲେ ତୁରନ୍ତ ସମ୍ପୃୃକ୍ତ ବ୍ୟକ୍ତିକୁ ଅଟକ ରଖାଯାଇ ପଚରାଉଚରା କରାଯିବ। ତିନି ରଥ ପାଖରେ ଏହି ତିନୋଟି ଟିମ୍ ରହିବ। ତେବେ ଭିଡିିଓଗ୍ରାଫର୍ ଯେକୌଣସି ସ୍ଥାନରେ ବୁଲୁଥିବା ଲୋକଙ୍କ ଫଟୋ ଏବଂ ଭିଡିିଓ କରିବେ। ପୁରୀ ସିଟି ଡିଏସ୍ପି ଜନାର୍ଦ୍ଦନ ପାଢୀ କହିଛନ୍ତି ବାହାର ଲୋକ ଯେଉଁଭଳି ଭାବେ ପୋଲିସ ପ୍ରଶାସନର ନଜରରୁ ଖସି ନ ଯିବେ ସେନେଇ ସମସ୍ତ ଉଦ୍ୟମ କରାଯାଉଛି। କେବଳ ଜରୁରିକାଳୀନ ସେବା ଉଦ୍ଦେଶ୍ୟରେ ବାହାରୁ ଆସିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କଟକଣାକୁ କୋହଳ କରାଯିବ। ମାତ୍ର ସମ୍ପୃୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ସହଯୋଗ କରିବେ। ସ୍ବତନ୍ତ୍ର କରିଡର ଜରିଆରେ ସେମାନଙ୍କୁ ଜରୁରିକାଳୀନ ସୁବିଧା ଯୋଗାଇ ଦିଆଯିବ।
ବାହୁଡ଼ା ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବାହାର ଲୋକଙ୍କ ଉପରେ ନଜର ରଖିବ ୨୨ ଟିମ୍
ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….
ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…
ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…
ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…
ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…
ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା
ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…
ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ
ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…
ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି
ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…
ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ
ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

