ବାହୁଡ଼ା ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବାହାର ଲୋକଙ୍କ ଉପରେ ନଜର ରଖିବ ୨୨ ଟିମ୍‌

ପୁରୀ ଅଫିସ,୧୯।୭: ବାହୁଡ଼ା ଯାତ୍ରା ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ପୋଲିସର ପ୍ରସ୍ତୁତି ଓ କଟକଣା କାର୍ଯ୍ୟକାରୀ ସମ୍ପର୍କରେ ରବିବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ବି.କେ. ଶର୍ମା ପୁରୀ ଆସି ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଏସ୍‌ପିଙ୍କ ସମେତ ପୋଲିସ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଏସ୍‌ପିଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟାପ୍‌ ଦେଖିଛନ୍ତି। ରଥଯାତ୍ରା ସମୟରେ ହୋଇଥିବା ସମସ୍ୟାର ସମାଧାନ ଉପରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶର୍ମା ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଓ ଲଜରେ ପୋଲିସ ପହଞ୍ଚି ଯାଞ୍ଚ କରିଛି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶର୍ମା କହିଛନ୍ତି, ରଥଯାତ୍ରାରେ ପୁରୀ ସହରବାସୀଙ୍କ ସମର୍ଥନ ପାଇଁ ଧନ୍ୟବାଦ। ବାହୁଡ଼ା ଯାତ୍ରା ଓ ସୁନାବେଶରେ ପୁରୀ ସହରବାସୀଙ୍କଠାରୁ ଏହି ଭଳି ଭାବେ ଶୃଙ୍ଖଳିତ ଆଚରଣ ଆଶା କରୁଛୁ। ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାରେ ଜୋରସୋରରେ ଲାଗିଛନ୍ତି ଓ ଆସନ୍ତା ବାହୁଡ଼ା ଯାତ୍ରା ଓ ସୁନାବେଶ ମଧ୍ୟ ସୁରୁଖୁରରେ ହେବ ବୋଲି ଆଶା ରହିଛି। ଲଜ୍‌ ଓ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇଛି। ଆସନ୍ତା ୨୧ ତାରିଖ ରାତ୍ର ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ସମୟରେ କାହାରିକୁ ହୋଟେଲ୍‌, ଧର୍ମଶାଳା ଓ ଲଜ୍‌ ଇତ୍ୟାଦିରେ ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନଧିକାର ପ୍ରବେଶ ନେଇ ସୂଚନା ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ବାହୁଡ଼ା ଯାତ୍ରାରେ ଅନଧିକାର ପ୍ରବେଶ ରୋକିବା ପାଇଁ ପୁରୀ ପୋଲିସ ନୂଆ ପନ୍ଥା ଆପଣାଇଛି। ବଡ଼ଦାଣ୍ଡରେ ୨୨ଟି ଟିମ୍‌ ରହିବେ। ଉଭୟ ପାର୍ଶ୍ୱରେ ୧୧ଟି ଲେଖାଏ ଟିମ୍‌ ରହିବେ। ପ୍ରତି ଟିମ୍‌ରେ ମାଜିଷ୍ଟ୍ରେଟ୍‌, ଭିଡିଓଗ୍ରାଫର୍‌, ମେଗାଫୋନ୍‌ ଓ ପୋଲିସ କର୍ମଚାରୀମାନେ ନିୟୋଜିତ ହେବେ। ଏଥିସହ ତିନୋଟି ଚେକିଂ ଟିମ୍‌ ବଡ଼ଦାଣ୍ଡରେ ଚଲାବୁଲା କରି ନଜର ରଖିବେ। କାହାରି ଉପରେ ସନ୍ଦେହ ହେଲେ ତୁରନ୍ତ ସମ୍ପୃୃକ୍ତ ବ୍ୟକ୍ତିକୁ ଅଟକ ରଖାଯାଇ ପଚରାଉଚରା କରାଯିବ। ତିନି ରଥ ପାଖରେ ଏହି ତିନୋଟି ଟିମ୍‌ ରହିବ। ତେବେ ଭିଡିିଓଗ୍ରାଫର୍‌ ଯେକୌଣସି ସ୍ଥାନରେ ବୁଲୁଥିବା ଲୋକଙ୍କ ଫଟୋ ଏବଂ ଭିଡିିଓ କରିବେ। ପୁରୀ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀ କହିଛନ୍ତି ବାହାର ଲୋକ ଯେଉଁଭଳି ଭାବେ ପୋଲିସ ପ୍ରଶାସନର ନଜରରୁ ଖସି ନ ଯିବେ ସେନେଇ ସମସ୍ତ ଉଦ୍ୟମ କରାଯାଉଛି। କେବଳ ଜରୁରିକାଳୀନ ସେବା ଉଦ୍ଦେଶ୍ୟରେ ବାହାରୁ ଆସିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କଟକଣାକୁ କୋହଳ କରାଯିବ। ମାତ୍ର ସମ୍ପୃୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ସହଯୋଗ କରିବେ। ସ୍ବତନ୍ତ୍ର କରିଡର ଜରିଆରେ ସେମାନଙ୍କୁ ଜରୁରିକାଳୀନ ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ରୋପ୍‌ୱେ ନିର୍ମାଣ ପ୍ରସ୍ତାବ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରୋଜିନୀ

ବାରିପଦା ଅଫିସ,୧୫ା୧୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ପରିଚିତ। ଶୀତଦିନରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ...

ଶିକ୍ଷା, କ୍ରୀଡ଼ା, ମିଶନ ଶକ୍ତି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

ସୁନ୍ଦରଗଡ଼/ଟେନ୍‌ସା/କୁଅଁାରମୁଣ୍ଡା, ୧୨୩(ଡି.ଏନ୍‌.ଏ.) ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ଼ ଜିଲା ଗସ୍ତରେ ଆସି ଶନିବାର ବଣାଇ ଉପଖଣ୍ଡର ଚାରୋଟି ବ୍ଲକ...

ଏନ୍‌ଆର୍‌ଇଜିଏସ୍‌ରେ ସରକାରୀ ଅର୍ଥ ହଡ଼ପ

ବାଲେଶ୍ୱର ଅଫିସ,୨।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତରେ ଥିବା ପୋଖରୀଗୁଡ଼ିକରୁ ବେଆଇନ ଭାବେ ମାଟି ଚୋରି ହେଉଛି। ପରେ ଏହାକୁ ଏମ୍‌ଜିଏନଆରଇଜିଏସ୍‌ରେ...

ସୁନାପୁର ବ୍ଲୁଫ୍ଲାଗ ବିଚ୍‌ ପରିଦର୍ଶନ କରି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୨୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୁନାପୁର ସମୁଦ୍ର ବେଳାଭୂମିକୁ ବ୍ଲୁଫ୍ଲାଗ ବିଚ୍‌ ଭାବେ ପରିଣତ କରାଯାଉଛି। ଏହି କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ...

ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା: ଶିକ୍ଷକଙ୍କ ପରେ ଦୁଇ ଖବରଦାତା ଗିରଫ

ବାଲିକୁଦା,୨୭ା୪(ସ୍ବ.ପ୍ର.): ଭିଡିଓ ଭାଇରାଲ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କୁ ଚାପ ପକାଉଥିବା ୨ ଖବରଦାତାଙ୍କୁ ବାଲିକୁଦା ପୋଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ଜଗନ୍ନାଥପ୍ରସାଦ/ଭଞ୍ଜନଗର, ୨୧ା୮(ଡି.ଏନ.ଏ.)-ତାରସିଂ ଥାନା କୁଡୁତାଇ ଗ୍ରାମ ଖଦାଳ ସାହିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ଜଳିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ...

ଜିଓ ଟ୍ରୁ-୫ଜି କ୍ୟାମ୍ପସ୍‌ ଅଭିଯାନ

ଭୁବନେଶ୍ୱର,୩।୯: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଜିଓ ଟ୍ରୁ-୫ଜି କ୍ୟାମ୍ପସ୍‌ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଜିଓ ଟ୍ରୁ-୫ଜି...

ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ : ପ୍ରତିବାଦରେ ରାସ୍ତା ଅବରୋଧ

ରସୁଲପୁର,୧୬।୩(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ୧୬ ନଂ. ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ...

Advertisement
Archives

Model This Week