ଆମ ଜିଲା ଖବର

ଜମି ଦେଇ ପଟ୍ଟା କଥା ଭୁଲିଗଲା ସିଡିଏ; ଚିନ୍ତାରେ ଅଭିନବ ବିଡ଼ାନାସୀବାସୀ

କଟକ ଅଫିସ, ୩ା୧୦: ଅଭିନବ ବିଡ଼ାନାସୀ ହେଉଛି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ଆକାଂକ୍ଷିତ ପ୍ରକଳ୍ପ। ଯେହେତୁ ପୁରୁଣା କଟକ ଯୋଜନା ମୁତାବକ ତଥା ସୁବ୍ୟବସ୍ଥିତ ଢଙ୍ଗରେ ହୋଇନାହିଁ ଏବଂ ଏଠାରେ ନାନା ସମସ୍ୟା ରହିଛି ତେଣୁ ଅଭିନବ ବିଡ଼ାନାସୀ ପ୍ରକଳ୍ପର…

ମିଳୁନି ଆବାସ, ଭଙ୍ଗାଘର ଭରସା

ବେଗୁନିଆ,୩ା୧୦(ଡି.ଏନ୍‌.ଏ.): ଅସହାୟ ଓ ଗରିବଙ୍କୁ ପକ୍କା ଘର ଯୋଗାଇଦେବା ଲାଗି ସରକାର ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ଆବାସ ଯୋଜନା ଏମାନଙ୍କ ଲାଗି ସାତସପନ ପାଲଟିଛି।…

ପୁଣି ଚମକିଲେ ମୟୂରଭଞ୍ଜର ଶ୍ରେୟାଂସୀ

ବିଶୋଇ, ୩।୧୦(ଡି.ଏନ.ଏ.): ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସ ପରେ ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ ରେକଡ୍ସରେ ସ୍ଥାନ ପାଇ ଗୌରବ ଆଣିଛନ୍ତି ମୟୂରଭଞ୍ଜର କୁନି ଝିଅ ଶ୍ରେୟାଂସୀ ମହାନ୍ତ। ରରୁଆଁ ବ୍ଲକର ଘାଗରାବେଡା ପଞ୍ଚାୟତ ବାଟିସାହି ଗ୍ରାମର ଶ୍ରେୟାଂସୀଙ୍କୁ ମାତ୍ର ୩ବର୍ଷ। ଜାତୀୟ…

ଆଉ ମାସ ମାସ ନୁହେଁ , ୪ ଦିନରେ ପାସ୍‌ପୋର୍ଟ ଭେରିଫିକେଶନ

କଟକ ଅଫିସ,୩ା୧୦: ପାସ୍‌ପୋର୍ଟ ଭେରିଫିକେଶନ ପାଇଁ ଏଣିକି ଆଉ ଲୋକମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିବନି। ଏବେ ଆବେଦନର ୪ ଦିନ ଭିତରେ ପାସ୍‌ପୋର୍ଟ ଭେରିଫିକେଶନ ହୋଇଯାଉଛି ବୋଲି ଡିଜିପି ଅଭୟ କହିଛନ୍ତି। ସେ ଆହୁରି କହିଛନ୍ତି, ଭାରତରେ…

ଭୋଟ୍‌ ଗଣତି ଆରମ୍ଭ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ପୁରୀ ଅଫିସ,୩ା୧୦: କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଥିଲା। ସାଢ଼େ ୮ଟାରୁ ଇଭିଏମ୍‌ ଭୋଟ୍‌ ଗଣତି କରାଯାଉଛି। ପ୍ରଥମ ରାଉଣ୍ଡ ଶେଷ…

ପୁଣି ଫୁଲିଲାଣି ସୁବର୍ଣ୍ଣରେଖା

ବାଲିଆପାଳ, ୩।୧୦: ଚାଷ ଜମିରୁ ବନ୍ୟାଜଳ ଛାଡ଼ିବା ୩ଦିନ ନ ପୁରୁଣୁ ଶୁକ୍ରବାରଠାରୁ ପୁଣି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦସଂକେତ ୧୦.୩୬ ମିଟର ଥିବା ବେଳେ ଶୁକ୍ରବାର ସକାଳ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ…

ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା

ରାଇଘର, ୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଫୁଟାନଡ଼ା ସିଆର୍‌ପିଏଫ୍‌ କ୍ୟାମ୍ପର ଜଣେ ଯବାନ ଶନିବାର ରାତିରେ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତେଲଙ୍ଗାନାର ଡି. ଗୋବର୍ଦ୍ଧନ। ଖବରପାଇ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ…

ଚାଷ ଜମିକୁ ଯାଇ ଫେରିଲେନି ନବବିବାହିତ

ବରଗଡ଼ ଅଫିସ୍‌,୨।୧୦: ବଜ୍ରପାତ ଯୋଗୁ ଶନିବାର ବରଗଡ଼ ବ୍ଲକ କଲାପାଣି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ଏଗାର ଓରଫ ଗୌର ଭୁଏ(୪୦)। ସୂଚନା ମୁତାବକ, ଗୌର ଜମିକୁ କାମ କରିବାକୁ ଯାଇଥିଲେ। କାମ ସାରି…

ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୨।୧୦: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ରେଲୱେ କ୍ୱାଟର୍ସରେ ବନ୍ଦ ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ମୃତକ ହେଲେ ଯଶୋବନ୍ତ ବେହେରା(୩୫)। ସେ ବନ୍ଧମୁଣ୍ଡା ଡିଜେଲ କଲୋନୀ କ୍ୱାର୍ଟର୍ସ ନଂ ଡିଏଲ-୮/୨ରେ ରହୁଥିବା ବେଳେ ବନ୍ଧମୁଣ୍ଡା…

ଯୁବତୀଙ୍କୁ ପିଟିଲେ ଆର୍‌ପିଏଫ୍‌ କନଷ୍ଟେବଳ

ରାଉରକେଲା ଅଫିସ,୨ା୧୦: ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନରେ ଜଣେ ଯୁବତୀଙ୍କୁ ଆର୍‌ପିଏଫ୍‌ କନଷ୍ଟେବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ମାଡ଼ରେ ଯୁବତୀ ଜଣଙ୍କ ଲହୁଲୁହାଣ ହୋଇ ଆର୍‌ଜିଏଚ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଉରକେଲା ଜିଆର୍‌ପି ଥାନାରେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ, ମିଳିଲା ଝୁଲନ୍ତା ମୃତଦେହ

ଗୋପାଳପୁର,୨ା୧୦(ଡି.ଏନ.ଏ.): ଗୋପାଳପୁର ଥାନା ପୋଲିସ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ମଦନମୋହନପୁର ଗ୍ରାମର ଏମ୍‌. ଶାନ୍ତି (୨୭)। ଗୋଳନ୍ଥରା ଥାନା ମଦନମୋହନପୁରର ଜି.ବୁଡ଼ୁଗାଙ୍କ ସହ ଶାନ୍ତିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ୪…

ମହିଳାଙ୍କ ସହ ସେଲ୍ଫି ନେଲେ, ତା ’ପରେ ଆକାଉଣ୍ଟ ଖୋଳ କରିଦେଲେ

ବାହନଗା,୨।୧୦(ଡି.ଏନ୍‌.ଏ.): ଜିନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରୁ। ଏନେଇ ଲିଖିତ ଅଭିଯୋଗ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri